ETV Bharat / state

VIMSAR Covid Situation: ସହରବାସୀଙ୍କ ବଢୁଛି ଚିନ୍ତା, କୋଭିଡ ନିୟମ ଫୁ - covid concern in sambalpur

ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ରେ 74 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଏହା ନୁଆ ଷ୍ଟ୍ରେନର ତୃତୀୟ ଲହରୀ ବୋଲି ଚର୍ଚ୍ଚା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ଼ ଲାଇନ କୁ କଡା କଡ଼ି ପାଳନ କରିବାକୁ ନିର୍ଦେଶନାମା ଜାରି ହୋଇଛି । ଅଧିକ ପଢନ୍ତୁ

ହରବାସୀଙ୍କ ବଢୁଛି ଚିନ୍ତା; କୋଭିଡ ନିୟମ ଫୁ
ହରବାସୀଙ୍କ ବଢୁଛି ଚିନ୍ତା; କୋଭିଡ ନିୟମ ଫୁ
author img

By

Published : Dec 1, 2021, 9:34 PM IST

Updated : Dec 2, 2021, 12:57 PM IST

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ 74 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଏହା ନୁଆ ଷ୍ଟ୍ରେନର ତୃତୀୟ ଲହରୀ ବୋଲି ଚର୍ଚ୍ଚା ହେଉଛି ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ଼ଲାଇନ କୁ କଡା କଡ଼ି ପାଳନ କରିବାକୁ ନିର୍ଦେଶନାମା ଜାରି ହୋଇଛି ।

VIMSAR Covid Situation; ସହରବାସୀଙ୍କ ବଢୁଛି ଚିନ୍ତା, କୋଭିଡ ନିୟମ ଫୁ

ଅନ୍ୟପଟେ ସମ୍ବଲପୁର ସହରରେ ଯାହା ଦୃଶ୍ୟମାନ ହେଉଛି 80 ପ୍ରତିଶତ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ଗାଇଡ଼ଲାଇନ ପାଳନ କରୁଥିବା ପରି ପ୍ରତୀତ ହେଉନାହିଁ। ଏଭଳି ସ୍ଥିତିରେ ଏହା ସହରବାସୀଙ୍କ ଚିନ୍ତା ବଢ଼ିଛି।

ସମ୍ବଲପୁରରେ କୋଭିଡ ଗାଇଡ଼ଲାଇନ କୁ ଫୁ। ନା କେହି ମାସ୍କ ପିନ୍ଧୁଛନ୍ତି କି ନାଁ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଉଛନ୍ତି । ସାଧାରଣ ଜନତା ହୁଅନ୍ତୁ କି ରାଜନେତା କେହି ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତ୍ୱ ମାନୁନାହାଁନ୍ତି । କେତେବେଳେ ରାଜନୈତିକ ସଭା ରେ ତ କେତେବେଳେ ଆନ୍ଦୋଳନ ନାଁ ରେ 80%ଲୋକ ମାସ୍କ ପିନ୍ଧୁ ନଥିବା ଜଳ ଜଳ ଦିଶୁଛି । କୋଭିଡ ର ଡବଲ ଡୋଜ ପରେ ଲୋକେ ଏବେ ଖୁଲମ ଖୁଲା କୋଭିଡ କଟକଣା ମନୁ ନଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ଆନ୍ଦୋଳନ, ସଭା ସମିତି ହେଉକି ଦୈନନ୍ଦିନ ଜୀବନରେ ସତେ ଯେମିତି ଲୋକେ ମାସ୍କ ପିନ୍ଧିବାକୁ ଆଉ ଗୁରୁତ୍ୱ ଦେଉନାହାଁନ୍ତି।ଏଭଳି ସ୍ଥିତିରେ ଏବେ ବୁର୍ଲା ମେଡିକାଲ କଲେଜ ରେ 74 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଏହା କୁ ନେଇ ଏହା ତୃତୀୟ ଲହରୀ ର କାରଣ ନହେଉ ବୋଲି ଚର୍ଚ୍ଚା ହେଉଥିବା ବେଳେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେବାକୁ ସଚେତନ ନାଗରିକ କହିଛନ୍ତି ।

ଅନ୍ୟପଟେ କୋଭିଡ ର ଡବଲ ଡୋଜ ନେଇଥିଲେ ମଧ୍ୟ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ଡାକ୍ତର କହୁଛନ୍ତି। ଏହା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଏ ଦିଗରେ ଅଧିକ ଗମ୍ଭୀର ହେବାର ରହିଛି ବୋଲି ସଚେତନ ନାଗରିକ କହିଛନ୍ତି।

ଅନ୍ୟପଟେ କୋଭିଡ ଭେକ୍ସିନ ର ଡବଲ ଡୋଜ ନେଇଥିଲେ ମଧ୍ୟ କରୋନା ର ନୂତନ ଭାରିଏଣ୍ଟ ରୁ ନିଜକୁ ବଞ୍ଚାଇବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ମାସ୍କ ଅଟେ ଓ ଏହାକୁ ସବୁବେଳେ ବ୍ୟବହାର କରିବା ଉଚିତ ବୋଲି ବୁର୍ଲା ମେଡିକାଲ ର ଡିନ ପ୍ରଫେସର ଡା ଜୟଶ୍ରୀ ଦୋରା କହିଛନ୍ତି । ସଦାବେଳେ ମାସ୍କ ପିନ୍ଧିବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ବୁର୍ଲା ମେଡ଼ିକାଲ କଲେଜ ର ଡିନ ।

ଅନ୍ୟପଟେ ସମ୍ବଲପୁର ଏସ ପି କହିଛନ୍ତି ଯେ ସମ୍ବଲପୁର ସହର ର ବିଭିନ୍ନ ଛକ ଓ ପ୍ରମୂଖ ସ୍ଥାନରେ ମାସ୍କ ନେଇ ରେଡ଼ ଓ ଏନଫୋର୍ସମେଣ୍ଟ ପୋଲିସ ବିଭାଗ ପକ୍ଷରୁ ଜାରି ରହିଛି। ମାସ୍କ ପିନ୍ଧୁ ନଥିବା ଲୋକଙ୍କ ପକ୍ଷରୁ ଦୈନିକ 200 ଟି ଚାଲାଣ କଟାଯାଉଛି ବୋଲି କହିଛନ୍ତି ସମ୍ବଲପୁର ଏସପି । ଏଭଳି ଭାବରେ କେବଳ ମାସ୍କ ନେଇ ମାସକ ରେ 6000 ଚାଲାଣ କଟାଯାଉଛି । ଲୋକଙ୍କୁ ସଚେତନ କରାଯିବା ସହ ଫାଇନ ମଧ୍ୟ କରାଯାଉଛି।

କୋଭିଡର ନୁଆ ଭାରିଏଣ୍ଟ ଡେ଼ଲ୍ଟା ଭେରିଏଣ୍ଟ ଠାରୁ ଅଧିକ ବିପଦଜନକ ବୋଲି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ସମସ୍ତେ ମାସ୍କ ପରିଧାନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ଚର୍ଚ୍ଚା ହେଉଛି ନଚେତ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 2, 2021, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.