ETV Bharat / state

ରେଳ ଫାଟକରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଗୁରୁତର - man injured in train accident in Sambalpur

ସମ୍ବଲପୁର କ୍ଷେତରାଜପୁର ରେଲଓ୍ବେ କ୍ରସିଂଠାରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏହି ଗେଟ ସମ୍ମୁଖରେ ସୁରକ୍ଷାକର୍ମୀ ନିୟୋଜିତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

railway station khetrajpur
ରେଳ ଫାଟକରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଗୁରୁତର
author img

By

Published : Dec 2, 2019, 11:35 PM IST

ସମ୍ବଲପୁର: କ୍ଷେତରାଜପୁର ରେଲଓ୍ବେ କ୍ରସିଂଠାରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଟ୍ରେନ ଆସୁଥିବା ସମୟରେ ହଠାତ ଟ୍ରେନ ସମ୍ମୁଖକୁ ଜଣେ ମାନସିକ ବିକଳାଙ୍ଗ ଲୋକ ଆସିଯିବାରୁ ଏମିତି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ରେଳ ଫାଟକରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଗୁରୁତର

ଆହତ ବ୍ୟକ୍ତି ଜଣକ କ୍ଷେତରାଜପୁର ଅଞ୍ଚଳର ଦଳଦଳିପଡାର ଡାକ୍ତର ସୁନା ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରେନ ଆସୁଥିବା ସମୟରେ ଏହି ବ୍ୟକ୍ତି ଜଣକ ଟ୍ରେନ ସମ୍ମୁଖକୁ ହଠାତ ଚାଲି ଆସିଥିଲେ । ଫଳରେ ଯୁବକଙ୍କ ଦୁଇଟି ହାତରେ ଗୁରୁତର ଆଘାତ ଲାଗିବା ସହ ଓ ଗୋଟିଏ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି । ଘଟଣ‍ାସ୍ଥଳରେ କ୍ଷେତରାଜପୁର ପୋଲିସ ପହଁଚି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣା ପରେ ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଗେଟ ସମ୍ମୁଖରେ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦୀର୍ଘ ଦିନ ହେଲା ଏହି ସ୍ଥାନରେ ଏକ ଫ୍ଲାଇ ଓଭର ବ୍ରିଜ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥି ପ୍ରତି କୌଣସି ପଦକ୍ଷେପ ନେଇ ନାହାନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର କ୍ଷେତରାଜପୁର ରେଳ ଫାଟକ ନିକଟରେ ମାଲ ଗାଡି ଟ୍ରେନ ଧକାରେ ଜଣେ ଗୁରୁତର। ଟ୍ରେନ ଆସୁଥିବା ସମୟରେ ହଠାତ ଟ୍ରେନ ସମ୍ମୁଖକୁ ଜଣେ ମାନସିକ ବିକଳାଙ୍ଗ ଲୋକ ଆସିଯିବାରୁ ଏମିତି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।Body:ସମ୍ବଲପୁର କ୍ଷେତରାଜପୁର ରେଲଓ୍ବେ କ୍ରସିଂ ଠାରେ ମାଲବାହି ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ।ତେବେ ସେ ଜଣେ ମାନସିକ ଅନଗ୍ରସର ବୋଲି ଜଣାପଡିଛି ।ଗୁରୁତର ଜଣକ କ୍ଷେତରାଜ ପୁର ଅଞ୍ଚଳ ଦଳଦଳିପଡା ର ଡାକ୍ତର ସୁନା ବୋଲି ସୂଚନା ମିଲିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରେନ ଅାସୁଥିବା ସମୟରେ ଏହି ବ୍ୟକ୍ତି ଜଣକ ଟ୍ରେନ ସମ୍ମୁଖ କୁ ହଠାତ ଚାଲି ଆସିଥିଲେ । ଫଳରେ ଯୁବକ ଙ୍କ ଦୁଇଟି ହାତ ରେ ଗୁରୁତର ଆଘାତ ଲାଗିବା ସହ ଓ ଗୋଟିଏ ଗୋଡ ସମ୍ପୁଣ୍ଣ କଟିଯାଇଛି । ଘଟଣ‍ା ସ୍ଥଳରେ କ୍ଷେତରାଜପୁର ପୋଲିସ ପହଚି ସ‍ଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରିଥିଲା। ପରେ ତାଙ୍କ ବୁର୍ଲା ମେଡିକାଲ କୁ ସ୍ଥାନା ସ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ରେଲ ବିଭାଗର ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।ତେଵେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ଏହି ଗେଟ ସମ୍ମୁଖରେ ଜଣେ ସୁରକ୍ଷା କର୍ମି ନିୟୋଜିତ କରିବା ପାଇଁ।Conclusion:ଦୀର୍ଘ ଦିନ ହେଲା ଏହି ସ୍ଥାନରେ ଏକ ଫ୍ଲାଇ ଓଭର ବ୍ରିଜ ଦାବି ହୋଇ ଆସୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.