ETV Bharat / state

ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ: ସମ୍ବଲପୁର ଜିଲ୍ଲା ଓକିଲ ସଂଘ - awyers association threaten to continue protest

ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି ଯେ ଓକିଲଙ୍କ ଆନ୍ଦୋଳନ ଅଟକିବ ନାହିଁ । ଆନ୍ଦୋଳନ ପୂର୍ବ ପରି ଜାରି ରହିବ (lawyers association threaten to continue protest) । କୌଣସି ଜଣେ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବା ତାଙ୍କର ଲାଇସେନ୍ସ ରଦ୍ଦ ହେଲେ । ଅଧିକ ପଢନ୍ତୁ

ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଓକିଲ ସଂଘ

author img

By

Published : Nov 15, 2022, 7:22 PM IST

Updated : Nov 15, 2022, 7:38 PM IST

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚର ପ୍ରତିଷ୍ଠା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମେତ ପୁରା ପଶ୍ଚିମାଞ୍ଚଳ ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରହିଛି । ଏହି କ୍ରମରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତ୍ୟେକ ବୁଧବାର ଦିନ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ କଚେରୀ କୁ ବନ୍ଦ କରି ଅଚଳ କରିଦେଉଛନ୍ତି । ଏଭଳି ପରିସ୍ଥିତି ଯୋଗୁଁ ବର୍ତ୍ତମାନ Bar Council of India ଓ State Bar Council ନିର୍ଦେଶ ଦେଇଛନ୍ତି ଯେ ଏଣିକି ଓକିଲ ମାନେ କୌଣସି ଆନ୍ଦୋଳନ କରି କୋର୍ଟ ବନ୍ଦ କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ।

ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ: ସମ୍ବଲପୁର ଜିଲ୍ଲା ଓକିଲ ସଂଘ

ତେବେ ଏନେଇ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି ଯେ ’’ ଓକିଲଙ୍କ ଆନ୍ଦୋଳନ ଅଟକିବ ନାହିଁ । ଆନ୍ଦୋଳନ ପୂର୍ବ ପରି ଜାରି ରହିବ (lawyers association threaten to continue protest) । କୌଣସି ଜଣେ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବା ତାଙ୍କର ଲାଇସେନ୍ସ ରଦ୍ଦ ହେଲେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ 1600 ଓକିଲ ନିଜର ଲାଇସେନ୍ସ (ସରେଣ୍ଡର) surrender କରିବେ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହା ସହ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।’’

ଏହାବି ପଢନ୍ତୁ- High Court Permanent Bench: ବିଚାରପତିଙ୍କୁ ଅଟକାଇଲେ ଓକିଲ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ପ୍ରତ୍ୟେକ ବୁଧବାର କୋର୍ଟ କଚେରୀ ଓ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରୁଛି ଜିଲ୍ଲା ଓକିଲ ସଂଘ । ତେବେ ଏହି ଆନ୍ଦୋଳନ ନେଇ Bar Council of India ଓ State Bar Council ପକ୍ଷରୁ କଠୋର ଆଭିମୁଖ୍ୟ ଦେଖାଯାଇଛି । ଏଣିକି ଏଭଳି ଆନ୍ଦୋଳନ କଲେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ଚିଠି କରାଯାଇଥିଲା ।

ଏହାବି ପଢନ୍ତୁ- Baliyatra 2022: ଅଧଘଣ୍ଟାରେ 30ହଜାର କାଗଜ ଡଙ୍ଗା ତିଆରିଲେ ସ୍କୁଲପିଲା, ଗିନିଜ୍ ଓ୍ୱାର୍ଲ୍ଡ ରେକର୍ଡ ରଚିଲା ବାଲିଯାତ୍ରା

ଏହାକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନାପସନ୍ଦ କରି ତାକୁ ଗ୍ରହଣ କରାଯିବନି ବୋଲି ଆଜିର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେଇଛି । ତେଣୁ ଆଗକୁ ଲାଇସେନ୍ସ ବାତିଲ ହେଲେ ମଧ୍ୟ ଆନ୍ଦୋଳନ ପୂର୍ବ ପରି ଜାରି ରହିବ ବୋଲି କହିଛି ସଙ୍ଘ । ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ Bar Council of India ଓ State Bar Council ରେ ନିର୍ବାଚିତ ପଦାଧିକାରୀ ନାହାନ୍ତି । ସେମାନେ ସମସ୍ତେ ମନୋନୀତ ପଦାଧିକାରୀ ଅଟନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି (ସୋମବାର) ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନହେଲ ତେବେ ବାରକାଉନ ସିଲ ଅଫ ଇଣ୍ଡିଆରୁ ଆନ୍ଦୋଳକାରୀ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଦିଆଯିବ । ଆନ୍ଦୋଳନକାରୀ ଓକିଲଙ୍କ ରୋଜଗାରର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କୋର୍ଟ କହିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲା ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବାର କାଉନସିଲ ଅଫ ଇଣ୍ଡିଆ, ବାର କାଉନସିଲ ଅଫ ଓଡିଶା ଓ ଓଡିଶାର ସମସ୍ତ ଜିଲ୍ଲାର ବାର ଆସୋସିଏସନକୁ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଆଜି ସମ୍ବଲପୁର ଓକିଲ ସଂଘ ବିରୋଧ କରିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 15, 2022, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.