ETV Bharat / state

ମରଣଯନ୍ତା ପାଲଟିଛି ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ: ଅକାଳରେ ଝଡି ପଡୁଛି ଜୀବନ, ଦାୟୀ କିଏ - ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ

ସମ୍ବଲପୁର ସହରରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଆଉ ଏହା ସହ ଯାଉଛି ଲୋକଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ଦେଇ 3ଟି ରାଜପଥ ଯାଇଥିବା ବେଳେ ସବୁଠାରୁ ବିପଦ ଜନକ ହୋଇଛି ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ l

ସମ୍ବଲପୁର ଜିଲ୍ଲାରେ ଥମୁନି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ

author img

By

Published : Aug 18, 2023, 9:45 AM IST

ସମ୍ବଲପୁର: ମରଣଯନ୍ତା ପାଲଟିଛି ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥ । ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁହାର କମ ହେବାର ନାଁ ନେଉନାହିଁ । ସମ୍ବଲପୁର ଜିଲ୍ଲାରେ ଗତ 6 ମାସ ଭିତରେ 208ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ 95 ଜଣ ପ୍ରାଣ ହରାଇଛନ୍ତି । ଟ୍ରାଫିକ ନିୟମ ନମାନିବା, ରାସ୍ତା ଖରାପ ଥିବା ଯୋଗୁଁ ତ କେତେବେଳେ ମଦ୍ୟପାନ କରି ଡ୍ରାଇଭିଂ ଯୋଗୁଁ ଦୁର୍ଘଟଣା ହେଉଥିବା ଜଣାପଡିଛି ।

ସମ୍ବଲପୁର ସହରରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଆଉ ଏହା ସହ ଯାଉଛି ଲୋକଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ଦେଇ 3ଟି ରାଜପଥ ଯାଇଥିବା ବେଳେ ସବୁଠାରୁ ବିପଦ ଜନକ ହୋଇଛି ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ । ସତେ ଯେମିତି ଏହି ରାସ୍ତାଟି ମରଣଯନ୍ତା ପାଲଟିଛି । ସମ୍ବଲପୁର ଝାରସୁଗୁଡାର ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ହେବା ଏକ ସାଧାରଣ କଥା ହୋଇ ଯାଇଛି । ତେବେ ମଝି ମଝିରେ ଏହି ରାସ୍ତାରେ ହେଉଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି l ମୁଖ୍ୟତଃ ନିଶା ସେବନ କରି ଡ୍ରାଇଭିଂ କରିବା, ରାସ୍ତା ଖରାପ ଯୋଗୁଁ, ଟ୍ରାଫିକ ନିୟମ ନମାନିବା, ରାସ୍ତା କଡରେ ବେଆଇନ ପାର୍କିଙ୍ଗ ଯୋଗୁଁ ଦୁର୍ଘଟଣା ହେଉଥିବା ନଜିର ରହିଛି l ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ମାସରେ ବୈଠକ କରୁଥିଲେ ମଧ୍ୟ ସଚେତନତା ଅଭାବରୁ ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ 208ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ 95 ଲୋକଙ୍କ ଜୀବନ ଯାଇଛି ଓ 157 ଜଣ ଆହତ ହୋଇଛନ୍ତି l ଗତବର୍ଷ ଏହି ସମୟରେ 288 ଟି ଦୁର୍ଘଟଣା ହୋଇଥିବା ବେଳେ 106 ଜଣ ମୃତ୍ୟୁବରଣ କରିଥିଲେ ଓ 150 ଜଣ ଆହତ ହୋଇଥିଲେ । ମଦ ପିଇ ଗାଡି ଚାଳନା, ଦ୍ରୁତ ଗତିରେ ଗାଡି ଚାଳନା,ବିନା ସିଟ ବେଲ୍ଟରେ ଗାଡି ଚାଳନା ବୃଦ୍ଧି ପାଇଥିବା ଜଣାପଡିଛି । ତେଣୁ ଦ୍ରୁତ ଗାଡି ଚାଳନା, ମଦ ପିଇ ଗାଡି ଚାଳନା, ବିନା ସିଟ ବେଲ୍ଟ ଗାଡି ଚାଲନା ଉପରେ ତୀକ୍ଷଣ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ମଧ୍ୟ ରହିଛି । ଏହା ସହ ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ଦାବି କରାଯିବା ସହ ଖରାପ ରାସ୍ତାର ମରାମତି, ବିଭିନ୍ନ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ନାମ ଫଳକ ଲଗାଯିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଛି ।

ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରୀରୁ ଜୁନ ମାସ ମଧ୍ୟରେ 415 ଜଣଙ୍କ ଠାରୁ ମଦ ପିଇ ଗାଡି ଚାଳନା, 3006 ଜଣଙ୍କ ଠାରୁ ଦ୍ରୁତ ଗାଡି ଚାଳନା,583 ଜଣଙ୍କ ଠାରୁ ବିନା ସିଟ ବେଲ୍ଟରେ ଗାଡି ଚାଳନା,13715 ଜଣଙ୍କ ଠାରୁ ବିନା ହେଲ ମେଟରେ ଗାଡି ଚାଳନା ପାଇଁ, 1711 ଜଣଙ୍କ ଠାରୁ ଗାଡି ଚଲେଇବା ସମୟରେ ମୋବାଇଲ ବ୍ୟବହାର,91 ଜଣଙ୍କ ଠାରୁ ଓଭର ଲୋଡିଂ ପାଇଁ ଜୋରିମାନା କରାଯାଇଥିବା ବେଳେ 1368 ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ସୂଚନା ଦିଆଯାଇଛି l

ସୂଚନା ଯୋଗ୍ୟଯେ ଗତ ବର୍ଷ 2022 ରେ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ସମଗ୍ର ଜିଲ୍ଲାରେ 519ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ 224 ଜଣଙ୍କ ମୃତ୍ୟୁ ହୋଇଥିଲା ଓ 377 ଜଣ ଆହତ ହୋଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ଦୁର୍ଘଟଣା ରୋକିବାକୁ ପ୍ରତ୍ୟେକ ମାସ ବିଭିନ୍ନ ବିଭାଗ ସହ ବୈଠକ କରାଯାଇ ଖସଡ଼ା ପ୍ରସ୍ତୁତ ହେଉଥିବା ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.