ETV Bharat / state

ସର୍ବଶିକ୍ଷା ଅଭିଯାନ ଫେଲ ! ଭିକ ମାଗୁଛନ୍ତ ଶବର ଶିଶୁ - ସମ୍ବଲପୁର ଶବର ସମ୍ପ୍ରଦାୟ

ଭିକ୍ଷାବୃତ୍ତିରେ କଟୁଛି ଶୈଶବ । ସ୍କୁଲ ଯିବା ବଦଳରେ ଘର ଘର ବୁଲି ଭିକ ମାଗୁଛନ୍ତି କୁନି କୁନି ଶବର ପିଲା । ଯାଯାବର ବାପାମାଆଙ୍କ ପାଖରେ ସମ୍ବଳ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର ଅଭାବରୁ ଭିକ୍ଷାବୃତ୍ତିକୁ ଆପଣାଇ ନେଇଛନ୍ତି ଶବର କଅଁଳ କଢି । ଅଧିକ ପଢନ୍ତୁ

ଫେଲ୍ ସର୍ବଶିକ୍ଷା ଅଭିଯାନ, ଭିକ ମାଗୁଛନ୍ତ ଶବର ଶିଶୁ

author img

By

Published : Apr 12, 2022, 4:46 PM IST

ସମ୍ବଲପୁର: ଭିକ୍ଷାବୃତ୍ତିରେ କଟୁଛି ଶୈଶବ । ହାତରେ ଖାତା କଲମ ବଦଳରେ ସ୍ଥାନ ପାଇଛି ଭିକ ଥାଳି । ସ୍କୁଲ ଯିବା ବଦଳରେ ଘର ଘର ବୁଲି ଭିକ ମାଗୁଛନ୍ତି କୁନି କୁନି ପିଲା । ଯାଯାବର ବାପମାଆଙ୍କ ପାଖରେ ସମ୍ବଳ ଏବଂ ସ୍କୁଲରେ ଆଡମିଶନ ପାଇଁ ଆବଶ୍ୟକୀୟ ଜନ୍ମ ପ୍ରମାଣପତ୍ର ଅଭାବ ଯୋଗୁଁ ପାଠ ନ ପଢି ଭିକ୍ଷାବୃତ୍ତିକୁ ଆଦରି ନେଇଛନ୍ତି ଶବର ଶିଶୁ । ସମ୍ବଲପୁର ଜିଲ୍ଲା ଜମେନକରିରା ବ୍ଲକର ଦଶଘରିଆରୁ ଏହି ଘଟଣା ସାମ୍ନାକୁ ଆସିଛି । ଏପରି ଭାବେ ଏଠାରେ ଫେଲ୍ ମାରିଛି ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ । ଏଠାରେ ରହୁଥିବା ଶବର ସମ୍ପ୍ରଦାୟର ଛୋଟ ଛୋଟ ପିଲା ସ୍କୁଲ ନ ଯାଇ ଭିକ୍ଷାବୃତ୍ତି କରୁଛନ୍ତି ।

ଫେଲ ସର୍ବଶିକ୍ଷା ଅଭିଯାନ, ଭିକ ମାଗୁଛନ୍ତ ଶବର ଶିଶୁ

ସମ୍ବଲପୁର ଦଶଘରିଆ ଠାରେ ପାଖାପାଖି 20 ଶବର ପରିବାର ରହୁଛନ୍ତି । ସେମାନେ ମୁଖ୍ୟତଃ ଯାଯାବର ପରି ଜୀବନ ଯାପନ କରନ୍ତି । ହେଲେ ଗତ 15 ବର୍ଷ ହେଲା ଦଶଘରିଆ ଠାରେ ରହିଆସୁଛନ୍ତି ସମସ୍ତେ । ଜୀବିକା କହିଲେ ଜଙ୍ଗଲରୁ ସଂଗ୍ରହ ମହୁଲ ଫୁଲ । ବଡକଥା ହେଉଛି, ଏହି ଶବର ସମ୍ପ୍ରଦାୟର ଲୋକଙ୍କ ପାଖରେ ଭୋଟର କାର୍ଡ ଓ ଆଧାର କାର୍ଡ ରହିଛି । ଏପରିକି ନିର୍ବାଚନ ସମୟରେ ସଭିଁଏ ମତଦାନରେ ସାମଲି ବି ହୁଅନ୍ତି । ଏସବୁ ପରେ ମଧ୍ୟ ନା ଏମାନଙ୍କ ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚୁଛି ନାଁ ଜୀବନ ଶୈଳୀରେ ଉନ୍ନତି ଆସୁଛି । ବିଶେଷକରି ଅଭାବ ଓ ଅସଚେତନତା ଯୋଗୁଁ ଶବର ପିଲାମାନେ ସ୍କୁଲ ମାଟି ମାଡି ପାରୁନାହାଁନ୍ତି । ଫଳରେ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରୁଛନ୍ତି ।

ପିଲାଙ୍କ ପାଠପଢା ସମସ୍ୟା ପାଇଁ ଏହି ଶବର ସମ୍ପ୍ରଦାୟରର ଲୋକଙ୍କ ଜୀବନ ଶୈଳୀକୁ କିଛି ଲୋକ ଦାୟୀ କରୁଛନ୍ତି । ଏମାନେ ମୁଖ୍ୟତଃ ଯାଯାବର ଜୀବନ ଯାପନ କରନ୍ତି । ଏହାସହ ଅଜ୍ଞତା ଯୋଗୁଁ ତାଙ୍କ ପାଖରେ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ମଧ୍ୟ ନାହିଁ। ଯେଉଁ କାରଣରୁ ପିଲାଙ୍କ ସ୍କୁଲ ଆଡମିଶନରେ ସମସ୍ୟା ହେଉଛି । ଅନ୍ୟପଟେ ଏହି ଶବର ସମ୍ପ୍ରଦାୟ ଲୋକେ ଯେହେତୁ ବହୁ ଦିନ ଧରି ଦଶଘରିଆ ଠାରେ ରହୁଛନ୍ତି, ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପିଲାମାନଙ୍କୁ ଶିକ୍ଷା ସହ ଯୋଡିବା ପ୍ରଶାସନର ଦାୟିତ୍ବ ବୋଲି ମଧ୍ୟ ସାଧାରଣରେ କୁହାଯାଇଛି । ଶବର ବାପାମାଆ ମଧ୍ୟ ପିଲାଙ୍କ ପାଠପଢାକୁ ନେଇ ସରକାରଙ୍କୁ ଗୁହାରି କରିଛନ୍ତି । ତେବେ ଯଥାଶୀଘ୍ର ସ୍କୁଲରେ ଏହି ଶବର ପିଲାମାନଙ୍କ ଆଡମିଶନ ହେବ ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.