ETV Bharat / state

ସମ୍ବଲପୁର ବିଶ୍ବବିଦ୍ୟାଳୟର ଦାୟିତ୍ବହୀନତା, ଅନ୍ଧାରରେ 37 ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - Sambalpur universty

ସମ୍ବଲପୁର ବିଶ୍ବବିଦ୍ୟାଳୟର ଚରମ ଅବହେଳା । ବିନା ସ୍ବୀକୃତିରେ ଫିଜିକ୍ସ ପାଠ୍ୟକ୍ରମରେ ନାମଲେଖାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ।

ସମ୍ବଲପୁର ବିଶ୍ବବିଦ୍ୟାଳୟ
ସ୍ବୀକୃତି ନଥାଇ ଫିଜିକ୍ସ ପାଠ୍ୟକ୍ରମରେ ନାମଲେଖା
author img

By

Published : Dec 7, 2019, 8:49 PM IST

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ବିଶ୍ବ ବିଦ୍ୟାଳୟର ‘ସ୍କୁଲ ଅଫ ଫିଜିକ୍ସ’ ଅଧୀନରେ ଦିଆ ଯାଉଥିବା ଏମଏସସି ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ପାଇଁ 2ଏଟୋମିକ ଏନର୍ଜୀ ରେଗୁଲେଟୋରି ବୋର୍ଡ’ ର ମାନ୍ୟତା ବାଧ୍ୟତାମୂଳକ । ତେବେ 2017 ରେ ଆରମ୍ଭ ହୋଇଥିବା ଏହି କୋର୍ସରେ ବର୍ତମାନ ସୁଦ୍ଧା 2ଟି ବ୍ୟାଚ ଆଡମିଶନ କରିଥିଲେ ମଧ୍ୟ ଏହାର ଏଫିଲେସନ ନଥିବାରୁ ଏବେ 37 ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ।

ସ୍ବୀକୃତି ନଥାଇ ଫିଜିକ୍ସ ପାଠ୍ୟକ୍ରମରେ ନାମଲେଖା

ଏନେଇ ଛାତ୍ରଛାତ୍ରୀ ଆଡମିଶନ କରିବାର ବର୍ଷେ ପରେ ସବୁ ଜାଣିବା ସହ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏନେଇ କହିଲା ପରେ ମଧ୍ୟ କିଛି ଫଳ ନମିଳିବାରୁ ଏବେ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ଏମଏସସି ମେଡିକାଲ ଫିଜିକ୍ସର 37 ଜଣ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ କହିବା କଥା ହେଲା ଏହି ପାଠ୍ୟକ୍ରମ ପାଇଁ AERB ର ମାନ୍ୟତା ଆବଶ୍ୟକତା ଥିବା ବେଳେ ଆଡମିଶନ ସମୟରେ ଏନେଇ ତାଙ୍କୁ କିଛି କୁହାଯାଇନଥିଲା। ତେବେ ଆଡମିଶନ କରିବାର ଗୋଟିଏ ବର୍ଷ ପରେ ଚେନ୍ନାଇରେ ହେଉଥିବା ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ସେମାନେ ଏହି AERB ମାନ୍ୟତାର ଗୁରୁତ୍ବ ଓ ଏହା ନଥିଲେ ପାଠ୍ୟକ୍ରମର କୌଣସି ମୂଲ୍ୟ ନାହିଁ ବୋଲି ଜାଣିଥିଲେ । ଏହା ପରେ ସେମାନେ ବିଭାଗୀୟ ମୂଖ୍ୟଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର କହିଲା ପରେ ମଧ୍ୟ କୌଣସି ଫଳ ମିଳିବାରୁ ଏବେ ଆନ୍ଦୋଳନରେ ବସିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ ଓଡିଶାର ଏକ ମାତ୍ର ବିଶ୍ବବିଦ୍ୟାଳୟ ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହିଁ ଏହି କୋର୍ସ ଚାଲିଛି । 2017 ମସିହାରେ ଏହା ଆରମ୍ଭ ହୋଇଥିଲା । ମୁଖ୍ୟତଃ କ୍ୟାନସର ଚିକିତ୍ସା ପାଇଁ ଏହି ପାଠ୍ୟକ୍ରମର ବହୁତ ଚାହିଦା ରହିଛି । ଏଥିପାଇଁ ଏହି ଛାତ୍ରଛାତ୍ରୀ ମାନେ 3ବର୍ଷିଆ କୋର୍ସ ପାଇଁ ଦେଢ ଲକ୍ଷ ଟଙ୍କା ଫିସ ଦେଇ ଆଡମିଶନ କରିଥିଲେ ।

ଅନ୍ୟପଟେ ପିଜି କାଉନସିଲର ଅଧ୍ୟକ୍ଷ କହିଛନ୍ତି ଯେ ପୂର୍ବରୁ ଏନେଇ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣା ନଥିଲା । କିନ୍ତୁ ବର୍ତ୍ତମାନ ଏଫିଲେସନ ପାଇଁ AERB କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଗୋଟିଏ ସପ୍ତାହ ଭିତରେ ସେହି ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିବେ ଏବଂ ଏଫିଲେସନ ହୋଇଯିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଦେଖାଯାଇଛି ଛାତ୍ରଛାତ୍ରୀ ମଧ୍ୟରେ ଅଶାନ୍ତି।ବିଶ୍ୱ ବିଦ୍ୟାଳୟ ର ସ୍କୁଲ ଅଫ ଫିଜିକ୍ସ ଅଧୀନରେ ଦିଆ ଯାଉଥିବା ଏମଏସସି ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ପାଇଁ ଏଟୋମିକ ଏନେର୍ଜୀ ରେଗୁଲେଟୋରି ବୋର୍ଡ ର ମାନ୍ୟତା ବାଧ୍ୟତାମୂଳକ।ତେବେ 2017 ରେ ଆରମ୍ଭ ହୋଇଥିବା ଏହି କୋର୍ସ ରେ ବର୍ତମାନ ସୁଦ୍ଧା 2 ଟି ବ୍ୟାଚ ଆଡମିଶନ କରିଥିଲେ ମଧ୍ୟ ଏହାର ଏଫିଲିଅସନ ନଥିବାରୁ ଏବେ 37 ଜଣ ଛାତ୍ରଛାତ୍ରୀ ଙ୍କୁ ଭବିଷ୍ୟତ ଅନ୍ଧାରରେ। ଏନେଇ ଛାତ୍ରଛାତ୍ରୀ ଆଡମିଶନ କରିବାର ବର୍ଷେ ପରେ ସବୁ ଜାଣିବା ପରେ କତ୍ତୃପକ୍ଷ ଙ୍କୁ ବାରମ୍ବାର ଏନେଇ କହିଲା ପରେ ବି କିଛି ଫଳ ନମିଳିବାରୁ ଏବେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି।

Body:ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୂଖ୍ୟ ଗେଟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଏମ ଏସ ସି ମେଡିକାଲ ଫିଜିକ୍ସ ର 37 ଜଣ ଛାତ୍ରଛାତ୍ରୀ।ଏହାର କାରଣ ହେଉଛି ସେମାନଙ୍କୁ ଅନ୍ଧାରରେ ରଖି ଏହି ପାଠ୍ୟକ୍ରମ ରେ ଆଡ୍ମିସନ କରିଦିଆଯାଇଛି।ଛାତ୍ର ଛାତ୍ରୀ ଙ୍କ କହିବା କଥା ହେଲା ଏହି କୋର୍ସ ପାଇଁ AERB ର ମାନ୍ୟତା ଅତ୍ୟାବଶ୍ୟକ ଥିବା ବେଳେ ଏଡ଼ମିଶନ ସମୟରେ ଏନେଇ ତାଙ୍କୁ କିଛି କୁହାଯାଇନଥିଲା। ତେବେ ଏଡ଼ମିଶନ କରିବାର ଗୋଟିଏ ବର୍ଷ ପରେ ଚେନ୍ନାଇ ରେ ହେଉଥିବା ଏକ କର୍ମଶାଳା ରେ ଯୋଗ ଦେଇଥିବା ଅବସ୍ଥାରେ ସେମାନେ ଏହି AERB ମାନ୍ୟତା ର ଗୁରୁତ୍ବ ଓ ଏହା ନଥିଲେ ପାଠ୍ୟକ୍ରମ ର କୋୖଣସି ମୁଲ୍ୟ ନହିଁ ବୋଲି ଜାଣିଥିଲେ। ଏହା ପରେ ସେମାନେ ବିଭାଗୀୟ ମୂଖ୍ୟ ଙ୍କୁ ଏହି ସମସ୍ୟା ର ସମାଧାନ ପାଇଁ ବାରମ୍ବାର କହିଲା ପରେ ମଧ୍ୟ କୌଣସି ଫଳ ମିଳିବାରୁ ଏବେ ଆନ୍ଦୋଳନ ରେ ବସିବାକୁ ବାଧ୍ୟ ହୋଇଛନ୍ତି।

ବାଇଟ-1-ଅଜିତ କୁମାର ମଲ୍ଲିକ, ଛାତ୍ର।
ବାଇଟ-2-ଶୁଶ୍ରୀ ସୁସଂଗୀତା ପ୍ରଧାନ, ଛାତ୍ରୀ।

ଓଡ଼ିଶା ଏକ ମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ହିଁ ଏହି କୋର୍ସ ଚାଲିଛି।2017 ମସିହାରେ ଏହା ଆରମ୍ଭ ହୋଇଥିଲା।ମୁଖ୍ୟତଃ କେନ୍ସର ଚିକିତ୍ସା ପାଇଁ ଏହି ପାଠ୍ୟକ୍ରମ ର ବହୁତ ଚାହିଦା ରହିଛି।ଏଥିପାଇଁ ଏହି ଛାତ୍ରଛାତ୍ରୀ ମାନେ ଏହି 3 ବର୍ଷିଆ କୋର୍ସ କୁ ଦେଢ଼ ଲକ୍ଷ ଟଙ୍କା ର ଫିସ ଦେଇ ଆଡ୍ମିସନ କରିଥିଲେ। ଅନ୍ୟପଟେ ପିଜି କାଉନସିଲ ର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ଯେ ପୂର୍ବରୁ ଏନେଇ ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷ ଙ୍କୁ ଜଣା ନଥିଲା।କିନ୍ତୁ ବର୍ତ୍ତମାନ ଏହି ଏଫିଲିଏସନ ପାଇଁ AERB କତ୍ତୃପକ୍ଷ ଙ୍କୁ ଚିଠି କରାଯାଇଛି। ଗୋଟିଏ ସପ୍ତାହ ଭିତରେ ସେହି ଟିମ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିଦର୍ଶନ କାରିବାକୁ ଆସିବେ ଓ ଏଫିଲିଏସନ ହୋଇଯିବ ବୋଲି କହିଛନ୍ତି ପିଜି କାଉନସିଲର ଅଧ୍ୟକ୍ଷ।

ବାଇଟ-3- ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ଅଧ୍ୟକ୍ଷ, ପିଜି କାଉନସିଲ,ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ବାଇଟ ରେ ଏକାଧିକ ବୁମ ଲାଗିଛି।

Conclusion:ତେବେ ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷ ଙ୍କ ଅସଚେତନତା ବା ଅସାବଧାନତା ଯୋଗୁ ଏବେ ଏହି ଛାତ୍ରଛାତ୍ରୀ ମାନେ ଏମିତି ଅସୁବିଧା ଭୋଗୁଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.