ସମ୍ବଲପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଶୁକ୍ରବାର ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ ହୋଇଥିବା କୃଷି ବିଲ ବିରୁଦ୍ଧରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନ କରାଯାଇଛି।
ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜବୁତ ଓ ସଂଖ୍ୟା ବୃଦ୍ଧି ଆଦି ଦାବି ରଖିଛନ୍ତି ଚାଷୀ । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ