ETV Bharat / state

ବାଉଁଶରୁ ତିଆରି ସୌଖିନ ସାମଗ୍ରୀ, ମହିଳାଙ୍କୁ କଲା ସ୍ବାବଲମ୍ବୀ

ମହିଳାଙ୍କୁ ସ୍ବାବଲମ୍ବୀ କଲା ବାଉଁଶରୁ ତିଆରି ସୌଖିନ ଜିନିଷ । ବାଉଁଶ ପାତିଆରୁ ଟୋକେଇ ,ଟ୍ରେ, ଝୁଡି, ବାସ୍କେଟ, ଡବା, ଲ୍ୟାମ୍ପ ଏମିତି ଅନେକ ଜିନିଷ ତିଆରି କରି ନିଜର ଆର୍ଥୀକ ସ୍ଥିତିକୁ ସ୍ବଚ୍ଛଳ କରିପାରିଛନ୍ତି ମହିଳାମାନେ । ଅଧିକ ପଢନ୍ତୁ

author img

By

Published : Apr 27, 2023, 3:35 PM IST

Updated : Apr 27, 2023, 3:47 PM IST

bamboo art
bamboo art
ବାଉଁଶରୁ ତିଆରି ସୌଖିନ ସାମଗ୍ରୀ

ସମ୍ବଲପୁର: ବାଉଁଶରୁ ତିଆରି ହେଉଛି ବିଭିନ୍ନ ସୌଖିନ ଜିନିଷ। ବାଉଁଶ ପାତିଆରୁ ଟୋକେଇ,ଟ୍ରେ, ଝୁଡି, ବାସ୍କେଟ, ଡବା, ଲ୍ୟାମ୍ପ ଏମିତି ଅନେକ ଜିନିଷ ତିଆରି କରି ସ୍ବାବଲମ୍ବୀ ହୋଇପାରିଛନ୍ତି ସମ୍ବଲପୁର ଲାଉମାଲ ଗାଁର ମହିଳା ବାଉଁଶ କାରିଗର । ଦିନ ଥିଲା ପାରମ୍ପରିକ ବାଉଁଶ ଉପକରଣ ତିଆରି କରି ଏମାନେ ପରିବାର ଚଳାଉଥିଲେ । ଏବେ କିନ୍ତୁ ବିଭିନ୍ନ ସୌଖିନ ଜିନିଷ ତିଆରି କରି ଅଧିକ ଲାଭବାନ ହୋଇପାରିଛନ୍ତି। ଯାହା ସଫଳ ହୋଇପାରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନର ଓରମାସ ଓ ଓଏଲଏମ ବିଭାଗ ଯୋଗୁଁ ।

ବର୍ତ୍ତମାନ ମହିଳାମାନେ ମୁଖ୍ୟତଃ ବାଉଁଶ ପାତିଆରୁ ରିଙ୍ଗ ବାସ୍କେଟ, ଡଷ୍ଟବିନ, ପେନ ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ବିଭିନ୍ନ ପ୍ରକାର ଡବା, ଚକୋଲେଟ ବକ୍ସ, ଫ୍ରୁଟ ବାସ୍କେଟ, ଟ୍ରେ, ଲ୍ୟାମ୍ପ, ଚାବି ରିଙ୍ଗ, ବ୍ରସ ଷ୍ଟାଣ୍ଡ ଆଦି ସୌଖିନ ଘରକରଣା ଜିନିଷ ତିଆରି କରି ଭଲ ଦୁଇ ପାଇସା ରୋଜଗାର କରୁଛନ୍ତି । ଏହି ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସହ ପିଲାଙ୍କ ପାଠପଢାରେ ସହଯୋଗ ମଧ୍ୟ ହେଉଛି।

ଏହା ମଧ୍ୟ ପଢନ୍ତୁ-Boat capsizes in Brahmani River: ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା, 2 ନିଖୋଜ

ସମ୍ବଲପୁର ଜିଲ୍ଲା ପ୍ରଶାସନର ଓରମାସ ଓ ଓଏଲଏମ ବିଭାଗ ମହିଳା ବାଉଁଶ କାରିଗରଙ୍କୁ ଠାଵ କରି ଏମାନଙ୍କ ଦକ୍ଷତାକୁ ଜାଣି ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବାହାରୁ ଟ୍ରେନର ମଗାଇ ଏହି ମହିଳା ମାନଙ୍କୁ ତାଲିମ ଦିଆଯାଇଥିଲା l ଏହା ପରେ ବାଉଁଶ ପାତିଆ କାଟିବା ପାଇଁ ଏକ ମେସିନ ମଧ୍ୟ ଦିଆଯାଇଥିଲା l ବର୍ତ୍ତମାନ ଏହି ମହିଳା ମାନେ ଜିଲ୍ଲା ପ୍ରଶାସନର ସହାୟତାରେ ଏକ ଉତ୍ପାଦନକାରୀ ଗୋଷ୍ଠୀ ତିଆରି କରି ବିଭିନ୍ନ ପ୍ରକାରର ସୌଖିନ ଜିନିଷ ତିଆରି କରୁଛନ୍ତି l

ଅନ୍ୟପଟେ ଏମାନଙ୍କ ଦ୍ଵାରା ତିଆରି ସାମଗ୍ରୀର ବିକ୍ରି ପାଇଁ ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ବଜାର ସହିତ ଏମାନଙ୍କୁ ଲିଙ୍କ୍ କରାଯାଇଛି l ଏହା ଦ୍ୱାରାମହିଳା ମାନଙ୍କ ଦ୍ୱାରା ତିଆରି ସାମଗ୍ରୀ ଭଲ ଦରରେ ବିକ୍ରି ହୋଇ ପାରୁଛି l ବାଉଁଶ ତିଆରି ସାମଗ୍ରୀରୁ ରୋଜଗାର କରିବାପରେ ସେମାନଙ୍କ ଆର୍ଥିକ ସ୍ଥିତି ଏବେ ସ୍ବଚ୍ଛଳ ହୋଇପାରିଛି । ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ଦ୍ୱାରା ବର୍ତ୍ତମାନ ଏହି ମହିଳା ମାନେ କେବଳ ଯେ ସ୍ୱାବଲମ୍ବୀ ହୋଇଛନ୍ତି ତାହା ନୁହେଁ ନିଜ ପରିବାର ଓ ସମାଜ ରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated : Apr 27, 2023, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.