ETV Bharat / state

ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ପୋଲିସ - ପ୍ରେମୀଯୁଗଳଙ୍କ ବିବାହ କରାଇଲା ପୋଲିସ

ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ପୋଲିସର ମହାନ କାର୍ଯ୍ୟ । ପରିବାରର ଲୋକଙ୍କୁ ବୁଝାଇ ସୁଝାଇ ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ...

ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ପୋଲିସ

author img

By

Published : Jan 9, 2021, 10:02 PM IST

ସୁବର୍ଣ୍ଣପୁର: ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ପୋଲିସର ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରଲୋକଙ୍କ ସହମତି ନ ମିଳିବାରୁ ଏକ ପ୍ରେମୀଯୁଗଳ ପୋଲିସର ଶରଣ ପଶିଥିଲେ । ଯାହାପରେ ପୋଲିସ ଉଭୟଙ୍କ ପରିବାରକୁ ବୁଝାସୁଝା କରାଇ ମନ୍ଦିରରେ ଉକ୍ତ ଯୁବକ ଯୁବତୀଙ୍କ ବିବାହ କରାଇଛନ୍ତି ।

ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ପୋଲିସ

ସୂଚନାଯୋଗ୍ୟ, ତମାମୁରା ଗାଁର ଆଷାଢୁ ବଗର୍ତ୍ତିଙ୍କ 22ବର୍ଷୀୟ ପୁଅ ଶିବା ଶଙ୍କର ବାଦିପଡିଆ ଗାଁର ରମେଶ ଭୋଇଙ୍କ 20 ବର୍ଷୀୟ ଝିଅ ପଦ୍ମିନୀକୁ ଭଲ ପାଉଥିଲେ । ପ୍ରାୟ ଦୁଇ ବର୍ଷ ଧରି ତାଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିଲା ଏବଂ ଉଭୟ ପରସ୍ପରକୁ ବିବାହ କରିବାକୁ ମନସ୍ଥ କରିଥିଲେ । ମାତ୍ର ଏହାକୁ ସେମାନଙ୍କ ପରିବାର ଲୋକ ବିରୋଧ କରିବାରୁ ଉଭୟ ପୋଲିସ ପାଖରେ ପହଞ୍ଚି ଅଭିଯୋଗ କରିଥିଲେ । ତେବେ ସେମାନେ ସାବାଳକ ଥିବାରୁ ପୋଲିସ ସେମାନଙ୍କ ପରିବାର ଲୋକଙ୍କୁ ବୁଝାଇ ସୁଝାଇ ଉଭୟଙ୍କ ପରିବାରର ଉପସ୍ଥିତିରେ ଆଜି ସ୍ଥାନୀୟ ଶିବ ମନ୍ଦିରରେ ବିବାହ କରାଇଛନ୍ତି ।

ପୋଲିସର ପରାମର୍ଶ କ୍ରମେ ଆସନ୍ତା ସୋମବାର ନବବିବାହିତ ପ୍ରେମୀଯୁଗଳ ରାମପୁର ବିବାହ ଅଧିକାରୀଙ୍କ ପାଖରେ ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିବେ । ପୋଲିସର ଏହି ସାମାଜିକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.