ETV Bharat / state

ନବ ଦାସ ହତ୍ୟାକାଣ୍ଡ ଘଟଣା, ବୁର୍ଲାରେ ଚିକିତ୍ସାଧୀନ ଜୀବନ ନାୟକଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା - ନବ ଦାସ ହତ୍ୟାକାଣ୍ଡ ଘଟଣା

ଭୀମସାରରେ ENT ୱାର୍ଡରେ ଚିକିତ୍ସିତ ହେଉଥିବା ନବ କିଶୋର ଦାସ ଗୁଳିକାଣ୍ଡ ଘଟଣାର ଅନ୍ୟତମ ଆହତ ବ୍ୟକ୍ତିଜୀବନ ନାଏକ । ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରା ଉଚରା କରି ବାୟାନ ରେକର୍ଡ କରିଥିବା ଜଣାପଡିଛି l ଅଧିକ ପଢନ୍ତୁ

ନବ ଦାସ ହତ୍ୟାକାଣ୍ଡ ଘଟଣା, ଭୀମସାରରେ କ୍ରାଇମବ୍ରାଞ୍ଚର ତଦନ୍ତ

author img

By

Published : Feb 3, 2023, 10:59 PM IST

ସମ୍ବଲପୁର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଆଜି ଅପରାହ୍ନରେ କ୍ରାଇମବ୍ରାଞ୍ଚର ଏକ 5 ଜଣିଆ ଟିମ ବୁର୍ଲା ଭୀମସାର ମେଡିକାଲକୁ ପହଞ୍ଚି ତଦନ୍ତ କରିଛନ୍ତି । ଭୀମସାରରେ ENT ୱାର୍ଡରେ ଚିକିତ୍ସିତ ହେଉଥିବା ନବ କିଶୋର ଦାସ ଗୁଳିକାଣ୍ଡ ଘଟଣାର ଅନ୍ୟତମ ଆହତ ବ୍ୟକ୍ତିଜୀବନ ନାଏକ । ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରା ଉଚରା କରି ବାୟାନ ରେକର୍ଡ କରିଥିବା ଜଣାପଡିଛି l

ଏହା ସହ ଘଟଣା ଦିନ ଜୀବନ ପିନ୍ଧିଥିବା ରକ୍ତ ଭିଜା ସାର୍ଟ ଜବତ କରି କ୍ରାଇମବ୍ରାଞ୍ଚ ନେଇଛି । କ୍ରାଇମବ୍ରାଞ୍ଚର ଏହି ଟିମରେ 2 ଜଣ DSP ଥିବାବେଳେ କିଛି ଅଧିକାରୀ ଥିଲେ । ସୂଚନାଯୋଗ୍ୟ ଯେ ଗତ 29 ତାରିଖରେ ନବ ଦାସ ଙ୍କୁ ଗୁଳିମାଡ ସମୟରେ ଏକ ଗୁଳି ଜୀବନ ନାଏକଙ୍କ ବେକରେ ଘଷି ହୋଇ ଚାଲିଯାଇଥିଲା l ଏହା ପରେ ଜୀବନଙ୍କୁ ବୁର୍ଲା ଭୀମସାରର ENT ବିଭାଗ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି l ତେବେ ବର୍ତମାନ ତାଙ୍କର ସ୍ଥିତି ସ୍ଥିର ଥିବାର ଜଣା ପଡିଛି l ସେହି ଦିନର ଘଟଣା ନେଇ ଜୀବନ ଗୁରୁତ୍ୱପୂର୍ଣ ତଥ୍ୟ ଦେଇପାରିବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.