ETV Bharat / state

ନାବାଳିକାର ସନ୍ଦେହଜନକ ମୃତ୍ୟୁ, ବାପା ବିରୋଧରେ ମାଆ ଆଣିଲେ ହତ୍ୟା ଅଭିଯୋଗ - suspicious death of minor girl

author img

By ETV Bharat Odisha Team

Published : 3 hours ago

Suspicious Death Of Minor Girl: ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ । ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ମାଆ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରୁ । ଅଧିକ ପଢନ୍ତୁ

SUSPICIOUS DEATH OF MINOR GIRL
SUSPICIOUS DEATH OF MINOR GIRL (ETV Bharat Odisha)

ନିଆଳି: ବାପା ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ନାବାଳିକା ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରେ । ଗତ ୧୧ ତାରିଖ ଦିନ ପଦାତିରା ଗାଁର କିଶୋର ସ୍ବାଇଁ ବଡ ଝିଅ ମୃତ୍ୟୁକୁ ନେଇ ବିବାଦ ଦେଖା ଦେଇଛି ।

ନାବାଳିକାକୁ ହତ୍ୟା ଅଭିଯୋଗ ଆଣିଲେ ମାଆ:

ମିଳିଥିବା ସୂଚନା ଅନୁସାରେ ନିଆଳି ଥାନା ରାଣିଓଳା ପଞ୍ଚାୟତ ପଦାତିରା ଗାଁର କିଶୋର ସ୍ବାଇଁଙ୍କ ନାବାଳିକା ବଡ ଝିଅ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼ । ନାବାଳିକାର ବାପା ଝିଅ ଜୀବନ ହାରିଥିବା ନେଇ ପୋଲିସରେ ଅଭିଯୋଗ କରିଥିବା ସମୟରେ ମାଆ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ନାବାଳିକାର ମାଆ କହିଛନ୍ତି," ଗତ ଦୁଇ ବର୍ଷତଳେ ତାଙ୍କ ସ୍ବାମୀ କିଶୋର ଯୌତୁକ ଦାବି କରି ବିଭିନ୍ନ ପ୍ରକାର ନିର୍ଯାତନା ଦେଇଥିଲେ । ପରେ ନିଆଳି ଥାନାରେ ଅଭିଯୋଗ ପରେ କିଶୋର ଗିରଫ ହୋଇଥିଲେ । ସେବେଠାରୁ ମୁଁ ସ୍ବାମୀଙ୍କ ପାଖରେ ନରହି ସମ୍ପର୍କୀୟଙ୍କ ଘରେ ରହୁଛି । ମୋର ଦୁଇ ଝିଅ ଓ ଗୋଟିଏ ପୁଆ ସ୍ବାମୀଙ୍କ ପାଖରେ ରୁହନ୍ତି । ରାସନ କାର୍ଡକୁ କେନ୍ଦ୍ର କରି ଗତ ୧୧ ତାରିଖରେ ନାବାଳିକା ଝିଅକୁ ହତ୍ୟା କରାଯାଇଛି । "ଏନେଇ ସସ୍ମିତା ନିଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

କ'ଣ କହିଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ :

ସେପଟେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଦତ୍ତ ବରାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସେ କହିଛନ୍ତି," ନାବାଳିକା ମୃତ୍ୟୁ ହେବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡ଼ିକାଲକୁ ପଠାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ମୃତକଙ୍କ ମାଆ ସସ୍ମିତା ସ୍ବାଇଁ ଅଭିଯୋଗ ଆଣିଛନ୍ତି ଝିଅକୁ ହତ୍ୟା କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । ଆଜି ମୁଁ ଘଟଣା ସ୍ଥଳକୁ ତଦନ୍ତ କରିବା ପାଇଁ ଆସିଛି । ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ମଧ୍ୟ ପଢନ୍ତୁ ....ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ସସ୍‌ପେନ୍ସ; ସ୍କ୍ରବ ଟାଇଫସ୍‌ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ - actress Ruksana Bano death case

ଏହା ମଧ୍ୟ ପଢନ୍ତୁ ....ରୋଡ ରୋମିଓଙ୍କୁ ଧରିଲା ପୋଲିସ, ନମ୍ବର ପ୍ଲେଟରେ କାଦୁଅ ବୋଳି ବୁଲୁଥିଲେ - Road Romeo Detained

ଏହା ମଧ୍ୟ ପଢନ୍ତୁ .... ରାଜଧାନୀରେ ସିରିଜ ବୋମାମାଡ, ଥରିଲା ବାପୁଜୀନଗର-ଶିଶୁଭବନ - bomb blast in Bhubaneswar

ମୃତ୍ୟୁର ଦେଢମାସ ପରେ ମାଟିତଳୁ ମୃତଦେହ ଉଦ୍ଧାର :
ସେହିପରି ନିଆଳିର ଅନ୍ୟ ଏକ ମୃତ୍ୟୁ ମାମଲାର ଖୋଳତାଡ଼ କରିଛି ପୋଲିସ । ମୃତ୍ୟୁର ଦେଢମାସ ପରେ ମାଟି ଖୋଳି ମୃତଦେହ ବାହାର କଲା ପୋଲିସ । ପୁଅର ମୃତ୍ୟୁର ଦେଢ ମାସ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ତଦନ୍ତ ପାଇଁ ମାଟି ତଳୁ ମୃତଦେହ କାଢିଲା ପୋଲିସ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମୁକୁନ୍ଦଦାସପୁର ଗ୍ରାମରେ ଘଟିଛି ଏହି ଘଟଣା । ମୃତକ ହେଲେ ଉକ୍ତ ଗ୍ରାମର 18 ବର୍ଷୀୟ ସୟଦ ସାହିଲ ।

ମୃତ୍ୟୁର ଦେଢମାସ ପରେ ମାଟିତଳୁ ମୃତଦେହ ଉଦ୍ଧାର (ETV Bharat Odisha)

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ:

ସୂଚନା ଅନୁସାରେ, ସୟଦ ଆଜାଦ ତୁଲାଙ୍କ ଏକମାତ୍ର ପୁଅ ସାହିଲ, ପାଠ ପଢିବା ସହ ବିଦ୍ୟୁତ ମରାମତି କାମ କରୁଥିଲେ । ଗତ ଜୁଲାଇ ୨୭ ତାରିଖ ଦିନ ଗ୍ରାମର ଜୈନିକ ମାଲିକଙ୍କ ଏକ ମାଛ ଫ୍ୟାକ୍ଟ୍ରିରେ ଇଲେକ୍ଟ୍ରି ଖରାପ ହୋଇଯାଇଥିଲା । ସନ୍ଧ୍ୟାରେ ସାହିଲ ଲାଇନ ମରାମତି କାମ କରୁଥିଲେ । କୌଣସି କାରଣରୁ ସେଠାରେ ମୂର୍ମୂଷୁ ଅବସ୍ଥାରେ ଟଳି ପଡ଼ିଥିଲେ । ଦୀର୍ଘ ସମୟ ପରେ କର୍ମଚାରୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ପିପିଲି ହସ୍ପିଟାଲକୁ ନେଇଯାଇଥିଲେ । ପରେ ଭୁବନେଶ୍ବରର ବିଭିନ୍ନ ମେଡିକାଲକୁ ନିଆଯାଇଥିଲା । ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡି ନଥିବାବେଳେ କମ୍ପାନୀ ମାଲିକ ସାହିଲଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ପରେ କିନ୍ତୁ କମ୍ପାନୀ ମାଲିକଙ୍କ କ୍ଷତିଗ୍ରସ୍ତ ପରିବାରକୁ କୌଣସି ସହାୟତା ଦେଇ ନ ଥିଲେ କିମ୍ବା ଆଶ୍ବସନା ଦେଲେ ନାହିଁ । କିଛି ଦିନ ପରେ ଘଟଣାକୁ ନେଇ ବାଲିପାଟଣା ଥାନାରେ ମୃତ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ ,ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.