ETV Bharat / state

ସମ୍ବଲପୁର ମହାନଗରକୁ ରାଜ୍ୟ ସରକାରଙ୍କ ଭେଟି, ମୁକ୍ତା ଯୋଜନାରେ 56 କୋଟି ମଞ୍ଜୁର

author img

By

Published : Jun 26, 2023, 1:50 PM IST

ସମ୍ବଲପୁର ମହାନଗର ନିଗମର ବିକାଶ ନିମନ୍ତେ ପାଣ୍ଠି ମଞ୍ଜୁର କଲେ ରାଜ୍ୟ ସରକାର। ମୁକ୍ତା ଯୋଜନାରେ 56 କୋଟି 73 ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିବା ସୂଚନା। ଅଧିକ ପଢନ୍ତୁ

sambalpur smc fund
sambalpur smc fund

sambalpur smc fund

ସମ୍ବଲପୁର: ମୁକ୍ତା ଯୋଜନାରେ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । 2023-24 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର 56 କୋଟି 73 ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର କରିଛନ୍ତି । ଏହି ପାଣ୍ଠିରେ ବିଭିନ୍ନ ପ୍ରକାର 616ଟି ପ୍ରକଳ୍ପ ତିଆରି ହେବ l ଶିଶୁ କ୍ରୀଡା ଉଦ୍ୟାନ, ଡ୍ରେନ, ପାର୍କ, କମ୍ୟୁନିଟି ସେଣ୍ଟର, ୱାକିଙ୍ଗ ଟ୍ରାକ, ଖେଳ ପଡିଆ, ପବ୍ଲିକ ଜିମ, ଭେଣ୍ଡିଙ୍ଗ ଜୋନ ଇତ୍ୟାଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ l ଏହା ଦ୍ୱାରା ସମ୍ବଲପୁର ମହାନଗରର ସବୁ ପ୍ରକାର ଭିତ୍ତିଭୂମି ଓ ସୁବିଧାର ବିକାଶ ହେବ ବୋଲି କମିଶନର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।

ଆସନ୍ତା ମାସରୁ ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ ହେବ । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ମହିଳା ମାନେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ତୁଲାଇବା ପାଇଁ ନିୟୋଜିତ ହେବେ । ଏଥିପାଇଁ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ଚୟନ ପ୍ରକ୍ରିୟା ଜାରି ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଚଳିତ ମାସ ମଧ୍ୟରେ ଦରଖାସ୍ତ ଆବେଦନ କରିପାରିବେ ।

ସମ୍ବଲପୁର ମହାନଗର ନିଗମ ପାଇଁ ମଞ୍ଜୁର ହେବା ପରେ ସ୍ଥାନୀୟ ଲୋକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ପାଣ୍ଠିର ସଦବିନିଯୋଗ କିପରି ହେବ ସନେଇ ସମ୍ବଲପୁର ମହାନଗର ନିଗମ ଯତ୍ନବାନ ହେବା ଦରକାର ବୋଲି ସଚେତନ ନାଗରିକ କହିଛନ୍ତି l ଏଥି ସହ ଏହି ଯୋଜନା ଦ୍ବାରା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ଆର୍ଥିକ ସ୍ଥିତି ମଜଭୁତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏହା ମଧ୍ୟ ପଢନ୍ତୁ-ଜଳବନ୍ଦୀ ସମସ୍ୟା ଭୋଗିବନି ସମ୍ବଲପୁର ମହାନଗର ନିଗମ, ପ୍ରସ୍ତୁତି ଆରମ୍ଭ

ଓଡିଶାକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଗକୁ ମଧ୍ୟ ବର୍ଷା ଲାଗି ରହିବ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି l ବର୍ଷା ସମୟରେ ସହରରେ କିପରି କୃତ୍ରିମ ବନ୍ୟା ନହେବ ସେନେଇ ପଦକ୍ଷେପ ନିଆଯାଇଛି । ସହରର ସମସ୍ତ ଛୋଟ ବଡ଼ ନାଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଟାଙ୍ଗନା, ଧୋବୀଜୋର ଓ ହରଡ଼ଜୋର ପ୍ରାକୃତିକ ନାଳର ସଫେଇ କାର୍ଯ୍ୟ ପୁରା ହୋଇନାହିଁ । ତେଣୁ ମହାନଗର ନିଗମର 10 ଟି ଟିମ ନାଳ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା କମିଶନର ସୂଚନା ଦେଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.