ETV Bharat / state

ବିବାହିତା ମହିଳା ନିଖୋଜ ଘଟଣା: ମାଟି ତଳୁ ମିଳିଲାନି ମୃତଦେହ

author img

By

Published : Jan 9, 2020, 8:15 PM IST

ସମ୍ବଲପୁର ଧନୁପାଲି ଥାନା ସାକ୍ଷୀପଡା ଅଞ୍ଚଳରେ ଜଣେ ବିବାହିତ ମହିଳା ନିଖୋଜ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୋଗ ପରେ ସମ୍ବଲପୁର ପୋଲିସ ଗୁରୁବାର ମହିଳାଙ୍କ ଶ୍ବଶୁର ଘରର ମାଟି ଖୋଳିଛି। ତେବେ ସେଠାରୁ କୌଣସି ମୃତଦେହ ନମିଳିବାରୁ ପୋଲିସ ଘଟଣାର ପର୍ଦ୍ଦାଫାସ ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି।

Missing married woman case
ବିବାହିତା ମହିଳା ନିଖୋଜ ଘଟଣା: ମାଟି ତଳୁ ମିଳିଲା ନାହିଁ ମୃତଦେହ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ସାକ୍ଷୀପଡା ଅଞ୍ଚଳରେ ଜଣେ ବିବାହିତ ମହିଳା ନିଖୋଜ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଶ୍ବଶୁର ଘର ଲୋକେ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରି ଘରେ ପୋତି ଦେଇଥିବା ଅଭିଯୋଗ ପରେ ସମ୍ବଲପୁର ପୋଲିସ ଗୁରୁବାର ମହିଳାଙ୍କ ଶ୍ବଶୁର ଘରର ମାଟି ଖୋଳିଛି। ତେବେ ସେଠାରୁ କୌଣସି ମୃତଦେହ ନମିଳିବାରୁ ପୋଲିସ ଘଟଣାର ପର୍ଦ୍ଦାଫାସ ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ନିଖୋଜ ମହିଳା ଆରତୀ ଦେବୀ ଦେଢ଼ ବର୍ଷ ତଳେ ସମ୍ବଲପୁର ସାକ୍ଷୀପଡାରେ ରହୁଥିବା କୁନାଲ ସିଂକୁ ବିବାହ କରିଥିଲେ। କୁନାଲ ବିହାର ରାଜ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ପରିବାର ଲୋକଙ୍କ ସହ ସମ୍ବଲପୁରରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ତେବେ ଗତ 31 ତାରିଖରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ପରେ ଆରତୀ ଘରୁ ନିଖୋଜ ହୋଇଯାଇଥିଲେ । ଏନେଇ ଗତ 3 ତାରିଖରେ ଧନୁପାଲି ଥାନାରେ ତାଙ୍କର ସ୍ବାମୀ ମାମଲା ରୁଜୁ କରିଥିଲେ।

ତେବେ ଏହା ପରେ ଆରତୀଙ୍କ ଶ୍ବଶୁର ଘର ଲୋକେ ଆଶ୍ଚର୍ଯ୍ୟଜନକ ଭାବେ ସମ୍ବଲପୁରରୁ ଫେରାର ହୋଇଯିବା ପରେ ଆରତୀଙ୍କ ପରିବାର ଲୋକେ ଗତ 7 ତାରିଖରେ ବିହାରରୁ ସମ୍ବଲପୁର ଆସି ପୋଲିସକୁ ଏତଲା ଦେଇଥିଲେ। ଏନେଇ ଗୁରୁବାର ସମ୍ବଲପୁର ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗି ମାଟି ଖୋଳିଥିଲା। ହେଲେ ମାଟି ତଳୁ କିଛି ନମିଳିବାରୁ ଘଟଣାରେ ଆହୁରି ଅନେକ ପ୍ରଶ୍ନ ଉଠିଛି। ତେଣେ ଆରତୀଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.