ETV Bharat / state

ଦେବରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହେଲା ଆଧୁନିକ ସଫାରୀ ସେବା - ସଫାରୀ ସେବା ନ୍ଯୁଜ ଦେବରିଗଡ

ଦେବରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହେଲା ଅତ୍ୟାଧୁନିକ ଜଙ୍ଗଲ ସଫାରୀ ସେବା । ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଆରମ୍ଭ କଲା ସଫାରୀ ସେବା । ଅଧିକ ପଢନ୍ତୁ

ଦେବରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହେଲା ଆଧୁନିକ ସଫାରୀ ସେବା

author img

By

Published : Jun 15, 2022, 9:00 PM IST

ସମ୍ବଲପୁର: ଦେବରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହେଲା ଅତ୍ୟାଧୁନିକ ଜଙ୍ଗଲ ସଫାରୀ ସେବା । ପୂର୍ବରୁ ଏଠାରେ 9 ଟି ସାଧାରଣ ସଫାରୀ ଗାଡିର ସେବା ଉପଲବ୍ଧ ଥିବାବେଳେ ବର୍ତ୍ତମାନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆହୁରି 5ଟି ଅତ୍ୟାଧୁନିକ ଏ.ସି. ସଫାରୀ ଗାଡିର ଶୁଭାରମ୍ଭ କରିଛି ହୀରାକୁଦ ବନ୍ୟପ୍ରାଣୀ ବିଭାଗ ।

ଦେବରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହେଲା ଆଧୁନିକ ସଫାରୀ ସେବା
ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ଦେବରିଗଡ଼ ଅଭୟାରଣ୍ୟରେ ବର୍ତ୍ତମାନ ଚାଲିବ ଅତ୍ୟାଧୁନିକ ସଫାରୀ ଗାଡି । ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ଉପସ୍ଥିତିରେ ଦେବରିଗଡ଼ ଅଭୟାରଣ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହି ଅତ୍ୟାଧୁନିକ ସଫାରୀ ଗାଡି ସେବାର ଶୁଭାରମ୍ଭ କରିଛନ୍ତି ।
not drag
not drag
not drag
not drag

5ଟି ଶୀତ ତାପ ନିୟନ୍ତ୍ରିତ ସଫାରୀ ଗାଡିର ଶୁଭାରମ୍ଭ କରାଯାଇଛି । ଯେକୌଣସି ପାଗରେ ଏହି ଗାଡି ସାହାଯ୍ୟରେ ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲିବା ସହ ସମ୍ବଲପୁର ଓ ଆଖ ପାଖର ପର୍ଯ୍ୟଟନ ସ୍ଥଳ ଓ ମାର୍କେଟ ବୁଲି ପାରିବେ । 5ଟି ସଫାରୀ ଗାଡି ମଧ୍ୟରୁ 2 ଟି ଗାଡି 4-ସିଟେଡ ହୋଇ ଥିବାବେଳେ ଅନ୍ୟ 3ଟି ଗାଡି 12 ସିଟେଡ । ଏହି ସଫାରୀ ଗାଡି ସାହାଯ୍ୟରେ ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲିବା ସହ ହୀରାକୁଦ ଡ୍ୟାମ, ସମ୍ବଲପୁର ସହର, ସମଲେଶ୍ୱରୀ ମନ୍ଦିର, ବରଗଡ଼ ଜିଲ୍ଲାର କେଦାରନାଥ ମନ୍ଦିର, ନୃସିଂହ ନାଥ ମନ୍ଦିର ପରିଦର୍ଶନ କରିପାରିବେ ।

ଏହା ସହ ପର୍ଯ୍ୟଟକମାନେ ବରଗଡ଼ ଜିଲ୍ଲାର ସମ୍ବଲପୁରୀ ହସ୍ତତନ୍ତ ବୁଣାକାରଙ୍କ ଗାଁକୁ ମଧ୍ୟ ଯାଇ ପାରିବେ । ମୁଖ୍ୟତଃ ଦେବରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ପର୍ଯ୍ୟଟନର ବିକାଶ ପାଇଁ ଏମିତି ଆହୁରି ନୂଆ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.