ETV Bharat / state

Water Crisis: ବିଶ୍ବାଳପାଲି ଗ୍ରାମବାସୀଙ୍କ ଏକମାତ୍ର ଭରସା ଦୂଷିତ ଚୁଆପାଣି

ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ବିଶ୍ବାଳପାଲି ଗ୍ରାମବାସୀ। ବର୍ଷ ତମାମ ଲୋକଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୁଆ। ଅଧିକ ପଢ଼ନ୍ତୁ

author img

By

Published : Apr 17, 2022, 3:39 PM IST

water problem at vishwalpali village in sambalpur
ଗ୍ରାମରେ ନାହିଁ ପାନୀୟ ଜଳ ଯୋଜନା, ଗ୍ରାମବାସୀଙ୍କ ସାହା ପାଲଟିଛି ଚୁଆ

ସମ୍ବଲପୁର: ପ୍ରଚଣ୍ଡ ଖରାକୁ ଅସହ୍ୟ ତାତି। ଖରାଦିନ ଆରମ୍ଭରୁ ପାଣି ପାଇଁ ହାହାକାର ଦେଖିବାକୁ ମିଳିଛି। ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ। ଆଉ ଏଠାରେ ଶୋଷ ମେଣ୍ଟାଉଛି ଦୂଷିତ ଚୂଆ ପାଣି। ସମ୍ବଲପୁର ଜିଲ୍ଲା ଆଦିବାସୀ ଅଞ୍ଚଳରେ ଜଳ ଯନ୍ତ୍ରଣା କିଛି ନୂଆ କଥା ନୁହେଁ। ହେଲେ ଏଠାକାର ଦୟନୀୟ ଦୃଶ୍ୟ ଆପଣଙ୍କୁ ବ୍ୟଥିତ କରିପାରେ। ଏହି ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମେନକିରା ବ୍ଲକ ବଡରମା ପଞ୍ଚାୟତ ବିଶ୍ବାଳପାଲି ଗ୍ରାମରେ। ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ବିକାଶର ଏହି ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ପ୍ରଶାସନ ଆଢୁଆଳରେ ରହିଯାଇଥିବା ବିଶ୍ବାଳପାଲି ଗ୍ରାମ ପାଇଁ ସାତ ସପନ ପାଲଟିଛି ପାନୀୟ ଜଳ ଯୋଗାଣ ।

ବର୍ଷ ତମାମ ଜଳକଷ୍ଟରେ ଜର୍ଜରିତ ହେଉଛନ୍ତି ବିଶ୍ବାଳପାଲି ଗ୍ରାମବାସୀ। ହେଲେ ଖରା ଦିନ କଥା ନକହିଲେ ଭଲ। ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଥିବା ବେଳେ ଏହାର ନିଚ୍ଛକ ବାସ୍ତବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଏହି ଆଦିବାସୀ ଅଧ୍ୟୁଷିତ ବିଶ୍ବାଳପାଲି ଗ୍ରାମରେ। ସ୍ବଚ୍ଛ ପାନୀୟଜଳ ଯୋଗାଣର ବ୍ୟବସ୍ଥା ନଥିବାରୁ ଲୋକେ ଜଙ୍ଗଲ ଭିତରେ ଥିବା ଚୁଆ ପାଣି ଉପରେ ଭରସା କରିଛନ୍ତି। ଚିନ୍ତାର ବିଷୟ ଯେ ଗ୍ରାମରେ ଗୋଟିଏ ହେଲେ ନୂଳକୂପ କିମ୍ବା ପୋଖରୀ ନାହିଁ। ପାଣି ପାଇଁ ପିଲାଠାରୁ ବୃଦ୍ଧ ସଭିଁଏ ମାଇଲ ମାଇଲ ବାଟ ଯିବାକୁ ପଡୁଛି। ବିଭିନ୍ନ ସମୟରେ ଗାଈଗୋରୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଶୁ ପିଇ ପାଣିକୁ ଦୂଷିତ କରୁଛନ୍ତି। କିନ୍ତୁ ଜୀବନ ବିକଳରେ ସେହି ପାଣିକୁ ମଣିଷ ମଧ୍ୟ ପିଉଛନ୍ତି ।

ନିର୍ବାଚନ ପୂର୍ବରୁ ଏହି ଗ୍ରାମକୁ ନେତାଙ୍କ ମନ୍ତ୍ରୀ ଲମ୍ବାଧାଡ଼ି ଲମ୍ବିଥାଏ। ଆଉ ପ୍ରତିଶୃତିରେ ପୋତି ଦେଇଥାନ୍ତି ଲୋକଙ୍କୁ । ହେଲେ ନିର୍ବାଚନ ସରିବା ପରେ ସତେ ଯେପରି ବିଶ୍ବାଳପାଲି ଗ୍ରାମର ବାଟ ହୁଡ଼ିଛନ୍ତି । ଜଳସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବିଡ଼ିଓ ଓ ଜନନେତାଙ୍କ ଠାରେ ଗୁହାରି କରିସାରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ସମ୍ବଲପୁର ପିଡ଼ି ଡିଆରଡିଏ ଦିଲ୍ଲୀପ କୁମାର ବଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ RWSSର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ସୁଚିତ୍ର କୁମାର ମହାନ୍ତି କହିଛନ୍ତି, ସମସ୍ୟାର ସମାଧାନ ପାଇଁ ବିଭାଗୀୟ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଏବଂ ଯଥା ଶୀଘ୍ର ଗ୍ରାମରେ ଏକ ନଳକୂପ ଖୋଲାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ବର୍ଷ ବର୍ଷ ଧରି ପାନୀୟଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ବିଶ୍ବାଳପାଲି ଗ୍ରାମକୁ ଦିଆଯାଇଥିବା ପ୍ରତିଶୃତି କେବେ ପୂରଣ ହେଉଛି ଦେଖିବାକୁ ବାକି ରହିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.