ETV Bharat / state

ନିଆରା ପରମ୍ପରା; ମହରମ ପାଳୁଛନ୍ତି ହିନ୍ଦୁ ପରିବାର - ମୁଦିପଡାର ପଢିଆରୀ ପରିବାର

ସମ୍ବଲପୁରରେ ମହରମ ପାଳିତ । ସାମିଲ ହେଲେ ହିନ୍ଦୁ ମୁସଲମାନ ସଂପ୍ରଦାୟର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 11, 2019, 10:49 PM IST

ସମ୍ବଲପୁର: ସମ୍ବଲପୁରରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ବଳିଦାନର ପର୍ଵ ମହରମ । ତେବେ ସମ୍ବଲପୁର ମହରମର ଏକ ସ୍ଵତନ୍ତ୍ରତା ରହିଛି। କାହିଁକି ନା ଏମିତି ମହରମ ଆଉ କୌଣସି ସ୍ଥାନରେ ହେଉନାହିଁ । କାରଣ 3ଶହ ବର୍ଷ ହେଲା ଏଠାରେ ଏକ ହିନ୍ଦୁ ପରିବାର ମହରମ ପାଳନ କରିଆସୁଛନ୍ତି । ଆଉ ତାଜିଆ ଶୋଭାଯାତ୍ର ମଧ୍ୟ ବାହାର କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ମୁଦିପଡାର ପଢିଆରୀ ପରିବାର ଅତି ଶ୍ରଦ୍ଧାର ସହ ମହରମ ପାଳନ କରି ସାମ୍ପ୍ରଦାୟିକ ସଦଭାବନାର ଉଦାହରଣ ସୃଷ୍ଟି କରୁଛନ୍ତି । ପ୍ରତ୍ୟେକ ବର୍ଷ ଏହି ପରିବାର ତାଜିଆ ଶୋଭାଯାତ୍ରା କରିଥାନ୍ତି । ଯେଉଁଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ଲୋକ ଅଶଂଗ୍ରହଣ କରନ୍ତି ।

ସୂଚନା ଅନୁସାରେ 1664 ମସିହାରେ ସାଉଦି ଆରବର ମକ୍କାରୁ ମସ୍ଥାନ ଓ ନଜିର ନାମକ 2 ଜଣ ଇସଲାମ ଧର୍ମଗୁରୁ ସମ୍ବଲପୁର ଆସି ମୁଦିପଡାର ପଢିଆରୀ ପରିବାର ସହ 12 ବର୍ଷ ପର୍ଯ୍ୟନ୍ତ ରହିଥିଲେ । ସେମାନେ ହିଁ ତତ୍କାଳୀନ ରାଜା ଛତ୍ରସେନ ଦେବଙ୍କ ଠାରୁ ଏହି ମହରମ ତଜିଆ ଶୋଭାଯାତ୍ରା ବାହାର କରିବା ପାଇଁ ଅନୁମତି ନେଇଥିବା ଐତିହାସିକ ମତଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ବଳିଦାନ ର ପର୍ଵ ମହରମ।ତେବେ ସମ୍ବଲପୁର ମହରମ ର ଏକ ସ୍ଵତନ୍ତ୍ରତା ରହିଛି। ବୋଧହୁଏ ଏମିତି ମହରମ ଆଉ କୌଣସି ସ୍ଥାନରେ ହେଉନଥିବ। କାରଣ ସେଢେ 3 ଶହ ବର୍ଷ ହେଲା ଏଠାରେ ଏକ ହିନ୍ଦୁ ପରିବାର ମହରମ ପାଳନ କରିଆସୁଛି।ଆଉ ତଜିଆ ଶୋଭାଯାତ୍ର ବି ବାହାର କରି ଆସୁଛି

Body:ସମ୍ବଲପୁର ର ହିନ୍ଦୁ ମହରାମ ତଜିଆ। ସମ୍ବଲପୁର ର ମୁଦୀପଡା ର ପଢ଼ିଆରୀ ପରିବାର ଅତି ଶ୍ରଦ୍ଧା ଓ ଭକ୍ତିର ସହ ମହରାମ ପାଳନ କରି ସାମ୍ପ୍ରଦାୟିକ ସଦ୍ଭାବନା ର ଉଧାହରଣ ପେଶ କରିଆସୁଛି ।ପ୍ରତ୍ୟେଜ ବର୍ଷ ଏହି ପରିବାର ଏକ ତଜିଆ ତିଆରି କରିଥାନ୍ତି।ଆଉ ଏହି ତଜିଆ ପ୍ରତି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ବିଶ୍ୱାସ ରହିଛି। ହିନ୍ଦୁ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ନିଜର ଆସ୍ଥା ଜାହିର କରନ୍ତି।

ବାଇଟ-1-ସୟଦ ୟୁସୁଫ ଅଲ୍ଲୀ,ପୂଜକ।

Conclusion:1664 ମସିହାରେ ସାଉଡି ଆରବର ମକ୍କା ରୁ ମସ୍ଥାନ ଓ ନଜିର ନାମକ 2 ଜଣ ଇସଲାମ ଧର୍ମ ର ବାବା ସମ୍ବଲପୁର ଆସି ମୁଦୀପଡା ର ପଢ଼ିଆରୀ ପରିବାର ସହ 12 ବର୍ଷ କାଳ ରହିଥିଲେ।ସେମାନେ ହିଁ ତତ୍କାଳୀନ ରାଜା ଛତ୍ରସେନ ଦେବ ଙ୍କ ଠାରୁ ଏହି ମହରମ ତଜିଆ ଶୋଭାଯାତ୍ରା ବାହାର କରିବା ପାଇଁ ଅନୁମତି ନେଇ ଏହା ଆରମ୍ଭ କରିଥିଲେ।ସେହିଦିନ ଠାରୁ ଏହି ପରିବାର ଏହି ପରମ୍ପରା କୁ ବଜାୟ ରଖିଛି।

ବାଇଟ-2-ରାଜେନ୍ଦ୍ର ମୋହନ ପଢ଼ିଆରୀ,ଆୟୋଜକ ପଢିଆରୀ ପରିବାରର ସଦସ୍ୟ।
ବାଇଟ-3-ଶ୍ରୀବତ୍ସ ଜେନା, ସ୍ଥାନୀୟ ଲୋକ।

ସମ୍ବଲପୁର ର ଏହି ମହରମ ସାମ୍ପ୍ରଦାୟିକ ସଦ୍ଭାବନା ର ସନ୍ଦେଶ ଦେଇ ଆସୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.