ସୁବର୍ଣ୍ଣପୁର: ଦିନକୁ ଦିନ ଜିଲ୍ଲାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଚାଲିଛି । ଜନସାଧାରଣଙ୍କ ଭିତରେ ଭୟ ଯେତିକି ରହିଛି ପ୍ରଶାସନ ବି ସଂକ୍ରମଣକୁ ରୋକିବା ପାଇଁ ସେତିକି ଯତ୍ନବାନ ହୋଇଛି। ଏନେଇ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଗାଁରୁ ସହର ଯାଏଁ ସଟଡାଉନ କରାଯାଇଛି।
ସହରର ଦୁଇଟି ଯାଗାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ଦିନ ପାଇଁ ସଟଡାଉନ କରାଯାଇଛି। ଜୁଲାଇ ମାସରେ ପ୍ରତିଟି ସପ୍ତାହର ଶନିବାର ଓ ରବିବାର ସଟଡାଉନ କରାଯାଇଥିଲା। ଜିଲ୍ଲାପାଳଙ୍କ ସେହି ଆଦେଶ ଏଯାଏଁ ବଳବତ୍ତର ରହିଛି। ସଟଡାଉନ ହେବା ଫଳରେ ଦୋକାନ ବଜ଼ାର, ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ସମେତ ଅଖଚକ ସବୁ ବନ୍ଦ ରହିଛି।
ଏବେ ଜିଲ୍ଲାରେ 36 ଜଣ କୋଭିଡ 19 ସଂକ୍ରମଣ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଜିଲ୍ଲାରେ 125 ଜଣ କୋରନାରେ ସଂକ୍ରମଣ ହୋଇ ଥିବାରୁ ଜନସାଧାରଣଙ୍କ ଭିତରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ଜନସାଧାରଣ ପ୍ରଶାସନର କାର୍ଯ୍ୟକୁ ସମର୍ଥନ କରୁଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିିଭି ଭାରତ