ETV Bharat / state

ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ଜିଲ୍ଲାପାଳଙ୍କ ଅପିଲ

author img

By

Published : May 5, 2021, 10:56 PM IST

କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଆରମ୍ଭ ହୋଇଥିବାବେଳେ ସମ୍ବଲପୁରବାସୀଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସମ୍ବଲପୁରରେ ଲାଗୁ ହୋଇଛି ଲକଡାଉନ । ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ସମ୍ବଲପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

covid19 guideline
ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ଜିଲ୍ଲାପାଳଙ୍କ ଅପିଲ

ସମ୍ବଲପୁର: କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଆରମ୍ଭ ହୋଇଥିବାବେଳେ ସମ୍ବଲପୁରବାସୀଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହାସହ କୋଭିଡ ଗାଇଡଲାଇନ ପାଳନ କରିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ଶୁଭମ ସକ୍ସେନା ।

ସାରା ରାଜ୍ୟରେ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଥିବାବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ରହିଛି। ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରତିକ୍ରିୟା ରଖିବା ସହ ଜିଲ୍ଲାବାସୀଙ୍କୁ ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନକୁ ପାଳନ କରିବାକୁ ଅପିଲ କରିଛନ୍ତି । ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଏହା କିପରି କାର୍ଯ୍ୟ କରୁଛି ସେନେଇ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏହା ସହ ଜିଲ୍ଲା ପ୍ରଶାସନର ଅଧିକାରୀ ,କର୍ମଚାରୀ, ଡାକ୍ତର,ନର୍ସ ଓ ସ୍ବାସ୍ଥ୍ୟକର୍ମୀ ନିରନ୍ତର ରୋଗୀ ସେବାରେ ଲାଗିଥିବା ଜିଲ୍ଲାପାଳ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.