ETV Bharat / state

ନେତାଙ୍କୁ ପାଞ୍ଚଟି ପ୍ରଶ୍ନ: ବୀରମହାରାଜପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ପାତ୍ର

ସୁବର୍ଣ୍ଣପୁର ପୂର୍ବତନ ବିଧାୟକ ତଥା ଚଳିତ ନିର୍ବାଚନରେ ବୀରମହରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର ଦେଇଛନ୍ତି ଆମେ ଆଗାମୀ ନିର୍ବାଚନ ପାଇଁ ଆମେ ପଚାରିଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ।

author img

By

Published : Apr 3, 2019, 12:43 PM IST

Updated : Apr 3, 2019, 4:25 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ବିଧାୟକ ହେଲେ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ବାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖୁଛନ୍ତି ପ୍ରାର୍ଥୀ l ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଲୋକସଭା, ବିଧାନସଭା ପ୍ରାର୍ଥୀ । ଏହିକ୍ରମରେ ସୋନପୁରର ପୂର୍ବତନ ବିଧାୟକ ତଥା ଚଳିତ ନିର୍ବାଚନରେ ବୀରମହରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର ଦେଇଛନ୍ତି ଆମେ ଆଗାମୀ ନିର୍ବାଚନ ପାଇଁ ଆମେ ପଚାରିଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ଵିନୋଦ ପାତ୍ର ସମର୍ଥକ ଓ କର୍ମୀଙ୍କୁ ନେଇ ଜୋରସୋରରେ ପ୍ରଚାର କରୁଛନ୍ତି । ଆମ ପାଞ୍ଚଟି ପ୍ରଶ୍ନ ଉତ୍ତରରେ ଗରିବ, ମୂଲିଆ, ଶ୍ରମଜୀବୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ରାହୁଳ ଗାନ୍ଧୀଙ୍କ ନୀତିରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ସ୍ଥାନୀୟ ସମସ୍ୟାର ସମାଧାନ କରିବେ ବୋଲି ଉତ୍ତର ରଖିଛନ୍ତି । ଜଳସେଚନ ପ୍ରକଳ୍ପର ଉନ୍ନତି କରଣ, ଧାନର ମୁଲ୍ୟ ବୃଦ୍ଧି, ଋଣ ଛାଡ ଆଦି ପାଇଁ ଲଢ଼େଇ କରିବା ସହିତ ବିଧାୟକ ପାଣ୍ଠିର ସୁବିନିଯୋଗ ବରିବେ ବୋଲି କହିଛନ୍ତି । ସେ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ ଦିଗରେ ସୁ-ପଦକ୍ଷେପ ନେଇ ନିର୍ବାଚନୀ ଯୁଦ୍ଧ ଜିତିବା କଥା କହିଛନ୍ତି ।

ସୂଚନାଯୋଗ୍ୟ ଯେ ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ବୀରମହରାଜପୁର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ଜୋରସୋରରେ ପ୍ରଚାର କରୁଛନ୍ତି । ପୂର୍ବରୁ ଥରେ ବିଜେଡ଼ିର ପୁରୁଖା ନେତା ପଦ୍ମନାଭ ବେହେରାଙ୍କଠାରୁ ବୀରମହରାଜପୁରରେ ସେ ପରାଜିତ ହୋଇଛନ୍ତି । ପାଞ୍ଚ ବର୍ଷ ତୃଣମୂଳସ୍ତରରେ ସଂଗଠନ କରିବା ପରେ ଏଥର ପୁଣି ପଦ୍ମନାଭ ବେହେରାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ନାରାର ଉତ୍ତରରେ ଗରିବଙ୍କ ସେବାରେ କଂଗ୍ରେସ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Slug - କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ନବନିର୍ମାଣ କୃଷକ ସଙ୍ଗଠନ

Format - AVB

Place- Khurda,2.4.19

Visual- MOJO

ଅଙ୍କର : ଚାଷୀଙ୍କ ସ୍ୱାର୍ଥ ପାଇଁ ପୁଣି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଙ୍ଗଠନ । ଗତମାସ 30 ତାରିଖ ଅପରାହ୍ନରେ  ହୋଇଥିବା କାଳବୈଶାଖୀ କାରଣରୁ ଖୋର୍ଦ୍ଧା ଅଂଚଳରେ ଏକର ଏକର ଡ଼ାଳୁଅ ଧାନ ଫସଲ ନଷ୍ଟ ହୋଇଥିଲା , ଏବଂ ସାରା ରାଜ୍ୟର ଚାଷୀ ମଣ୍ଡିରେ ନିଜ ଧାନ ବିକ୍ରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀଙ୍କୁ ସେମାନଙ୍କର ବସ୍ତା ଟଙ୍କା ମିଳିଲାନାହିଁ । ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା  ସହ ଚାଷୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । 

ବାଇଟ- ସୁରେଶ ମାନସିଂହ , ଜିଲା ସଂଯୋଜକ ,ନବନିର୍ମାଣ କୃଷକ ସଙ୍ଗଠନ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
Last Updated : Apr 3, 2019, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.