ETV Bharat / state

ପ୍ରକଳ୍ପ ଜଣଙ୍କ ନାଁରେ ବିଲ୍‌ ଆସୁଛି ଆଉ ଜଣଙ୍କ ନାଁରେ - ଡୁଙ୍ଗୁରିପାଲି ବ୍ଲକ ସହେଲା ପଞ୍ଚାୟତର ଟୁନିଆଁମୁଣ୍ଡା ଗାଁ

ଡୁଙ୍ଗୁରିପାଲି ବ୍ଲକ ସହେଲା ପଞ୍ଚାୟତର ଟୁନିଆଁମୁଣ୍ଡା ଗାଁରେ ଜଳସେଚନ ପ୍ରକଳ୍ପ ଚୋରି ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଏହି ଗାଁର ଚାଷୀ ଶଙ୍କର ପାଣ୍ଡେଙ୍କ ମା’ଙ୍କ ନାଁରେ ଏକ ଜଳସେଚନ ପ୍ରକଳ୍ପ ଥିଲେ ବି ତାଙ୍କ ଜମିକୁ ପାଣି ମାଡୁ ନ ଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଜଳ ଯୋଗାଣ ପ୍ରକଳ୍ପ ଚୋରି ଅଭିଯୋଗ
ଜଳ ଯୋଗାଣ ପ୍ରକଳ୍ପ ଚୋରି ଅଭିଯୋଗ
author img

By

Published : Apr 10, 2021, 10:27 AM IST

Updated : Apr 10, 2021, 10:47 AM IST

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ ସହେଲା ପଞ୍ଚାୟତର ଟୁନିଆଁମୁଣ୍ଡା ଗାଁରେ ଜଳସେଚନ ପ୍ରକଳ୍ପ ଚୋରି ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଏହି ଗାଁର ଚାଷୀ ଶଙ୍କର ପାଣ୍ଡେଙ୍କ ମା’ଙ୍କ ନାଁରେ ଏକ ଜଳସେଚନ ପ୍ରକଳ୍ପ ଥିଲେ ବି ତାଙ୍କ ଜମିକୁ ପାଣି ମାଡୁ ନ ଥିବା ଅଭିଯୋଗ କରିଛନ୍ତି । ତାଙ୍କ ମା ଭଗବତୀ ପାଣ୍ଡେଙ୍କ ନାଁରେ ଚାଷ ଜମି ରହିଛି । ବିଦ୍ୟୁତ ବିଲ ଆସୁଛି । ହେଲେ ଶଙ୍କର ନିଜ ଜମିକୁ ଜଳସେଚନ କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ପ୍ରକଳ୍ପ ଜଣଙ୍କ ନାଁରେ ବିଲ୍‌ ଆସୁଛି ଆଉ ଜଣଙ୍କ ନାଁରେ

ଅଭିଯୋଗ ଅନୁଯାୟୀ ,ଗାଁର ରାଜିନ୍ଦ୍ର ସାହା ନାମକ ବ୍ୟକ୍ତି ଶଙ୍କର ପାଣ୍ଡେଙ୍କ ମା’ ଭଗବତୀ ପାଣ୍ଡେଙ୍କ ଜାଲ କାଗଜ ପତ୍ର ତିଆରି କରି ଏକ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି । ହେଲେ ବିଦ୍ୟୁତ ବିଲ ଭଗବତୀ ପାଣ୍ଡେଙ୍କ ନାଁରେ ଆସିବା ପରେ ଶଙ୍କର ତାଙ୍କର ଏକ ଉଠା ଜଳସେଚନ ପ୍ରକଳ୍ପ ରହିଥିବା ଜାଣିବାକୁ ପାଇଥିଲେ ।

ଏନେଇ ସେ ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରିବା ସତ୍ତ୍ବେ ବିଦ୍ୟୁତ ବିଭାଗ ତାଙ୍କ କଥା ନ ଶୁଣି ବାରମ୍ବାର ବିଦ୍ୟୁତ ବିଲ ଦେଉଛନ୍ତି । ତେବେ ଜାଲ କାଗଜପତ୍ର ବଳରେ ସରକାରୀ କର୍ମଚାରୀଙ୍କୁ ହାତେଇ ଭଗବତୀ ପାଣ୍ଡେଙ୍କ ନାଁରେ ଜଳସେଚନ ପ୍ରକଳ୍ପ ରହିଥିବା ସ୍ଥାନୀୟ ନାଏବ ସରପଞ୍ଚ ବି କହିଛନ୍ତି । ଏହାର ପ୍ରକୃତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଯୋଗକାରୀ ଶଙ୍କର, ପ୍ରଶାସନ ପାଖରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 10, 2021, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.