ETV Bharat / state

ନିର୍ବାଚନ ପୂର୍ବରୁ ବିଜେଡିର ସମରସଜ୍ଜା, ଦଳକୁ ସଂଗଠିତ କରିବାକୁ ସମ୍ବଲପୁରରେ ଚାଲିଛି ଅଙ୍କକଷା

author img

By ETV Bharat Odisha Team

Published : Sep 28, 2023, 10:40 PM IST

Updated : Sep 28, 2023, 10:52 PM IST

ସାଧାରଣ ନିର୍ବାଚନକୁ ପୂର୍ବରୁ ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦଳକୁ ସଂଗଠିତ କରିବା ପାଇଁ ଅଣ୍ଟା ଭିଡିଛି ବିଜେଡି । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡିର ସମରସଜ୍ଜା

ସମ୍ବଲପୁର: ଆଗାମୀ ନିର୍ଵାଚନ ପୂର୍ବରୁ ବିଜେଡିର ସମରସଜ୍ଜା । ଆଉ କେଇ ମାସ ଭିତରେ ହୋଇପାରେ ସାଧାରଣ ନିର୍ବାଚନ l ଏଥିପାଇଁ ଦେଖିବାକୁ ମିଳୁଛି ରାଜନୈତିକ ହଟଚମଟ । ଆଉ ଏଥିରୁ ବାଦ ପଡ଼ିନାହିଁ ସମ୍ବଲପୁର ଜିଲ୍ଲା । କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡିର ସଭାପତି ଦାୟିତ୍ୱ ଦିଆଯାଇଥିଲା । ନିର୍ବାଚନ ପୂର୍ବରୁ ଜିଲ୍ଲାରେ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ସମରସଜ୍ଜା ଆରମ୍ଭ କରିଛନ୍ତି ରୋହିତ ପୂଜାରୀ ।

ରାଜନୈତିକ ବିଶ୍ଳେଷକମାନେ ଏହି ସାଙ୍ଗଠନିକ ଦାୟିତ୍ୱ ବଣ୍ଟନକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ କରିଛନ୍ତି । ତେବେ ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଜିଲ୍ଲା ବିଜେଡି ଫାଳଫାଳ ହୋଇ ରହିଛି । ନୂତନ ବିଜେଡି ଜିଲ୍ଲା ସଭାପତି ଦଳକୁ କିପରି ସଂଗଠିତ କରି ନିର୍ବାଚନ ବୈତରଣୀ ପାର ହେବେ ତାହା ଦେଖିବାକୁ ବାକି ରହିଛି l

ସାଧାରଣ ନିର୍ବାଚନକୁ କେଇ ମାସ ରହିଥିବା ବେଳେ ସମ୍ବଲପୁର ଜିଲ୍ଲା ବିଜେଡି ଏହାର ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ସାଧାରଣ ନିର୍ବାଚନରେ ଦଳ କିପରି ସଂଗଠିତ ହୋଇ ନିର୍ବାଚନ ଲଢ଼ିବ ସେନେଇ ଆରମ୍ଭ ହୋଇଛି ପକ୍ରିୟା । କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇ ସନ୍ତୁଷ୍ଟ କରାଯାଇଛି l ଅନ୍ୟପଟେ ଏଥର ସମ୍ବଲପୁର ଜିଲ୍ଲା ପାଇଁ 12 ଜଣ ଜିଲ୍ଲା ଉପସଭାପତି, 26 ସାଧାରଣ ସମ୍ପାଦକ ଓ 31ସମ୍ପାଦକ ଦାୟିତ୍ୱ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ଗତ ନିର୍ଵାଚନରେ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପରାଜିତ ହୋଇଥିବା ବେଳେ ଏଥର କିପରି ଦଳ ବିଜୟୀ ହୋଇପାରିବ ସେହିଭଳି ଭାବରେ ଦକ୍ଷ ଲୋକଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ଓ ମହିଳାଙ୍କୁ ଦାୟିତ୍ୱ ଦିଆଯିବାରେ ଉପେକ୍ଷା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏପରିକି କେବଳ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଓ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅନୁଗତଙ୍କୁ ପଦ ପଦବୀ ପ୍ରଦାନ କରାଯାଇଥିବାର ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଆଗାମୀ ସାଧାରଣ ନିର୍ଵାଚନରେ ବିଜେଡିର ଏହି ନୂଆ ଟିମ କିପରି ପ୍ରଦର୍ଶନ କରୁଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Sep 28, 2023, 10:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.