ETV Bharat / state

ସମ୍ବଲପୁରରେ ବଢୁଛି କୋରୋନା ଗ୍ରାଫ, ପୋଲିସର ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ - special drive for checking

ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମଣ ବଢୁଥିବାରୁ ପୋଲିସର ସ୍ବତନ୍ତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସମ୍ବଲପୁରରେ ବଢୁଛି କୋରୋନା ଗ୍ରାଫ, ପୋଲିସର ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ

author img

By

Published : Apr 8, 2021, 7:11 AM IST

ସମ୍ବଲପୁର: ରାଜ୍ୟରେ ମହାମାରୀ କୋଭିଡ ସଂକ୍ରମଣ ପୁଣି ଥରେ ଅସମ୍ଭାଳ ହୋଇପଡିଛି । ଗତ କିଛିଦିନ ମଧ୍ୟରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ବିଶେଷ କରି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ପ୍ରତିଦିନ ସଂକ୍ରମଣ ବୄଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ବୁଧବାର ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ବୋଲି ଏସପି ବାତୁଲା ଗଙ୍ଗାଧର କହିଛନ୍ତି ।

ସମ୍ବଲପୁରରେ ବଢୁଛି କୋରୋନା ଗ୍ରାଫ, ପୋଲିସର ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବୁଧବାରଠାରୁ ଜିଲ୍ଲାରେ କୋଭିଡ ସଂକ୍ରମଣରେ ବ୍ରେକ ଦେବାପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ପୋଲିସ ପକ୍ଷରୁ ଜିଲ୍ଲାର ପ୍ରମୁଖ ଛକମାନଙ୍କରେ ମାସ୍କ ଚେକିଂ ସହ କୋଭିଡ ନିୟମ ପାଇଁ ସ୍ୱତନ୍ତ୍ର ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ସେପଟେ ଏସପି ସହରର ଲକ୍ଷ୍ମୀ ଟକିଜ ଛକଠାରେ ଉପସ୍ଥିତ ରହି ସାମାଜିକ ଦୂରତା ସହ ମାସ୍କ ଚେକିଂ ଠିକ ଭାବରେ ଚାଲିଛି ନା ନାହିଁ ସେ ନେଇ ତଦାରଖ କରିଛନ୍ତି । ଏହାସହ ସଂକ୍ରମଣ ପାଇଁ ଲୋକମାନଙ୍କୁ ବିଶେଷ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବାର ଯୋଜନା କରିଛି ସମ୍ବଲପୁର ପୋଲିସ ।

ଜିଲ୍ଲାରେ 28 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ପୁଣି 45 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରାଯାଉ ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏଥିଯୋଗୁଁ ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୄଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମ୍ବଲପୁର ସହ ପଶ୍ଚିମ ଓଡିଶାରେ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସହରରେ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଫାଇନ ଆଦାୟ କରାଯିବା ସମେତ କୋଭିଡ ନିୟମ ମାନିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.