ETV Bharat / state

Matric Result: ସମ୍ବଲପୁର ଜୋନରେ ପାସ ହାର 98.21%, ବରଗଡରେ ସର୍ବଧିକ A1 ଗ୍ରେଡ - ଝାରସୁଗୁଡା ମାଟ୍ରିକ ରେଜଲ୍ଟ

ମାଟ୍ରିକ ରେଜଲ୍ଟରେ ସମ୍ବଲୁର ଜୋନ ଅଧିନରେ ଥିବା ସମଗ୍ର ୯ ଜିଲ୍ଲାର ପାସ୍ ହାର 98.21℅ । ବରଗଡ ପରୀକ୍ଷାର୍ଥୀ ସର୍ବାଧିକ A1 ଗ୍ରେଡ ପାଇଛନ୍ତି । ଅଧିକ ପଢନ୍ତୁ

Matric Result: ସମ୍ବଲପୁର ଜୋନରେ ପାସ ହାର, ବରଗଡରେ ସର୍ବଧିକ A1 ଗ୍ରେଡ

author img

By

Published : Jul 6, 2022, 10:38 PM IST

ସମ୍ବଲପୁର: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ସମ୍ବଲପୁର ଜୋନ ଅଧିନରେ ଥିବା 9 ଜିଲ୍ଲାରେ ପାସ ହାର ରହିଛି 98.21℅ । ଏନେଇ ସମ୍ବଲପୁର ଜୋନର ଡେପୁଟି ସେକ୍ରେଟାରୀ ଦେବରାଜ ରଣା ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ସମ୍ବଲପୁର ଜୋନରେ ମୋଟ 1ଲକ୍ଷ 37 ହଜାର 266 ଜଣ ଛାତ୍ରଛାତ୍ରୀ ଫର୍ମ ଫିଲ୍‌ଅପ୍‌ କରି ଥିବାବେଳେ ମୋଟ 1ଲକ୍ଷ 25 ହଜାର 280 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ 1 ଲକ୍ଷ 23 ହଜାର 46 ଜଣ ପାସ କରିଛନ୍ତି । ତେବେ ସମଗ୍ର ସମ୍ବଲପୁର ଜୋନରେ 962 ଜଣ ପରୀକ୍ଷାର୍ଥୀ A1 ଗ୍ରେଡରେ ପାସ କରିଥିବା ଜଣାପଡିଛି ।

ଅନ୍ୟପଟେ କେବଳ ସମ୍ବଲପୁରରେ 11 ହଜାର 732 ଜଣ ପରୀକ୍ଷା ଦେଇ ଥିବାବେଳେ 11 ହଜାର 501 ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏମାନଙ୍କ ମଧ୍ୟରେ 95 ଜଣ A1 ରେ ପାସ କରିଛନ୍ତି । ସମଗ୍ର ଜିଲ୍ଲାରେ ପାସ ହାର 90.96 ପ୍ରତିଶତ ରହିଛି । ତେବେ ସମ୍ବଲପୁର ଜୋନର ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସ ହାର ରହି ଥିବାବେଳେ ବରଗଡ଼ ଜିଲ୍ଲାରେ ସର୍ବଧିକ A1 ପାଇଥିବା ଛାତ୍ରଛାତ୍ରୀ ଅଛନ୍ତି । ବରଗଡ଼ରେ 279 ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ପାଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.