ସମ୍ବଲପୁର: ଜିଲ୍ଲା ସ୍ଥିତ ବୁର୍ଲା ସହର ଅଞ୍ଚଳରେ ଏକ ମୁଣ୍ଡ ବିହୀନ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଶିଶୁର ପରିଚୟ ମିଳି ନ ଥିବାବେଳେ ଶିଶୁଟିକୁ କିଏ କାହିଁକି ଏଭଳି ବୀଭତ୍ସ ଭାବେ ହତ୍ୟା କଲା ସେନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ଆଜି(ବୁଧବାର) ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ନିକଟ ଟିଭି ୱାର୍ଡ ନିକଟରୁ ଏକ ମୁଣ୍ଡ ବିହୀନ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁର ବୟସ ପ୍ରାୟ ୩ରୁ 4 ମାସ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବୁର୍ଲା ମେଡିକାଲରେ ଆଜି କୌଣସି ଶିଶୁର ମୃତ୍ୟୁ ହୋଇ ନଥିବା ନେଇ ସୂଚନା ମିଳିଥିବାବେଳେ ସ୍ଥାନୀୟ ଅଞ୍ଚଳର ମଧ୍ୟ କୌଣସି ଶିଶୁର ମୃତ୍ୟୁ ହୋଇନଥିବା ଜଣାପଡିଛି । ତେବେ ଶିଶୁର ଏଭଳି ମୃତଦେହ ମିଳିବାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି । କିଛି ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଏକ ନାବାଳିକାକୁ ହତ୍ୟା କରାଯାଇଥିଲା । ବୁର୍ଲା ସହରରେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଞ୍ଚଳର ସଚେତନ ନାଗରିକ ମତ ପ୍ରକାଶ କରିଛନ୍ତି । ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ