ETV Bharat / state

ଭାତ ରାନ୍ଧିନଥିଲା ସ୍ତ୍ରୀ, ଇଟାରେ ଛେଚି ହତ୍ୟା କଲା ସ୍ବାମୀ

author img

By

Published : May 9, 2023, 2:29 PM IST

ମଦ୍ୟପ ସ୍ବାମୀର ଉନ୍ମତକାଣ୍ଡ। ରୋଷେଇ କରିନଥିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ଅଧିକ ପଢନ୍ତୁ

husband kills wife for not cooking rice
husband kills wife for not cooking rice
husband kills wife for not cooking rice

ସମ୍ବଲପୁର: ଭାତ ରାନ୍ଧିନଥିବାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ। କେବଳ ତରକାରୀ ଦେଖି ମଦ୍ୟପ ସ୍ବାମୀ ମୁଣ୍ଡରେ ଚଢିଲା ପିତ। ଶେଷରେ ସ୍ତ୍ରୀର ଜୀବନ ନେବାକୁ ପଛାଇଲା ନାହିଁ ମଦ୍ୟପ ସ୍ବାମୀ। ଇଟାରେ ଛେଚି ଛେଚି ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ବାମୀ । ଦିନେ ଅଗ୍ନିକୁ ସାଖି ରଖି ଜୀବନ ସାରା ସାଥି ହେବାକୁ କଥା ଦେଇଥିବା ସ୍ବାମୀ ସାଜିଗଲା ସ୍ତ୍ରୀର ହତ୍ୟାକାରୀ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡ ନୁଆଁଡ଼ିହି ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ପୁଷ୍ପା ଧରୁଆ । ହତ୍ୟାକାରୀ ସ୍ବାମୀ ସନାତନ ଧାରୁଆକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

ଏହା ମଧ୍ୟ ପଢନ୍ତୁ-Man Kills Wife: ସ୍ତ୍ରୀକୁ ହାଣି ଅଖାରେ ପୁରାଇ ସ୍ବାମୀ ଫେରାର

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମେନକିରା ଥାନା ନୂଆଁଡ଼ିହି ଗ୍ରାମରେ ଅଭିଯୁକ୍ତ ସନାତନ ଧୁରୁଆ ସ୍ତ୍ରୀ ଓ ପୁଅ ଝିଅ ସହିତ ରହି ଆସୁଥିଲା । ଝିଅ କୁଚିଣ୍ଡାରେ ଅନ୍ୟ ଜଣଙ୍କ ଘରେ କାମ କରି ସେଠାରେ ରହୁଥିବା ବେଳେ ପୁଅ ଗତକାଲି ଗାଁର ଅନ୍ୟ ଜଣଙ୍କ ଘରକୁ ଶୋଇବା ପାଇଁ ଚାଲିଯାଇଥିଲେ । ତେବେ ଘରେ କେହି ନଥିବା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗତକାଲି ପାଟିତୁଣ୍ଡ ହୋଇଥିଲା । ରୋଷେଇ ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପୁଷ୍ପା ଭାତ ରୋଷେଇ କରିନଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସନାତନ ଇଟାରେରେ ସ୍ତ୍ରୀର ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ପୁଷ୍ପାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଆଜି ସକାଳେ ପୁଅ ଘରକୁ ଫେରିବା ପରେ ମାଆର ମୃତଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ। ଏଥି ସହ ଭଉଣୀକୁ ମଧ୍ୟ ସୂଚନା ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କୁଚିଣ୍ଡା ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଗତକାଲି ( ସୋମବାର) ଅଭିଯୁକ୍ତ ସନାତନ ମଦ୍ୟାପାନ କରି ଘରକୁ ଫେରିଥିଲେ। ଏହି ସମୟରେ ସ୍ତ୍ରୀ ପୁଷ୍ପା କେବଳ ତରକାରୀ କରିଥିବା ବେଳେ ଭାତ କରିନଥିବା ଦେଖିବାକୁ ପାଇଥିଲେ ତନାତନ। ଯାହାକୁ ନେଇ ଉପଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ଏକ ଇଟାରେ ସ୍ତ୍ରୀ ପୁଷ୍ପାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ପଥରରେ ବାରମ୍ବାର ଛେଚିବାରୁ ଘଟଣାସ୍ଥଳରେ ପୁଷ୍ପାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତ ସ୍ବାମୀକୁ ପଚରାଉଚରା ପରେ ପୋଲିସ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଏକ ତରଫା ପ୍ରେମର କରୁଣ ପରିଣତି, ନାବାଳିକାର ଗଳାକାଟି ହତ୍ୟା କଲା ପ୍ରେମିକ !

ଗତ କିଛି ଦିନ ତଳେ ବାଲେଶ୍ବର ଜିଲ୍ଲାର ପାଳସିଆ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିଲା। ସ୍ତ୍ରୀକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କରିଥିଲା ସ୍ବାମୀ । ମୃତ ମହିଳା ଜଣକ ହେଲେ ସାଧବ ଦାସଙ୍କ ସ୍ତ୍ରୀ ମାମା ଦାସ । ମହିଳାଙ୍କୁ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଶ୍ବଶୁର ଘର ଲୋକେ ଟ୍ରେନଲାଇନରେ ଫିଙ୍ଗିବାକୁ ନେଉଥିବା ବେଳେ ଘଟଣା ସାମ୍ନାକୁ ଆସିଥିଲା। ପାରିବାରିକ କଳହକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ। ମୃତ ମହିଳାଙ୍କ ୧୦ ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ଅଧିକାଂଶ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ବିଭିନ୍ନ ସମୟରେ ଶାଶୂଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ମୃତ ମହିଳାଙ୍କ ବାପ ଘର ଲୋକେ ଅଭିଯୋଗ କରିଆସୁଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.