ETV Bharat / state

ବସ ଧର୍ମଘଟ ପ୍ରଭାବ, ସମ୍ବଲପୁରରେ ସାଧାରଣ ଲୋକେ ହନ୍ତସନ୍ତ - ଘରୋଇ ବସ ମାଲିକ ସଂଘ ଧର୍ମଘଟ

ସମ୍ବଲପୁରରେ ଘରୋଇ ବସ ମାଲିକ ସଂଘର ବନ୍ଦ ଡାକରା । ସିଟି ବସ ଉପରେ ନିର୍ଭର ଯାତ୍ରୀ । ଧର୍ମଘଟ ପ୍ରତ୍ୟାହୃତ ।

ସମ୍ବଲପୁରରେ ଘରୋଇ ବସ ଧର୍ମଘଟ, ସାଧାରଣ ଜନଜୀବନ ପ୍ରଭାବିତ

author img

By ETV Bharat Odisha Team

Published : Oct 20, 2023, 9:57 PM IST

ସମ୍ବଲପୁରରେ ଘରୋଇ ବସ ଧର୍ମଘଟ, ସାଧାରଣ ଜନଜୀବନ ପ୍ରଭାବିତ

ସମ୍ବଲପୁର: ବସ ଧର୍ମଘଟର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି l ସମ୍ବଲପୁରରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ ଭାବେ ଠପ ହୋଇଥିବା ବେଳେ ଗାଁ ଗହଳିର ଯାତ୍ରୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି l ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା PPP ମୋଡ଼ରେ ଚାଲିଥିବା ସିଟି ବସ ଯାତ୍ରୀଙ୍କ ସମସ୍ୟାକୁ କିଛିଟା କମ୍‌ କରିଛି l ଅନ୍ୟପଟେ ଘରୋଇ ବସ୍‌ ମାଲିକ ସଂଘର ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି ।

ସମ୍ବଲପୁରରେ ଆଜି ଘରୋଇ ବସ ଚଳାଚଳ ବନ୍ଦ ରହିଥିଲା l ବର୍ତ୍ତମାନ ପାର୍ବଣ ଋତୁ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ବୃଦ୍ଧି ପାଇଛି l ଅନ୍ୟପଟେ ପଶ୍ଚିମ ଓଡିଶାରେ ଭାଇ ଯେଉଁନ୍ତିଆ ପାଇଁ ଦଶହରା ସମୟରେ ବିବାହିତା ମହିଳା ମାନେ ନିଜ ବାପ ଘରକୁ ଯାଇଥାନ୍ତି lଏଭଳି ସ୍ଥିତିରେ ଆଜି ସମ୍ବଲପୁର ଅଇଁଠାପାଲି ସ୍ଥିତ ବସ ଷ୍ଟାଣ୍ଡରେ ସବୁ ଘରୋଇ ବସ ଠିଆ ହୋଇଥିବା ବେଳେ ଯାତ୍ରୀମାନେ ସିଟି ବସ ଗୁଡିକରେ ଯାତ୍ରା କରିବାର ଦେଖିବାକୁ ମିଳିଥିଲା l ତେଣୁ ସିଟି ବସ ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା l

ଏହା ମଧ୍ୟ ପଢନ୍ତୁ....ରାଜଧାନୀରେ ଘରୋଇ ବସ ଚଳାଚଳ ବନ୍ଦ, ସରକାରୀ ବସ୍‌ ଟିକେଟ୍‌ ପାଇଁ ଲାଗିଛି ଲମ୍ବା ଲାଇନ

ଅନ୍ୟପଟେ ସିଟି ବସ ସହରରୁ ସବୁ ଗାଁକୁ ଯାଉନଥିବା ବେଳେ ଲୋକେ ଚିନ୍ତିତ ଥିବା ଜଣାପଡୁଥିଲା l ଅନ୍ୟପଟେ ଆଉ କୌଣସି ଉପାୟ ନପାଇ ଲୋକେ ବାଧ୍ୟ ହୋଇ ଯାଉଥିବାର ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା ରେ ଦୈନିକ ଶହ ଶହ ବସ ଚାଲୁଥିବା ବେଳେ ଆଜି କେବଳ 50 ଟି ସିଟି ବସ ଚାଲୁଥିଲା l ସମ୍ବଲପୁର ସହର ରୁ ଝାରସୁଗୁଡା, କୁଚିଣ୍ଡା ଓ ବରଗଡ଼କୁ ହିଁ ସିଟି ବସ ଚାଲୁଛି l ତେଣୁ ଅନ୍ୟ ଅଞ୍ଚଳର ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି l

ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଟିଓ,ଉପଜିଲ୍ଲାପାଳ, ସଦର ଏସଡ଼ିପିଓ ଘରୋଇ ବସ ମାଲିକ ସଂଘ ସହ ଦ୍ବିପ୍ରହରରେ ଆଲୋଚନା କରିଥିବା ବେଳେ ସନ୍ଧ୍ୟାରେ ମଧ୍ୟ ଜିଲାପାଳଙ୍କ ସହ ଆଲୋଚନା ହୋଇଛି l ଅନ୍ୟପଟେ ସମ୍ବଲପୁର ଜିଲ୍ଲା ଘରୋଇ ମାଲିକ ସଂଘ କହିଛି ଯେ ରାଜ୍ୟ ସରକାର ଘରୋଇ ବସକୁ ଲକ୍ଷ୍ମୀ ଯୋଜନା ରେ ସାମିଲ କରିବା ଓ ମୋ ବସକୁ କେବଳ ସହର ଅଞ୍ଚଳରେ ଚଳେଇବାକୁ ଲିଖିତ ଭାବେ ପ୍ରତିଶୃତି ଦେବାକୁ । ସେପଟେ ଆସନ୍ତା 31 ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.