ETV Bharat / state

ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ - ପଶ୍ଚିମ ଓଡିଶାରେ ବନ୍ଦ ଡାକରା

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆସନ୍ତା ଫେବୃଆରୀ 5 ରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଉ ଏହାକୁ କଂଗ୍ରେସ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ

author img

By

Published : Feb 3, 2020, 10:08 AM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ଫେବୃଆରୀ 5 ରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହ ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସମର୍ଥନ କରିବ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ।

ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ ସୂଚନା ଦେଇଛନ୍ତି । ଏହାସହ ଏହି ସାମ୍ବାଦିକ ସମ୍ମିଳନୀରେ ସେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସମ୍ବଲପୁର ଜିଲାରେ ଚାଷୀଙ୍କ ଧାନ ବିକ୍ରି ନେଇ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଏହା ସହ ସମ୍ବଲପୁର ମହାନଗର ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବାର ଧାର୍ଯ୍ୟ ଅବଧି ସାରିଯାଇଥିଲେ ମଧ୍ୟ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ସମ୍ବଲପୁର ମହାନଗର ଅଞ୍ଚଳରେ ଚାଲିଥିବା ସ୍ବେରେଜ ପ୍ରକଳ୍ପ ଓ ଫ୍ଲାଇ ଓଭର କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଚାଲିଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ଫେବୃଆରୀ 5 ତାରିଖରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହ ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହେବାକୁ ଥିବା ପଶ୍ଚିମ ଓଡିଶା ବନ୍ଦ ଡାକରାକୁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସମର୍ଥନ କରିବା।ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ ସୂଚନା ଦେଇଛନ୍ତି।

Body:ଏହା ସହ ଏହି ସାମ୍ବାଦିକ ସମ୍ମିଳନୀରେ ସେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସମ୍ବଲପୁର ଜିଲାରେ ଚଷୀଙ୍କ ଧାନ ବିକ୍ରି ନେଇ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ଏହା ସହ ସମ୍ବଲପୁର ମହାନଗର ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବାର ଧାର୍ଯ୍ୟ ଅବଧି ସାରିଯାଇଥିଲେ ମଧ୍ୟ କୋୖଣସି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Conclusion:ମୁଖ୍ୟତଃ ସମ୍ବଲପୁର ମହାନଗର ଅଞ୍ଚଳରେ ଚାଲିଥିବା ସ୍ବେରେଜ ପ୍ରକଳ୍ପ ଓ ଫ୍ଲାଇ ଓଭର କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଚାଲିଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ତରଫରୁ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ବାଇଟ-1-ଅଶ୍ୱିନୀ ଗୁରୁ,ସଭାପତି, ଜିଲ୍ଲା କଂଗ୍ରେସ କମିଟି,ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.