ETV Bharat / state

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବଲାଙ୍ଗୀର ସାଂସଦ - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତିଟି ସରକାରୀ କର୍ମଚାରୀ ତୃଣମୂଳ ସ୍ତରର ହିତାଧିକାରୀଙ୍କୁ ଯୋଜନାର ସୁଫଳ ପ୍ରଦାନ କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ । ଅଧିକ ପଢନ୍ତୁ

ବଲାଙ୍ଗୀର ସାଂସଦ
ବଲାଙ୍ଗୀର ସାଂସଦ
author img

By

Published : Nov 18, 2021, 9:56 PM IST

ସୁବର୍ଣ୍ଣପୁର: କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତିଟି ସରକାରୀ କର୍ମଚାରୀ ତୃଣମୂଳ ସ୍ତରର ହିତାଧିକାରୀଙ୍କୁ ଯୋଜନାର ସୁଫଳ ପ୍ରଦାନ କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ । ସରକାରୀ କର୍ମଚାରୀମାନଙ୍କୁ ଏଭଳି ତାଗିଦ କରିଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ।

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବଲାଙ୍ଗୀର ସାଂସଦ

ଆଜି (ଗୁରୁବାର) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଦିଶା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା ଆଦିର ସମୀକ୍ଷା କରି ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟ ଶେଷ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ତାଗିତ କରିଛନ୍ତି ।

ବୈଠକରେ ମତ୍ସ୍ୟ ବିଭା , ପ୍ରାଣୀଧନ ଚିକିତ୍ସା ବିଭାଗ, କୃଷି ବିଭାଗ , ଉଦ୍ୟାନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଆଦି ବିଭାଗର ସମୀକ୍ଷା କରି ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଓ ବୃତ୍ତିଗତ ସମସ୍ୟାର ଦୂରୀକରଣ ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଅଗ୍ରଗତି, ଅନୁଦାନ ସଂପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.