ETV Bharat / state

80 ବର୍ଷ ବୟସରେ ବାରଦୁଆର ଅସହାୟ ରମ୍ଭା, ପ୍ରଶାସନର ପଡୁନି ନଜର - helpless women in sunarnapur

ସୁବର୍ଣ୍ଣପୁର ଜିଲ୍ଲା ଜାଲୋଏ ପଞ୍ଚାୟତର ଘିକୁଣ୍ଡି ଗାଁର ରମ୍ଭା ମହାଲିଙ୍ଗ । ବୟସ ପାଖାପାଖି ୮୦ । ସାରା ଶରୀର ଅବଶ ହେଲାଣି । ଅନାଥ ଦିବ୍ୟାଙ୍ଗ ଭାବି ଗାଁର ରହୁଥିବା ଗୋପାଳ ପଣ୍ଡାଙ୍କ ପରିବାର ସାହାଯ୍ୟର ହାତ ବଢାଇଲେ କିନ୍ତୁ ପ୍ରଶାସନର ଏଯାଏଁ ପଡିନି ନଜର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅସହାୟ ବୃଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ
ଅସହାୟ ବୃଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ
author img

By

Published : Nov 1, 2020, 10:34 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଜାଲୋଏ ପଞ୍ଚାୟତର ଘିକୁଣ୍ଡି ଗାଁର ରମ୍ଭା ମହାଲିଙ୍ଗ । ବୟସ ପାଖାପାଖି ୮୦ । ସାରା ଶରୀର ଅବଶ ହେଲାଣି । ମନ ନିର୍ଦ୍ଦେଶରେ ଶରୀର ଆଉ ବୋଲ ମାନୁ ନାହିଁ । ପିଲା ବେଳେ ବାପା ସାଗର ଆରପାରିକୁ ଚାଲିଗଲେ । ଆଉ ମାଆ ଧୁବଣୀ ବି ଗଲେ ତାଙ୍କ ପଛେ ପଛେ । ସେତେବେଳକୁ ରମ୍ଭାଙ୍କୁ ୧୩ ବର୍ଷ । ଅନାଥ ଦିବ୍ୟାଙ୍ଗ ଭାବି ଗାଁର ରହୁଥିବା ଗୋପାଳ ପଣ୍ଡାଙ୍କ ପରିବାର ସାହାଯ୍ୟର ହାତ ବଢାଇଲେ, ଖାଇବାକୁ ଦେଲେ । ସେଇ ଦିନରୁ ଆଜିଯାଏଁ ରମ୍ଭାଙ୍କ ସୁଖରେ ଦୁଃଖର ସାଥୀ ହୋଇଛି ପଣ୍ଡା ପରିବାର ।

ଅସହାୟ ବୃଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ

କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରାୟ ୬୦ ବର୍ଷ ହେବ ପର ଆଶ୍ରିତ ଏହି ମହିଳାଙ୍କ ପାଇଁ ଆଜିଯାଏଁ ସରକାର ଘରଟିଏ ଯୋଗେଇ ପାରିଲେ ନାହିଁ । ଏହି ଅସହାୟ ମହିଳାଙ୍କ ପାଇଁ ଗାଁଲୋକେ ପଞ୍ଚାୟତଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ଅଭିଯୋଗ କରିଥିଲେ ବି ଆଜିଯାଏଁ କେହି ଶୁଣୁ ନାହାଁନ୍ତି । ଦୀର୍ଘ 60 ବର୍ଷରୁ ଅଧିକ ହେଲା ପର ଘରେ ଅତିଥି ଭାବେ ରହୁଥିବା ଏହି ଅସହାୟ ମହିଳାଙ୍କ ପାଇଁ ପ୍ରଶାସନ ଯେପରି ବଧିର ପାଲଟି ଯାଇଛି ।

ଅସାଧୁ ଲୋକ ପ୍ରତିନିଧି, ପ୍ରଭାବଶାଳୀ ଲୋକେ ସରକାରଙ୍କ ସମସ୍ତ ଯୋଜନାକୁ ହରିଲୁଟ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ତାଙ୍କର ମୌଳିକ ଅଧିକାରରୁ ବି ବଞ୍ଚିତ ହେଉଥିବା ପରିତାପର ବିଷୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.