ସମ୍ବଲପୁର: ଉଦଘାଟିତ ହେଲା ସମ୍ବଲପୁର ଲୋକମହୋତ୍ସବ । ଗତ 4 ତାରିଖରୁ ସମ୍ବଲପୁରର ପି ଏଚ ଡି ପଡ଼ିଆରେ ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଦର୍ଶକଙ୍କୁ ବିମୋହିତ କରିଥିଲେ ।
ତେବେ ଏହି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଥିଲା । କାରଣ ଦ୍ଵିତୀୟ ସନ୍ଧ୍ୟାରେ ଯୋଗ ଦେଇଥିଲେ ମୁମ୍ବାଇ କଳାକାର ତଥା ଲୋକ ଗୀତ କଣ୍ଠଶିଳ୍ପୀ ଇଲା ଅରୁଣ। ଏହି ସନ୍ଧ୍ୟାରେ ସେ ଦିଲ୍ଲୀ ସେହେର ମେ ମେରା ଘାଘରା ଜୋ ଘୁମ୍ୟା ପରି ଲୋକପ୍ରିୟ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହା ପରେ ସେ ଅନେକ ଗୀତ ଗାଇଥିଲେ।
ତେବେ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥିଲା ରଙ୍ଗବତୀ ଗୀତରେ ଇଲାଙ୍କ ନାଚ। ପଦ୍ମଶୀ ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପାଟେଲଙ୍କ ଦ୍ବାରା ପରିବେଷିତ ରଙ୍ଗବତୀ ଗୀତର ନିଜେ ନାଚିଥିଲେ। ଏପରିକି ରଙ୍ଗବତୀ ଗୀତର କିଛି ପଂକ୍ତି ମଧ୍ୟ ଗାଇବାକୁ ଚେଷ୍ଠା କରିଥିଲେ।
ଏପରିକି ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କୁ ସେ ରଙ୍ଗବତୀ ଗୀତରେ ନଚାଇଥିଲେ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ