ସୁବର୍ଣ୍ଣପୁର: ସ୍ପଷ୍ଟ ଦିବାଲୋକରେ ହେଉଛି ଲୁଟ । ସୁବର୍ଣ୍ଣପୁର ସହରରେ ସୋମବାର ଲୁଟେରାମାନେ ବାଇକରେ ଆସି ଜଣେ ବ୍ୟବସାୟୀଙ୍କ ଟଙ୍କା ଲୁଟିନେଇଛନ୍ତି ।
ସହରରେ ଲୁଗା ଦୋକାନ କରିଥିବା ଜଣେ ବ୍ୟବସାୟୀତାଙ୍କ ଦୋକାନରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ 2 ଲକ୍ଷ 10 ହଜାର ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଦେଇଥିଲେ । କର୍ମଚାରୀମାନେ ତାଙ୍କ ଦୋକାନରୁ କିଛି ବାଟ ଗଲାପରେ ବସଷ୍ଟାଣ୍ଟ ନିକଟରେ ବାଇକରେ ଦୁଇ ଜଣ ଲୁଟେରା ଆସି ଟଙ୍କା ବ୍ୟାଗ୍ ଲୁଟିନେଲେ ।
ଲୁଟ ପରେ ସଂପୃକ୍ତ ବ୍ୟବସାୟୀଙ୍କ ପକ୍ଷରୁ ଥାନାରେ ଲିଖିତ ଏତଲା କରାଯାଇଛି । ତେବେ ଖବର ପାଇ ଘଟଣାରେ ତଦନ୍ତ କରୁଛି ପୋଲିସ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ