ETV Bharat / state

ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ - bjp mahila morcha protest against kendrapara mp

ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କୁଶପୁତ୍ତଳିକା ଦାହ କରିବା ସହ ଦିଆଗଲା ନାରାବାଜି । ଅଧିକ ପଢନ୍ତୁ....

bjp mahila morcha protest against kendrapara mp
ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
author img

By

Published : Sep 9, 2020, 11:47 AM IST

ସୁବର୍ଣ୍ଣପୁର: ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ । ସାଂସଦଙ୍କ ଗିରଫ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟାଙ୍କ ନେତୃତ୍ବରେ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ସହରର ବିଜୁ ପଟ୍ଟନାୟକ ଛକରେ ଆନ୍ଦୋଳନ କରିଛନ୍ତି।

ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଏହି ଆନ୍ଦୋଳନରେ ବିଜେପି କର୍ମକର୍ତ୍ତାମାନେ ବିଜେଡ଼ି ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେବା ସହ ସାଂସଦଙ୍କ ଗିରଫ ଦାବି କରିଛନ୍ତି। ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ଗିରଫ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.