ETV Bharat / state

Cordyceps Militaris: ଦିବ୍ୟରାଜଙ୍କ ଲକ୍ଷେ ଟଙ୍କିଆ ଛତୁ - special mushroom

ସମ୍ବଲପୁରର ଯୁବ କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା ଏବେ ବହୁମୂଲ୍ୟ ‘କିଡାଜଡି ଛତୁ’ ବା (Cordyceps Militaris) ନିଜ ଲ୍ୟାବରେ ଟିସୁ କଲଚର ପ୍ରକ୍ରିୟା ଦ୍ୱାରା ଉତ୍ପାଦନ କରିଛନ୍ତି । ବର୍ତ୍ତମାନ ଏହି ଛତୁର ଦାମ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ଲକ୍ଷେ ଟଙ୍କା କେଜି ରହିଥିବା ବେଳେ ଏହାର ଚାହିଦା କାହିଁରେ କଣ। ଅଧିକ ପଢନ୍ତୁ

କିଡାଜଡି ଛତୁ
କିଡାଜଡି ଛତୁ
author img

By

Published : Dec 23, 2022, 10:51 PM IST

କିଡାଜଡି ଛତୁ ଉତ୍ପାଦନ କଲେ ସମ୍ବଲପୁର କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା

ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁରର କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା । ପୂର୍ବରୁ କଳା ହଳଦୀ, କଳା ଧାନ ,କାଶ୍ମରୀ କେଶର ଓ ମ୍ୟାଜିକାଲ ରାଇସ ଉତ୍ପାଦନ କରିଥିବା ସମ୍ବଲପୁରର ଯୁବ କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା ଏବେ ବହୁମୂଲ୍ୟ ‘କିଡାଜଡି ଛତୁ’ ବା (Cordyceps Militaris) ନିଜ ଲ୍ୟାବରେ ଟିସୁ କଲଚର ପ୍ରକ୍ରିୟା ଦ୍ୱାରା ଉତ୍ପାଦନ କରିଛନ୍ତି । ବର୍ତ୍ତମାନ ଏହି ଛତୁର ଦାମ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ଲକ୍ଷେ ଟଙ୍କା କେଜି ରହିଥିବା ବେଳେ ଏହାର ଚାହିଦା କାହିଁରେ କଣ । ଆଗକୁ ସେ ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ (Commercial Purpose) ରେ ଉତ୍ପାଦାନ କରିବେ ବୋଲି କହିଛନ୍ତି।

ଏହାବି ପଢନ୍ତୁ- ସମଲେଇ ଯୋଜନା ପାଇଁ ଜିଲ୍ଲା ପ୍ରଶାସନର ଜନ ଶୁଣାଣି

ସମ୍ବଲପୁର ଯୁବ କୃଷି ବୈଜ୍ଞାନିକଙ୍କ କମାଲ। ନିଜ ଲ୍ୟାବ ରେ ଉତ୍ପାଦନ କଲେ ଲକ୍ଷେ ଟଙ୍କିଆ କିଡାଜଡି ଛତୁ। ନିଜର ଖଣ୍ଡୁଆଲ ସ୍ଥିତ ଲ୍ୟାବରେ ସେ ଏହି ଛତୁକୁ ଟିସୁ କଲଚର ପ୍ରକ୍ରିୟାରେ ଉତ୍ପାଦନ କରିଛନ୍ତି। ଏହାକୁ ଉତ୍ପାଦନ କରିବା ପାଇଁ ସେ 3 ବର୍ଷ ହେଲା ଗବେଷଣା କରି ଆସୁଥିଲେ। ବର୍ତ୍ତମାନ ସେ ଏଥିରେ ସଫଳ ହୋଇଛନ୍ତି। ତାଙ୍କ କହିବା ଅନୁସାରେ ଏହାକୁ ଲ୍ୟାବରେ ଉତ୍ପାଦନ କରିବାକୁ 3 ମାସ ସମୟ ଲାଗିଥାଏ। ଏହି ଛତୁ ମୁଖ୍ୟତଃ ତିବ୍ବତ ଓ ଭାରତର ହିମାଚଳ ପ୍ରଦେଶରେ ପ୍ରାକୃତିକ ଉପାୟରେ ହୋଇଥାଏ।

ଏହାବି ପଢନ୍ତୁ- 2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ

ତେବେ ସେ ଓଡିଶାରେ ପ୍ରଥମ କରି ଏହି ଛତୁ ଉତ୍ପାଦନ କରିଥିବା ଦାବି କରିଛନ୍ତି । ଏହି ଛତୁର ଅନେକ ଔଷଧୀୟ ଗୁଣ ଏହାର ଗୁରୁତ୍ବ କୁ ବଢ଼ାଇ ଦେଇଥାଏ । ମୁଖ୍ୟତଃ ଏଥିରେ ଆଣ୍ଟି କ୍ୟାନ୍ସର ତତ୍ତ୍ୱ ରହିଛି । ଏହା ସହ ଏହାକୁ ଏକ Sex Enhancer ଭାବେ ବ୍ୟବହାର ହୋଇଥାଏ । ଏହା ମଣିଷର ଯୌବନକୁ ଦୀର୍ଘଦିନ ପର୍ଯ୍ୟନ୍ତ ବଜାୟ ରଖିଥାଏ । ତେଣୁ ଏହାକୁ ମୁଖ୍ୟତଃ ଖେଳାଳି ମାନେ ବ୍ୟବହାର କରନ୍ତି । ତେଣୁ ଏହା ଲକ୍ଷେ ଟଙ୍କା ପ୍ରତି କେଜିରେ ବିକ୍ରି ହୋଇଥାଏ । ଆଗକୁ ସେ ଗବେଷଣା କରି ଏହି ଛତୁରୁ ଔଷଧ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.