ETV Bharat / state

ସରକାରୀ ଯୋଜନାରୁ ସବୁବେଳେ ବଞ୍ଚିତ ଭାଗ ଚାଷୀ - landless farmers they always deprived of government schemes

ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର ଅଧିକାଂଶ ଚାଷ କାର୍ଯ୍ୟ କରୁଥିବା ଭାଗ ଚାଷୀଙ୍କ ସମସ୍ୟା ଆହୁରି ଜଟିଳ। ଅନ୍ୟ ଜମିରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଭାଗଚାଷୀ, କୌଣସି ଦୁର୍ବିପାକ, ମରୁଡିରେ କ୍ଷତି ସହିଲେ ବି ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ହେଉଛି । ଅଧିକ ପଢନ୍ତୁ...

ସରକାରୀ ଯୋଜନାରୁ ବଞ୍ଚିତ ଭାଗ ଚାଷୀ
ସରକାରୀ ଯୋଜନାରୁ ବଞ୍ଚିତ ଭାଗ ଚାଷୀ
author img

By

Published : Apr 27, 2021, 6:13 PM IST

ସମ୍ବଲପୁର: ଆମ ଦେଶର ଅନ୍ନଦାତା ହେଉଛି ଚାଷୀ । ତେବେ ଦେଶର ଏହି ଅନ୍ନଦାତା ସବୁବେଳେ ସମସ୍ୟା ସହ ସଂଘର୍ଷ କରି ଆସୁଛି । ଆମ ଦେଶର ପରି ରାଜ୍ୟରେ ମଧ୍ୟ ସବୁବେଳେ ଚାଷୀଙ୍କ ସମସ୍ୟା ଲାଗି ରହୁଛି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର ଅଧିକାଂଶ ଚାଷ କାର୍ଯ୍ୟ କରୁଥିବା ଭାଗ ଚାଷୀର ସମସ୍ୟା ଆହୁରି ଅଧିକ ।

ସରକାରୀ ଯୋଜନାରୁ ସବୁବେଳେ ବଞ୍ଚିତ ଭାଗ ଚାଷୀ

ଅନ୍ୟ ଜମିରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ଭାଗଚାଷୀ କୌଣସି ସମସ୍ୟାରେ ପଡିଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ହେଉଛି । ଆଉ ଏଥିପାଇଁ ଚାଷୀ ନେତାମାନେ ରାଜ୍ୟ ସରକାରଙ୍କ ରାଜସ୍ୱ ଆଇନ ବ୍ୟବସ୍ଥାକୁ ଦୋଷ ଦେଇଛନ୍ତି।

କୌଣସି କାଗଜପତ୍ର ନଥିବାରୁ ଆଇନ ତାପାଇଁ ବାଧା ସୃଷ୍ଟି ହୋଇଥାଏ। ତେବେ ଭାଗ ଚାଷୀଙ୍କ ଏହି ଅବସ୍ଥା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଆଇନକୁ ଦାୟୀ କରିଛନ୍ତି ଚାଷୀ । ଭାଗ ଚାଷୀ କିଏ, ଭାଗ ଚାଷୀକୁ ଚିହ୍ନଟ କରିବାର ମାନଦଣ୍ଡ ଆଜି ପର୍ଯ୍ୟନ୍ତ ସରକାର ଧାର୍ଯ୍ୟ କରି ପାରୁ ନଥିବା ଅଭିଯୋଗ ହେଉଛି ।

ସବୁବେଳେ ସରକାରୀ ଯୋଜନାରୁ ବଞ୍ଚିତ ହେବାରୁ 2014 ରେ ଚାଷୀ ଆତ୍ମହତ୍ୟା ବଢିବା ପରେ ରାଜ୍ୟ ସରକାର ବିଧାନସଭାରେ ଭାଗ ଚାଷୀ ଆଇନ ଆଣିବାକୁ ଘୋଷଣା କରିଥିଲେ। ତେବେ ତାହା ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ଡାରରେ ପଡିରହିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ରାଜସ୍ୱ ଆଇନର କେତେକ ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଭାଗ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଚାଷୀ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ନୂତନ ଆଇନ ପ୍ରଣୟନ କରିବାକୁ ଚାଷୀ ଦାବି କରି ଆସୁଛନ୍ତି ।

ଓଡିଶା ସରକାରଙ୍କ ତଥ୍ୟ ଅନୁସାରେ, ପ୍ରାୟ 18 ପ୍ରତିଶତ ଭାଗ ଚାଷୀ ଅଛନ୍ତି। ତେଣୁ ଏହିଭଳି ଭାଗ ଚାଷୀଙ୍କୁ ସୁବିଧା ସୁଯୋଗ ଦେବା ପାଇଁ କୋଭିଡ ପରେ ପରେ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ନାବାର୍ଡ ସହାୟତାରେ ରାଜ୍ୟର 5 ଲକ୍ଷ ଭାଗ ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ତେବେ ଏହି ଗୃପ ଗୁଡିକୁ ଭିଏଡବ୍ଲ୍ୟୁ, କୃଷକ ସାଥି ଓ କୃଷି ଅଧିକାରୀ ସେମାନଙ୍କ ଚାଷ କାର୍ଯ୍ୟକୁ ଦେଖି ଲୋନ ପାଇଁ ସାର୍ଟିଫିକେଟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ତେବେ ଏହି ବଳରାମ ଯୋଜନା ମଧ୍ୟ ତୃଣମୂଳ ସ୍ତରରେ ସର୍ବଦା ସଫଳ ହୋଇପାରୁନି ବୋଲି ଚାଷୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.