ETV Bharat / state

ପରୀକୁ ନ୍ୟାୟ ଦାବିରେ ସମ୍ବଲପୁର ବିଜେପିର ପଦଯାତ୍ରା - ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣା

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାର ସି.ବି.ଆଇ ତଦନ୍ତ ଦାବିରେ ଶୋଭାଯାତ୍ରା କରିଛି ସମ୍ବଲପୁର ବିଜେପିର ପଦଯାତ୍ରା ପଢନ୍ତୁ ଅଧିକ.....

ପରୀକୁ ନ୍ୟାୟ ଦାବିରେ ସମ୍ବଲପୁର ବିଜେପିର ପଦଯାତ୍ରା

author img

By

Published : Dec 20, 2020, 6:02 PM IST

Updated : Dec 20, 2020, 6:51 PM IST

ସମ୍ବଲପୁର: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାର ସି.ବି.ଆଇ ତଦନ୍ତ ଦାବିରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ବିଜେପି ପକ୍ଷରୁ ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରାଯାଇଛି। ଏହା ରାଜ୍ୟରେ ନିଖୋଜ ଥିବା ୫୫୦୩ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଦାବି କରାଯାଇଛି ।

ପରୀକୁ ନ୍ୟାୟ ଦାବିରେ ସମ୍ବଲପୁର ବିଜେପିର ପଦଯାତ୍ରା

ପରୀର ପରିବାର ସହ ସମସ୍ତ ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର, ସମ୍ବଲପୁର ଜିଲ୍ଲାରେ ମଧ୍ୟ ନିଖୋଜ ଥିବା ୮୦ ଜଣ ଶିଶୁଙ୍କ ଘଟଣାରେ ତଦନ୍ତ ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ଭଳି ଦାବି କରିଛି ସମ୍ବଲପୁର ବିଜେପି ବିଧାନସଭା ନିର୍ବାଚନ ମଣ୍ଡଳୀ।

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ସହରର ବାଲିବନ୍ଧାରୁ ଛକରୁ ବିଜେପି କାର୍ଯ୍ୟକର୍ତା ଏକ ବିଶାଳ ପଦଯାତ୍ରାରେ ବାହାରି କଚେରୀ ଛକ ବିଜେପି କାର୍ଯ୍ୟାଳୟ ଯାଏଁ ଯାଇଥିଲେ ।

ଏହି ପଦଯାତ୍ରାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସମେତ ସହରର ବିଜେପି ନେତା ଓ କର୍ମୀଙ୍କ ସହ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା , ଇଟିଭି ଭାରତ

Last Updated : Dec 20, 2020, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.