ETV Bharat / state

ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ସିଆରପିଏଫ ଯବାନ ମୃତ - CRPF କ୍ୟାମ୍ପ

ବନ୍ଧୁକରୁ ଗୁଳି ଫୁଟି ଯବାନ ମୃତ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଯୁଜୁମରା ସ୍ଥିତ CRPF କ୍ୟାମ୍ପରେ ।

ଡିଜାଇନ ଫଟୋ
author img

By

Published : Jun 4, 2019, 4:27 PM IST

Updated : Jun 4, 2019, 5:17 PM IST

ସମ୍ବଲପୁର: ଜିଲ୍ଲାର ଯୁଜୁମରା ସ୍ଥିତ CRPF କ୍ୟାମ୍ପରେ ଚାଞ୍ଚଲ୍ୟ । ଜଣେ ସିଆରପିଏଫ ଯବାନ ତାଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ମୃତ୍ୟୁବରଣ କରିଥିବା ସୂଚନା ରହିଛି । ମୃତ ଯବାନ ଜଣକ ହେଲେ ପଞ୍ଜାବର ବୁଟା ସିଂ । ତେବେ ଗୁଳିଟି ତାଙ୍କ ବେକରେ ବାଜିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତାଙ୍କୁ ଗୁରୁତର ଅବସ୍ଥାରେ ଯବାନଙ୍କୁ ପ୍ରଥମେ ଯୁଜୁମରା ସ୍ବାସ୍ଥ୍ୟକେନ୍ଦ୍ର ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ଦୁର୍ଘଟଣା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ମଙ୍ଗଳବାର ବୁଟା ବୁର୍ଲା ଫାଇରିଂ କ୍ୟାମ୍ପକୁ ଯାଇ ଫାଇରିଂ ଅଭ୍ୟାସ କରିଥିଲେ । ଏହାପରେ ଯୁଜୁମୁରା କ୍ୟାମ୍ପକୁ ଫେରିବା ପରେ ତାଙ୍କ ରୁମକୁ ଫେରିଥିଲେ । ତେବେ କିଛି ସମୟ ପରେ ଗୁଳିର ଶବ୍ଦ ଆସିଥିଲା । ଗୁଳିର ଶବ୍ଦ ଶୁଣି ତାଙ୍କ ସହକର୍ମୀ ମାନେ ରୁମର ପହଞ୍ଚି ଥିଲେ । ସେଠାରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

dfsd

Conclusion:
Last Updated : Jun 4, 2019, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.