ETV Bharat / state

ସମ୍ବଲପୁର ଟାଉନ ବିଜେଡି ପକ୍ଷରୁ କୋଭିଡ ସଚେତନତା - Sambalpur Town BJD

ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହାକୁ ଦେଖି ସମ୍ବଲପୁର ଟାଉନ ବିଜେଡି ପକ୍ଷରୁ ଜେଲ ଛକ ଠାରେ କୋରୋନା ସଚେତନତା କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

Sambalpur Town BJD-starts covid-awarness
ସମ୍ବଲପୁର ଟାଉନ ବିଜେଡି ପକ୍ଷରୁ କୋଭିଡ ସଚେତନତା
author img

By

Published : Apr 20, 2021, 7:59 PM IST

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାରେ 2 ଦିନିଆଁ ସପ୍ତାହନ୍ତ ସଟଡାଉନ ସହ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି । ଏହାକୁ ଦେଖି ସମ୍ବଲପୁର ଟାଉନ ବିଜେଡି ପକ୍ଷରୁ ଜେଲ ଛକ ଠାରେ କୋରୋନା ସଚେତନତା କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି ।

ସମ୍ବଲପୁର ଟାଉନ ବିଜେଡି ପକ୍ଷରୁ କୋଭିଡ ସଚେତନତା
ସମ୍ବଲପୁର ଜେଲ ଛକରେ ଟାଉନ ବିଜେଡିର କୋରୋନା ସଚେତନତା । ସମ୍ବଲପୁର ଟାଉନ ବିଜେଡି ସଭାପତି ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଆଜି(ମଙ୍ଗଳବାର) ଜେଲ ଛକରେ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋଭିଡ କଟକଣା ମାନିବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଅପିଲ କରାଯାଇଛି । ଏହାସହ ଘରୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବିଜେଡି ନେତାମାନେ ଲୋକଙ୍କୁ ସଚେତନ କରିଛନ୍ତି ।ଦିନକୁ ଦିନ ସମ୍ବଲପୁରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଆଗକୁ ମଧ୍ୟ ଟାଉନ ବିଜେଡି ପକ୍ଷରୁ ଏମିତି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.