ସମ୍ବଲପୁର: ପୂର୍ଣ୍ଣ ରୂପରେ ସୁସ୍ଥ ନଥାଇ ମଧ୍ୟ ନିଜର ଡ୍ୟୁଟି କରୁଛନ୍ତି ସମ୍ବଲପୁରର ଜଣେ ମହିଳା ଟ୍ରାଫିକ କନଷ୍ଟେବଳ। କର୍ତ୍ତବ୍ୟ ପ୍ରତି ତାଙ୍କର ଏହି ନିଷ୍ଠା ପାଇଁ ସେ ପୋଲିସ ବିଭାଗର ପ୍ରସଂଶାର ପାତ୍ର ହୋଇଛନ୍ତି।
କର୍ତ୍ତବ୍ୟ ଆଗରେ ହାର ମାନିଛି କ୍ଷଣିକ ଶାରିରୀକ ଅକ୍ଷମତା । ଦୁର୍ଘଟଣା ଶିକାର ହୋଇ ଅସୁସ୍ଥ ଥିବା ସତ୍ତ୍ବେ କୋରୋନା ମହାମାରୀ ଜନିତ ଯୁଦ୍ଧରେ ଯୋଗଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସମ୍ବଲପୁର ଟ୍ରାଫିକ ଥାନା କନେଷ୍ଟେବଲ ମନୋରମା ଶତପଥୀ । ତାଙ୍କର କର୍ତବ୍ୟନିଷ୍ଠା ପାଇଁ ସମ୍ବଲପୁର ଏସପି ତାଙ୍କ ପ୍ରଶଂସା କରିବା ସହିତ ଟ୍ବିଟ କରିଛନ୍ତି । ଗତ ଜାନୁଆରୀ 11 ତାରିଖରେ ନିଜ ସ୍କୁଟି ଯୋଗେ ହୀରାକୁଦ ସହରକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ମନୋରମାଙ୍କୁ ଏକ ଏକ କାର୍ ଧକ୍କା ଦେଇଥିଲା ।
ଫଳରେ ସେ ଗୁରୁତର ଆହତ ହୋଇ 2 ଦିନ ପର୍ଯ୍ୟନ୍ତ ଅଚେତ ହୋଇ ହସ୍ପିଟାଲରେ ପଡ଼ିଥିଲେ । ଏହା ପରେ ସେ 70 ଦିନ ଛୁଟିରେ ରହିଥିଲେ । ଏପର୍ଯ୍ୟନ୍ତ ପୁରା ସୁସ୍ଥ ହୋଇନାହାନ୍ତି କି ଠିକ ସେ କଥା କହିପାରୁନାହାନ୍ତି । ହେଲେ କରୋନାକୁ ଦେଖି ଡ୍ୟୁଟିରେ ଯୋଗ ଦେଇଥିବାରୁ ସେ ପ୍ରଶଂସାର ପାତ୍ର ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସମ୍ବଲପୁର ଏସପି ତାଙ୍କୁ ଅଧିକ ଦିନ ଛୁଟିରେ ରହିବାକୁ କହିଥିଲେ ମଧ୍ୟ ସେ ଏହି ଘଡିଶନ୍ଧି ମୁହୂର୍ତ୍ତରେ ଘରେ ରହି ପାରିବେନି ବୋଲି କହି ଡ୍ୟୁଟିରେ ଯୋଗ ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭ ଭାରତ