ETV Bharat / state

କୁଆପଥର ମାଡରେ ନଷ୍ଟ ହେଲା ଧାନ ଫସଲ, ଚାଷୀ ମୁଣ୍ତରେ ଚଡକ

author img

By

Published : May 1, 2020, 4:48 PM IST

Updated : May 1, 2020, 5:33 PM IST

ଗୋଟିଏ ପଟେ କୋରୋନା ଦାଉ ସାଜିଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଧାନଚାଷ ଉଜାଡିଛି କୁଆପଥର ବର୍ଷା । ଏପରି ଦେଖିବାକୁ ମିଳିଛି ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତର ଚାଷୀମାନଙ୍କ କ୍ଷେତ୍ରରେ । ଅଧିକ ପଢନ୍ତୁ...

_farmers problem in jujumura
ଚାଷୀ ମୁଣ୍ତରେ ଚଡକ, କୁଆପଥର ମାଡରେ ନଷ୍ଟ ହେଲା ଧାନ ଫସଲ

ସମ୍ବଲପୁର: ଲକଡାଉନ ସମୟରେ ତ୍ରିମୁଖୀ ସମସ୍ୟାରେ ଚାଷୀ। ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତର ଚାଷୀ ଏମିତି ସମସ୍ୟା ସହ ସଂଘର୍ଷ କରୁଛି । ଏହି ଅଞ୍ଚଳରେ ହାତୀ ଉପଦ୍ରବ ନିତିଦିନିଆ ଘଟଣା ହୋଇଥିବା ବେଳେ ଲକଡାଉନ ଯୋଗୁ ଶ୍ରମିକ ସମସ୍ୟା ଉପୁଜିଛି। ଏହି ସ୍ଥିତିରେ ବର୍ତ୍ତମାନ ରବି ଧାନଫସଲ ଅମଳ ହେବା ବେଳକୁ କୁଆପଥର ଓ ଝଡ ତୋଫାନ ମାଡ଼ରେ ଧାନ ପୁରାପୁରି ନଷ୍ଟ ହୋଇଯାଇଛି । ଏଭଳି ପରିସ୍ଥିତିରେ ସମସ୍ୟା ଭିତରେ ପଡିଯାଇଛି ଅନ୍ନଦାତା ।

କୁଆପଥର ମାଡରେ ନଷ୍ଟ ହେଲା ଧାନ ଫସଲ, ଚାଷୀ ମୁଣ୍ତରେ ଚଡକ

ବର୍ତ୍ତମାନ ରବି ଧାନ ଅମଳ ହେବାର ସମୟ । ଏଥିପାଇଁ ଧାନ କାଟିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ କୁକୁଡ଼ା ପାଲି ପଞ୍ଚାୟତ ର ଚାଷୀ। ତେବେ ଝଡ଼ ତୋଫାନ ଓ କୁଆ ପଥର ବର୍ଷା ସବୁ ହିସାବ ବିଗାଡି ଦେଲା । ଆଉ ଏବେ ଧାନ ସବୁ ଅଗାଡି ହୋଇଯାଇଛି । ଧାନ ଗଛରେ କେଣ୍ଡା ତ ଅଛି ହେଲେ ସବୁ ପୋଲା । ଏହି ପରିସ୍ଥିତିରେ ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ଏହି ଅଞ୍ଚଳରେ ପ୍ରାୟ 150 ରୁ 200 ଏକର ଚାଷ ଜମିର ଫସଲ ଏମିତି ନଷ୍ଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ସବୁଠୁ ବଡ଼ କଥା ହେଲା ରବି ଋତୁରେ ଗୋଟିଏ ଏକର ଜମିରେ ଚାଷୀ 30 ହଜାର ଟଙ୍କା ବ୍ୟୟ କରିଥାଏ । ଏଭଳି ଘୋର ଆର୍ଥିକ ସଙ୍କଟ ପରିସ୍ଥିତିରୁ ମୁକୁଳିବା ପାଇଁ ଚାଷୀ ମାନେ ସହାୟତା ଦାବି କରିଛନ୍ତି ।

ଅନ୍ୟପଟରେ ସମ୍ବଲପୁର ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରାୟ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିବା ଜଣାଇଛନ୍ତି । ତାଙ୍କ କହିବା ଅନୁସାରେ ଝଡ଼ ତୋଫାନ ଓ କୁଆପଥର ମାଡ଼ରେ ଧାନକେଣ୍ଡା କ୍ଷତିଗ୍ରସ୍ତ ହେବାରୁ ଫଙ୍ଗସ ଯୋଗୁ ଏମିତି ଫସଲ ନଷ୍ଟ ହୋଇଛି । ତେବେ ଏନେଇ ଏକ ରିପୋର୍ଟ ତିଆରି କରାଯାଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପାଖକୁ ପଠାଯାଇଛି । ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଲକଡାଉନ ସମୟରେ ଚାଷୀଙ୍କ ଫସଲହାନି ବୋଝ ଉପରେ ଲଳିତା ବିଡ଼ା ସଦୃଶ। ତେଣୁ ସରକାର ଏହି ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେବା ଉଚିତ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 1, 2020, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.