ETV Bharat / state

ବୁର୍ଲା ମେଡ଼ିକାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଘଟଣା: ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡିତ ପରିବାର

author img

By

Published : Oct 23, 2019, 8:21 PM IST

ବୁର୍ଲା ମେଡିକାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଘଟଣାରେ ପୀଡିତଙ୍କ ପରିବାର ରାଜ୍ୟ ମାନବାଧିକାର କମିଶନରଙ୍କୁ ଭେଟିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବୁର୍ଲା ଭିମସାର ମେଡିକାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଘଟଣାରେ ପୀଡିତଙ୍କ ପରିବାର ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ବୁଧବାର ପୀଡିତ ଝସକେତନ ରାଉତଙ୍କ ବାପା ତୁଲାରାମ ରାଉତ ଓ ମୁକେଶ ବେହେରାଙ୍କ ମା ଲୋଚନ ବେହେରା ରାଜ୍ୟ ମାନବାଧିକାର କମିଶନରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ସେମାନଙ୍କୁ ମାନସିକ ଓ ଶାରୀରିକ ଭାବରେ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ନ୍ୟାୟ ମିଳିବା ଆଶାରେ ଆସିଥିବା ତୁଲାରାମ ରାଉତ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ପୀଡିତ ମୁକେଶ ବେହେରାଙ୍କ ମା ଲୋଚନା ବେହେରା ପ୍ରକାଶ କରିଛନ୍ତି । ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳୁ ବୋଲି ଲୋଚନା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବୁର୍ଲା ମେଡିକାଲରେ ଡାକ୍ତରଙ୍କ କଙ୍ଗାରୁ କୋର୍ଟ ଘଟଣା ,ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପିଡିତାଙ୍କ ପରିବାର।

Body:ବୁର୍ଲା ଭିମସାର ମେଡିକାଲରେ ଡାକ୍ତରଙ୍କ କଙ୍ଗାରୁ କୋର୍ଟ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପିଡିତାଙ୍କ ପରିବାର।ଭିମସାର ମେଡିକାଲ ରୋଗୀଙ୍କ ସମ୍ପର୍କୀୟ ନିର୍ଯ୍ୟାତନା ମାମଲା,ଏବେ ନୂଆ ମୋଡ଼ ନେଇଛି, ବୁଧବାର ଭୁବନେଶ୍ୱରରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପିଡିତ ଝସକେତନ ରାଉତଙ୍କ ବାପା ତୁଲାରାମ ରାଉତ ଓ ମୁକେଶ ବେହେରାଙ୍କ ମା ଲୋଚନା ବେହେରା।

ସେମାନଙ୍କ ଅଭିଯୋଗ ତାଙ୍କୁ ଏବଂ ତାଙ୍କ ପରିବାର କୁ ମାନସିକ ଏବଂ ଶାରୀରିକ ଭାବରେ ନିର୍ଯ୍ୟାତନା ଦିଆଯାଇଛି।ଏ ଘଟଣାର ମୁଖ୍ୟ କାର୍ପଟଦାର ଭୀମସାର ଡ଼ ପାଟଯୋଶୀ ଙ୍କୁ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି।ଏନେଇ ମାନବାଧିକାର କମିଶନଙ୍କ ପାଖରେ ନିବେଦନ କରିଛନ୍ତି ନିର୍ଯାତିତ ଯୁବକଙ୍କ ସମ୍ପର୍କୀୟ।ନ୍ୟାୟ ମିଳିବ ବୋଲି ଆଶା ରଖିକି ଆସିଛୁ ବୋଲି କହିଛନ୍ତି ତୁଲାରାମ ରାଉତ।

ସେମାନଙ୍କ କହିବା କଥା ଡାକ୍ତର ଙ୍କୁ ସମସ୍ତେ ଦ୍ୱିତୀୟ ଭଗବାନ ବୋଲି କହିଥାନ୍ତି, କିନ୍ତୁ ବେଳେ ବେଳେ ଡାକ୍ତର ମାନଙ୍କ ବ୍ୟବହାର ଏତେ ଅତିଷ୍ଠ ହୋଇଯାଏ ଯେ ସାଧାରଣ ଲୋକଟେ ତାର ପ୍ରତିବାଦ କରେ ,ଆଉ ଯଦି ପ୍ରତିବାଦ କରି ତାକୁ ନିର୍ଯ୍ୟାତନାର ଶିକାର ହେବାକୁ ପଡେ।ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛି, ପ୍ରକୃତ ଦୋଷୀକୁ ଖସେଇବାକୁ ଚେଷ୍ଟା କରୁଛି।ପ୍ରକୃତ ତଦନ୍ତ ହେଉ ଓ ଦୋଷୀକୁ ଦଣ୍ଡ ମିଳୁ ବୋଲି ନିର୍ଯ୍ୟାତନାର ଶିକାର ହୋଇଥିବା ମୁକେଶ ବେହେରାଙ୍କ ମା ଲୋଚନା ବେହେରା କହିଛନ୍ତି।

ତେବେ ସେମାନେ ଆଶା ରଖିଛନ୍ତି କି ମାନବାଧିକାର କମିଶନ ଏ ଘଟଣାରେ ହସ୍ତକ୍ଷେପ କରିବା ସହିତ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଡ଼ ପାଟଯୋଶୀଙ୍କୁ ଦଣ୍ଡ ଦେବେ ଓ ତାଙ୍କୁ ନ୍ୟାୟ ପ୍ରଦାନ କରିବେ।

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.