ସମ୍ବଲପୁର: ବର୍ତ୍ତମାନ ରାଜ୍ୟରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଆସନ୍ତା ମେ 5ରୁ 19 ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ।
ଆସନ୍ତା ମେ 5 ତାରିଖରୁ ମେ 19 ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଏହି ଦିନ ମାନଙ୍କରେ ମା ସମଲେଶ୍ବରୀଙ୍କ ନୀତିକାନ୍ତି ତଥା ଦୈନନ୍ଦିନ ପୂଜାର୍ଚ୍ଚନା ନିର୍ଘଣ୍ଟ ଅନୁସାରେ ପୂଜକଙ୍କ ଦ୍ୱାରା ସମ୍ପାଦିତ ହେବ । ଏନେଇ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ