ETV Bharat / state

'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତ ମାନ୍ୟତା: ପଶ୍ଚମାଞ୍ଚଳ ଏକତା ମଞ୍ଚର ବିରୋଧ

'ବନ୍ଦେ ଉତ୍କଳ ଜନନୀ'କୁ ରବିବାର ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ କ୍ୟାବିନେଟ ଦ୍ୱାରା ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବା ପରେ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିରୋଧ ।

ପଶ୍ଚମାଞ୍ଚଳ ଏକତା ମଞ୍ଚର ବିରୋଧ
ପଶ୍ଚମାଞ୍ଚଳ ଏକତା ମଞ୍ଚର ବିରୋଧ
author img

By

Published : Jun 8, 2020, 7:24 PM IST

ସମ୍ବଲପୁର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'କୁ ରବିବାର ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ କ୍ୟାବିନେଟ ଦ୍ୱାରା ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବା ପରେ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିରୋଧ ।

'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତ ମାନ୍ୟତା: ପଶ୍ଚମାଞ୍ଚଳ ଏକତା ମଞ୍ଚର ବିରୋଧ
ସମ୍ବଲପୁରର ପଶ୍ଚିମାଞ୍ଚଳ ଏକତା ମଞ୍ଚ ସଙ୍ଗଠନ ତରଫରୁ ସୋମବାର ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରଯାଇଛି। ସୋମବାର ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟମାନେ ବ୍ୟାନର ଓ ପ୍କାକାର୍ଡ ଧରି ମୁହଁରେ କଳା ବ୍ୟାଚ ଲଗାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହାର ବିରୋଧ କରିଛନ୍ତି ।ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ ରାଜ୍ୟର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳ ପ୍ରତି ନିଜର ଦୁର୍ବଳତା ଥିବାର ସରକାର ପ୍ରଦର୍ଶିତ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.