ETV Bharat / state

ତେଜିଲା ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି - ହାଇକୋର୍ଟ ବେଞ୍ଚ ସ୍ଥପନା ପାଇଁ ଆନ୍ଦୋଳନ

ସମ୍ବଲପୁରରେ ତେଜିଲା ହାଇକୋର୍ଟ ବେଞ୍ଚ ସ୍ଥପନା ପାଇଁ ଆନ୍ଦୋଳନ । ବୁଧବାର ଜିଲ୍ଲା ଓକିଲ ସଂଘର ଡାକରାରେ ସଂଘର ସଦସ୍ୟମାନେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଅଧିକ ପଢନ୍ତୁ

ତେଜିଲା ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

author img

By

Published : Nov 2, 2022, 10:44 PM IST

ସମ୍ବଲପୁର: ପୁଣି ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ବୁଧବାର ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଓ କୋର୍ଟ କଚେରୀ ବନ୍ଦ କରାଯାଇଛି । ଏହାର ପ୍ରଭାବରେ ବୁଧବାର ସମ୍ବଲପୁରର ଜିଲ୍ଲାପାଳ, ଆରଡିସିଙ୍କ କାର୍ଯ୍ୟାଳୟ ସହ ସମସ୍ତ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।

ତେଜିଲା ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ସମ୍ବଲପୁରରେ ତେଜିଲା ହାଇକୋର୍ଟ ବେଞ୍ଚ ସ୍ଥପନା ପାଇଁ ଆନ୍ଦୋଳନ । ବୁଧବାର ଜିଲ୍ଲା ଓକିଲ ସଂଘର ଡାକରାରେ ସଂଘର ସଦସ୍ୟମାନେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଏହାର ପ୍ରଭାବରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏପଟେ ସମସ୍ତ କୋର୍ଟ କଚେରୀ ମଧ୍ୟ ବନ୍ଦ କରାଯାଇଥିଲା । ବିଚାରପତି ମାନେ କୋର୍ଟକୁ ଯିବା ସମୟରେ ସଂଘର ସଦସ୍ୟମାନେ ବିଚାରପତିଙ୍କୁ ଅଟକାଇ କୋର୍ଟକୁ ଯିବାକୁ ଦେଇନଥିଲେ ।

ରାଜ୍ୟ ସରକାର ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅବହେଳା ଯୋଗୁଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରୁନଥିବା ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଆଗମୀ ଦିନରେ ପ୍ରତ୍ୟେକ ବୁଧବାର ଦିନ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ନିଷ୍ପତି ନେଇଛି । ରାଜ୍ୟ ଦାବି ପୂରଣ ନ କଲେ ଆଗକୁ ଓଡିଶା 2 ଭାଗ ହେବ ବୋଲି ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.