ETV Bharat / state

ରକ୍ତ କର୍କଟରେ ପୀଡିତ ବଳଭଦ୍ର; ସହାୟତା ପାଇଁ କଲେ ନିବେଦନ - ରକ୍ତ କର୍କଟରେ ପୀଡିତ ବଳଭଦ୍ର; ସହାୟତା ପାଇଁ କଲେ ନିବେଦନ

ଦିନେ କି ଦୁଇଦିନ ନୁହେଁ । ଆଜକୁ 6 ମାସରୁ ଅଧିକ ଦିନ ହେଲା ଶର୍ଯ୍ୟାଶାୟୀ ସୁବର୍ଣ୍ଣପୁର ଜିଲ୍ଲା ଯାଲୋଏ ଗାଁର ବଳଭଦ୍ର ସିଂହ । ଏବେ ତାଙ୍କୁ ଘାରିଛି ନିଜ ପରିବାର ଚିନ୍ତା । ଦେଖନ୍ତୁ ଏହି ରିପୋର୍ଟ...

Balbhadra Singh is waiting for govt's Biju Swasthya Kalyan Yojana
ରକ୍ତ କର୍କଟରେ ପୀଡିତ ବଳଭଦ୍ର; ସହାୟତା ପାଇଁ କଲେ ନିବେଦନ
author img

By

Published : Dec 29, 2019, 11:24 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଯାଲୋଏ ଗାଁର ବଳଭଦ୍ର ସିଂହ । ପରିବାର କହିଲେ 5 ପ୍ରାଣୀ କୁଟୁମ୍ବ । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ସେ ନିଜ ପରିବାର ପ୍ରତିପୋଷଣ କରନ୍ତି । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଗତ 6 ମାସ ତଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ପାଦରେ ପଡିଯାଇଥିଲା ବେଡି । ଆଉ ସେବେଠୁ ତାଙ୍କୁ ଘାରିଛି ନିଜ ପରିବାର ଚିନ୍ତା ।

ରକ୍ତ କର୍କଟରେ ପୀଡିତ ବଳଭଦ୍ର; ସହାୟତା ପାଇଁ କଲେ ନିବେଦନ

ଆଜିକୁ 6 ମାସରୁ ଅଧିକ ଦିନ ହେବ ଶଯ୍ୟାଶାୟୀ ବଳଭଦ୍ର । କଣ କରିବେ, କେମିତି ପରିବାର ଚଳିବ । ଏମିତି ଅନେକ ପ୍ରଶ୍ନ ତାଙ୍କ ଆଖି ସାମ୍ନାରେ । ଏହି ଚିନ୍ତାକୁ ଦୃଷ୍ଟିରେ ରଖି ସେ ସୁସ୍ଥ ହେବାକୁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । ଏଥିପାଇଁ ଆର୍ଥିକ ସମ୍ବଳ ଭାବେ ଥିବା ଏକମାତ୍ର ପୈତୃକ ଘରକୁ ବିକି ସୋନପୁର, ସମ୍ବଲପୁର, ଭୁବନେଶ୍ବର ପରେ କଟକ କର୍କଟ କେନ୍ଦ୍ରରେ ନିଜର ଚିକିତ୍ସା କରାଇଛନ୍ତି । ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ଆଉ ସେହି ଅର୍ଥାଭାବ ଯୋଗୁଁ ତାଙ୍କ ଘରେ କେବେ ଚୁଲି ଜଳୁଛି ତ ଆଉ କେତେବେଳେ ଭୋକ ଉପାସରେ ଦିନ କାଟୁଛନ୍ତି ସାରା ପରିବାର । ଏମିତିରେ ସେ ଏତେ ଟଙ୍କା ଦେଇ ନିଜର ଚିକିତ୍ସା କରିବେ ବା କେମିତି ।

ମାତ୍ର ଏତିକିରେ ଥମିନି ବଳଭଦ୍ରଙ୍କ ଦୁଃଖ । ପ୍ରତି 15 ଦିନରେ ରକ୍ତ ନେବା ପାଇଁ ପତ୍ନୀଙ୍କ ଗହଣା ଠୁ ବାସନକୁସନ ସବୁକିଛି ବିକି ସାରିଛନ୍ତି । ଆଉ ଏବେ ଘରୁ ମୁଖ୍ୟ ଚିକିତ୍ସାଳୟକୁ ଆସି ରକ୍ତ ଚଢାଇବାକୁ ବି ପାଖରେ ସମ୍ବଳ ନାହିଁ । ରାଜ୍ୟ ସରକାର ଗରିବଙ୍କ ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପରି ଯୋଜନା କରିଛନ୍ତି । ହେଲେ ସରକାରଙ୍କ ଏହି ଯୋଜନା ବଳଭଦ୍ରଙ୍କ ପାଇଁ ମୂଲ୍ୟହୀନ ହୋଇଯାଇଛି । ଅନ୍ୟପଟେ ରୋଗୀ ଡାକ୍ତରଖାନା ଆସିଲେ ମାଗଣାରେ ଚିକିତ୍ସା ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ନିଜ ପରିବାର ପୋଷିବା ଚିନ୍ତାରେ ସୁସ୍ଥ ଜୀବନ କାମନା କରୁଥିବା ବଳଭଦ୍ର କେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ ହେବେ ସେନେଇ ଦିନ ଗଣୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଦିନେ କି ଦୁଇଦିନ ନୁହେଁ।ଆଜକୁ ଛଅ ମାସରୁ ଅଧିକ ହେଲା।ଶଯ୍ୟାଶାୟୀ ହୋଇଛନ୍ତି ବଳଭଦ୍ର।ପାଞ୍ଚପ୍ରାଣୀ କୁଟୁମ୍ବ ପରିପୋଷଣର ଚିନ୍ତା ବଳଭଦ୍ରଙ୍କୁ ଘାରି ଥିବା ବେଳେ ନିଜ ପାଇଁ ଅର୍ଥ କାହିଁ ଯେ ଚିକିତ୍ସା କରିବେ।ରକ୍ତ କର୍କଟ ରୋଗରେ ପୀଡିତ ବଳଭଦ୍ରଙ୍କ ପାଇଁ ସବୁ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଯେପରି ମୂଲ୍ୟହୀନ ହୋଇଛି।ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଯାଲୋଏ ଗାଁର ଦିନ ମଜୁରିଆ ରକ୍ତ କର୍କଟ ରୋଗରେ ପୀଡିତ ବଳଭଦ୍ର ସିଂଙ୍କ କରୁଣ କାହାଣୀ।
ଭିଓ1-ଜୀବନ ସତେ ଏମିତି କଷ୍ଟଦାୟକ।ତେବେ କବିଟିଏ କାହିଁକି ଲେଖେ ବିଶ୍ୱ ଦେଖ ମଧୁମୟ।ଏମିତି ଅନେକ ପ୍ରଶ୍ନ ବଳଭଦ୍ରଙ୍କ ଆଖି ଆଗରେ ଉଭା ହେଉଛି।ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଆଜକୁ ଛଅ ମାସ ହେଲା ସେ ଶଯ୍ୟାଶାୟୀ।ଘରେ ଯାହାଥିଲା ବିକିଭାଁଜି ଔଷଧ କରିବା ପରେ ଏବେ କେତେବେଳେ ଚୁଲି ଜଳୁଛି ତ କେତେବେଳେ ସାରା ପରିବାର ଭୋକ ଓପାସରେ।ଛୋଟ ଛୋଟ ତିନି ପୁଅଝିଅଙ୍କ ପାଠ ପଢା ସହିତ ପରିବାରର ଦୈନନ୍ଦିନ ଖର୍ଚ୍ଚ।ଏକା କମିହାଁ ଲୋକଟି ଦୂରାରୋଗ୍ୟରେ ପୀଡ଼ିତ ହେବା ପରେ ସଂସାର ରଥର ଚକ ଅଟକି ଯାଇଛି ଯେପରି।ସବୁ ସରକାରୀ ସ୍ୱାସ୍ଥ୍ୟ ଯୋଜନା ତାଙ୍କ ପାଇଁ ଫେଲ ମାରିଛି।
ବାଇଟ1-ଲଷ୍ମୀ ସିଂ , ବଳଭଦ୍ରଙ୍କ ସ୍ତ୍ରୀ , ଯାଲୋଏ,ସୁବର୍ଣ୍ଣପୁର ।
ବାଇଟ2-ବଳଭଦ୍ର ସିଂ , କର୍କଟ ରୋଗୀ , ଯାଲୋଏ ,ସୁବର୍ଣ୍ଣପୁର।

Body:ଭିଓ2-ଦିନ ମଜୁରିଆ ବଳଭଦ୍ର।ଯାହା ଖଣ୍ଡେ ପୈତୃକ ଯାଗା ଥିଲା ବିକି ନିଜର ଚିକିତ୍ସା କଲେ।ସ୍ତ୍ରୀର ଗହଣା ଓ ବାସନକୁସନ ବି ବିକ୍ରି ସରିଛି।ସୋନପୁର , ସମ୍ବଲପୁର , ଭୁବନେଶ୍ୱର ପରେ କଟକ କର୍କଟ ରୋଗ କେନ୍ଦ୍ରରେ ବି ଚିକିତ୍ସା ହେଲେଣି।ଏବେ 15 ଦିନେ ଥରେ ରକ୍ତ ଦରକାର।ହେଲେ ଘରୁ ମୁଖ୍ୟ ଚିକିତ୍ସାଳୟକୁ ଆସି ରକ୍ତ ଚଢାଇବାକୁ ବି ସମ୍ବଳ ନାହିଁ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପାଇଁ ମୁଲ୍ୟହୀନ ହୋଇଛି।ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଲକ୍ଷାଧିକ ଟଙ୍କା ଆବଶ୍ୟକ।ହେଲେ ଅଣ୍ଟିରେ ଧନ କାହିଁ ଯେ ଚିକିତ୍ସା କରିବେ।ଅପରପକ୍ଷରେ ରୋଗୀ ଡାକ୍ତରଖାନା ଆସିଲେ ମାଗଣାରେ ଚିକିତ୍ସା ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।
ବାଇଟ3-ମଧୁ ଭୋଇ , ଗ୍ରାମବାସୀ , ଯାଲୋଏ , ସୁବର୍ଣ୍ଣପୁର।
ବାଇଟ4-ଦିଲ୍ଳୀପ କୁମାର ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ସୁବର୍ଣ୍ଣପୁର।

Conclusion:ଫାଭିଓ-ପବନରେ ମିଲେଇ ଯାଇଛି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଗ।ସରକାର ଯୋଜନା ଉପରେ ଯୋଜନା ଘୋଷଣା କରୁଥିବା ବେଳେ ଏବେ କେବଳ ଦିନ ଗଣୁଛନ୍ତି ବଳଭଦ୍ର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.