ETV Bharat / state

ନିର୍ମାଣ ଶ୍ରମିକଙ୍କୁ ଘର ମିଳୁ ନଥିବା ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର 16 ଜଣ ଶ୍ରମିକଙ୍କୁ ଘର ମିଳୁ ନଥିବା ଅଭିଯୋଗ ହୋଇଛି । ତାଲିକାରେ ହିତାଧିକାରୀଙ୍କ ନାମ ଥିବା ସତ୍ତ୍ବେ ମଧ୍ୟ ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ମାଣ ଶ୍ରମିକଙ୍କୁ ଘର ତିଆରି କାର୍ଯ୍ୟାଦେଶ ଦେଉ ନ ଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଶ୍ରମିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 7, 2019, 6:22 PM IST

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ବ୍ଲକର ନିର୍ମାଣ ଶ୍ରମିକଙ୍କୁ ଘର ମିଳୁ ନଥିବା ଅଭିଯୋଗ ହୋଇଛି । ଆଜି 16 ଜଣ ହିତାଧିକାରୀ ବୀରେନ୍ଦ୍ର ସୁନାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଗୁହାରୀ କରିଛନ୍ତି । ତାଲିକାରେ ହିତାଧିକାରୀ ଭାବେ ସେମାନଙ୍କ ନାମ ଥିବା ସତ୍ତ୍ବେ ମଧ୍ୟ ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘର ତିଆରି କାର୍ଯ୍ୟାଦେଶ ଦେଉ ନ ଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ତରଭା ବ୍ଲକ ପାଇଁ ପ୍ରଥମ ପର୍ଯ୍ୟାୟରେ 16 ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ତାଲିକାଭୂକ୍ତ କରାଯାଇଛି । ପ୍ରତି ହିତାଧିକାରୀଙ୍କ ପାଇଁ ଏକ ଲକ୍ଷ ତିରିଶ ହଜାର ଟଙ୍କା ମଧ୍ୟ ବ୍ୟୟବରାଦ କରାଯାଇଛି । ହେଲେ ଜିଲ୍ଲା ଶ୍ରମ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେପଟେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଭୟ ବିଭାଗକୁ ତାଗିଦ କରିବା ସହିତ ତୁରନ୍ତ ଶ୍ରମିକଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ 7 ଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଷୋହଳ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ଘର ମିଳୁ ନ ଠି ଅଭିଯୋଗ ହୋଇଛି । ତରଭା ଗୋଷ୍ଠି ଉନ୍ନୟନ ଅଧିକାରୀ ନିର୍ମାଣ ଶ୍ରମିକ ମାନଙ୍କୁ ଘର ତିଆରି କାର୍ଯ୍ୟାଦେଶ ଦେଉ ନ ଥିବା ଶ୍ରମିକମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି।ଆଜି ଷୋହଳ ଜଣ ଶ୍ରମିକ ହିତାଧିକାରୀ ବୀରେନ୍ଦ୍ର ସୁନାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି।ଜିଲ୍ଲା ଶ୍ରମ ଅଧିକାରୀ ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଶ୍ରମିକ ହିତାଧିକାରୀଙ୍କ ତାଲିକା ପ୍ରଦାନ କରିଥିଲେ ହେଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆ ଯାଉ ନ ଥିବା କହିଛନ୍ତି।

Body:ସୂଚନାଯୋଗ୍ୟ , ଜିଲ୍ଲାରେ ତରଭା ବ୍ଲକ ପାଇଁ ପ୍ରଥମ ପର୍ଯ୍ୟାୟରେ ଷୋହଳ ଜଣ ଶ୍ରମିକ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ତାଲିକାଭୁକ୍ତ କରା ଯାଇଛି।ପ୍ରତି ହିତାଧିକାରୀଙ୍କ ପାଇଁ ଏକ ଲକ୍ଷ ତିରିଶ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ ଶ୍ରମିକ ହିତାଧିକାରୀମାନେ ଜିଲ୍ଲା ଶ୍ରମ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଘର ପାଇଁ ଦାବି ଜଣାଇଛନ୍ତି।

Conclusion:ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଭୟ ବିଭାଗକୁ ତାଗିଦ କରିବା ସହିତ ତୁରନ୍ତ ଶ୍ରମିକ ହିତାଧିକାରୀଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଶ୍ରମିକ ମାନେ ସାତ ଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ବାଇଟ1 ବୀରେନ୍ଦ୍ର ସୁନା।
ବାଇଟ 2 ରଙ୍କନିଧି କର୍ଣ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ
ଭିଜୁଆଲ ଓ ବାଇଟ ଏଡିଟିଙ୍ଗ ହୋଇ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.