ETV Bharat / state

ହାଇଦ୍ରାବାଦରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

author img

By

Published : Apr 26, 2021, 9:47 AM IST

ହାଇଦ୍ରାବାଦରେ ଫସି ରହିଥିବା ସମ୍ବଲପୁରର ପ୍ରବାସୀ ଓଡ଼ିଆମାନେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ଫସିଛନ୍ତି ପ୍ରବାସୀ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସମ୍ବଲପୁର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟକୁ ଆନ୍ତଃରାଜ୍ୟ ବସ ସେବାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଫଳରେ ସଂକ୍ରମଣ ବୃଦ୍ଧି ପାଇବା ପରେ ପୁଣି ଘରକୁ ଫେରୁଥିବା ପ୍ରବାସୀ ଓଡିଆ ଶ୍ରମିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଲେଙ୍ଗାନାରେ 28 ଜଣ ପ୍ରବାସୀ ଶ୍ରମିକ ଫସିରହିଛନ୍ତି । ବସସେବା ବନ୍ଦ ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଗତ 3 ଦିନ ହେଲା ସମ୍ବଲପୁରର ଏହି ଶ୍ରମିକମାନେ ହାଇଦ୍ରାବାଦର ଗାନ୍ଧୀ ବସଷ୍ଟାଣ୍ଡରେ ଭୋକ ଉପାସରେ ଫସି ରହିଥିବା ସୂଚନା ମିଳିଛି । କିଛି ମାସ ତଳେ ସମ୍ବଲପୁର ଜିଲ୍ଲାର ଧମା ଅଞ୍ଚଳର ଏହି ଶ୍ରମିକମାନେ ଇଟା ଭାଟିରେ କାମ କରିବାକୁ ସିକନ୍ଦରାବାଦ ଯାଇଥିଲେ । ତେବେ ଇଟାଭାଟି ମାଲିକ ସେମାନଙ୍କୁ ପାରିଶ୍ରମିକ ଦେଉନଥିବା ଅଭିଯୋଗ ହୋଇଛି । ଏହା ସହ ସେମାନଙ୍କୁ ଘରକୁ ମଧ୍ୟ ଆସିବାକୁ ଦେଉନଥିବା ଜଣାପଡ଼ିଛି ।

ତେବେ ଏଭଳି ସ୍ଥିତିରେ ସେମାନେ ଲୁଚିକି ହାଇଦ୍ରାବାଦ ବସଷ୍ଟାଣ୍ଡକୁ ପଳାଇ ଆସିଥିଲେ । ଏଠାରୁ ସେମାନେ ଫସି ରହିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ଼ କରିବା ପରେ ସମ୍ବଲପୁରର କେତେକ ସଚେତନ ନାଗରିକ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.