ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲାର ଅବକାରୀ ବିଭାଗ ଏସପି ମକରଧ୍ବଜ ବର୍ଗେଙ୍କ ନିଜ ପୈତୃକ ଘର ସହ 4 ଟି ଜିଲ୍ଲାର 8 ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି ।
ଆଜି ସମ୍ବଲପୁର ସହରର ଦାନୀପାଳି ସ୍ଥିତ ଘର, ବୁର୍ଲା ସ୍ଥିତ ଘର, ବରଗଡ଼ ଜିଲ୍ଲାର କାର୍ଯ୍ୟାଳୟ, ବରପାଲି ସ୍ଥିତ ପୁଅ ଘର, ବରଗଡ଼ ସହରର ଆପାର୍ଟମେଣ୍ଟ , ବଲାଙ୍ଗୀର ସ୍ଥିତ ଘର, ସୁବର୍ଣ୍ଣପୁର ଜିଲ୍ଲାର ଭାଗୀଟିକର ସ୍ଥିତ ପୈତୃକ ଘର ଓ ଡୁଙ୍ଗରିପାଲି ସ୍ଥିତ ତାଙ୍କର ଏଚପି ଗ୍ୟାସ ଦୋକାନରେ ଭିଜିଲାନ୍ସ ର 8 ଟିମ ଏକକାଳୀନ ଚଢ଼ାଉ ହୋଇ ତାଙ୍କର ସମ୍ପତ୍ତିର କାଗଜପତ୍ର ଯାଞ୍ଚ ହେଉଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଏସପି ସୁବାଷ ସ୍ବାଇଁ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କର ସମ୍ପତ୍ତିର ସଠିକ ଆକଳନ ଜଣା ପଡିବ ବୋଲି କହିଛନ୍ତି ଏସପି ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ