ETV Bharat / state

ସୁରେନ୍ଦ୍ର ସାଏଙ୍କ ଗାଁ ହେବ ଆଦର୍ଶ ଗାଁ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jan 23, 2021, 6:49 PM IST

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖିଣ୍ଡାକୁ ପ୍ରେରଣାର ମନ୍ଦିର ବୋଲି କହିବା ସହ ଆଦର୍ଶ ଗ୍ରାମ ଆଦର୍ଶ ଗାଁର ମର୍ଯ୍ୟାଦା ଦେବାକୁ ସମ୍ବଲପୁର ସାଂସଦଙ୍କୁ ନିବେଦନ କରିଛନ୍ତି । ଖିଣ୍ଡାର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଗମନାଗମନ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରାଯାଇ ଏହାକୁ ଆଦର୍ଶ ଗାଁ ଭାବରେ ପ୍ରତିଷ୍ଠିତ କରାଯିବ ସେ କହିଛନ୍ତି । ଅଧିକ ପଢନ୍ତୁ...

ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ହେବ ଅଦର୍ଶ ଗ୍ରାମ; ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆଜି ହେଉଛି ସ୍ଵାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡାରେ ନିଜର କାର୍ଯ୍ୟକ୍ରମ ଶେଷ କରିବା ପରେ ସମ୍ବଲପୁର ଖିଣ୍ଡା ଗସ୍ତରେ ଯାଇଥିଲେ । ସେ ଖିଣ୍ଡା ଛକରୁ ଖିଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିଜର ସମର୍ଥକଙ୍କ ସହ ବାଇକ ରାଲିରେ ଯାଇଥିଲେ । ସେଠାରେ ପ୍ରଥମେ ମା ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ପରେ ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଖିଣ୍ଡା ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଶଭାରେ ଯୋଗ ଦେଇ ସୁରେନ୍ଦ୍ର ସାଏଙ୍କ ସଂଘର୍ଷମୟ ଜୀଵନର ସ୍ମୃତି ଚାରଣ କରି କହିଥିଲେ ଯେ, ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ସୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ ଓ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ଭାରତର ସ୍ୱାଧୀନତା ସଂଗ୍ରାମରେ ସେ ଅଭୁତପୂର୍ବ ସାହସ ଦେଖାଇବା ସହ ଅଧିକ ସମୟ କାରାଗାରରେ ସମୟ ବିତାଇଥିଲେ ଓ ଶେଷରେ ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀ ଖିଣ୍ଡାକୁ ପ୍ରେରଣାର ମନ୍ଦିର ବୋଲି କହିବା ସହ ଏହି ଗାଁକୁ ଆଦର୍ଶ ଗାଁର ମର୍ଯ୍ୟାଦା ଦେବାକୁ ସମ୍ବଲପୁର ସାଂସଦଙ୍କୁ ନିବେଦନ କରିଥିଲେ । ଆଗକୁ ଏହି ସ୍ଥାନରେ କିପରି ଉନ୍ନତି ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଖିଣ୍ଡାର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଗମନାଗମନ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରାଯାଇ ଏହାକୁ ଆଦର୍ଶ ଗାଁ ଭାବରେ ପ୍ରତିଷ୍ଠିତ କରାଯିବ । ଏହା ହିଁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ତାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟକ ନାଉରୀ ନାଏକ, ଇରାଶିଷ ଆଚାର୍ଯ୍ୟ, ପ୍ରଦୀପ ପୁରୋହିତ, ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.