ETV Bharat / state

5ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ - ରେଙ୍ଗାଲି ପୋଲିସ

ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ରେଙ୍ଗାଲି ପୋଲିସ ଜଣକୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 23, 2019, 3:21 PM IST

Updated : Jun 23, 2019, 5:14 PM IST

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣବେଳେ ରେଙ୍ଗାଲି ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଗଙ୍ଗାଧର ପଣକା ଓ ତାଙ୍କ ଘର କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ, ୨୬ଶହ ନଗଦ ଟଙ୍କା, ୧ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଓ ଏକ ଚାରି ଚକିଆ ଗାଡି ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଗଞ୍ଜେଇ ଛତିଶଗଡ଼କୁ ଚାଲାଣ କରାଯାଉଥିଲା । ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ରାଜରାସ୍ତାର ଗୁରୁପାଲି ଛକ ନିକଟରେ ରେଙ୍ଗାଲି ପୋଲିସ ଗାଡିକୁ ପିଛା କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସମ୍ବଲପୁର ସଦର ଏସଡିପି ଭବାନୀ ଶଙ୍କର ଉଦଗାତା କହିଛନ୍ତି । ତେବେ ଗଞ୍ଜେଇ ନିର୍ଦ୍ଧିଷ୍ଟ ଭାବେ କେଉଁ ସ୍ଥାନରୁ କିଣା ହୋଇ ଛତିଶଗଡ଼ର କେଉଁ ସ୍ଥାନକୁ ଯାଉଥିଲା, ତାହା ଜଣା ପଡ଼ିନାହିଁ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ସ୍ଲଗ -ବଲାଗିଂରରେ ଠପ ପରିମଳ ବ୍ୟବସ୍ଥା, ନାଲ ନର୍ଦ୍ଦମା ପାଣି ଘରକୁ ପଶିଲା ଲୋକେ ଅସନ୍ତୁଷ୍ଟ
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୨-୦୬-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂରରେ ଏବେ ପରିମଳ ବ୍ୟବସ୍ଥା ଗୋଟିଏ ପ୍ରକାରରେ ସମ୍ପୁର୍ଣ୍ଣ ଠପ ହୋଇ ଯାଇଥିବାର ଦେଖିବାକୁ ମିଳିଛି । ଆଗକୁ ବର୍ଷା ଆସିବାର ଥିବା ବେଲେ ଏବେଠୁଁ ଲୋକଙ୍କ ଘର ଭିତରେ ନାଳ ନର୍ଦ୍ଧମାର ମଇଲା ପାଣି ପଶି ସବୁକୁ ଦୁଷିତ କରୁଛି । ଯାହାକୁ ନେଇ ଲୋକେ ଅତିଷ୍ଟ ହୋଇଥିବା ବେଲେ ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କ ପାଖକୁ ଦୌଡି ନାକେ ଦମ ହୋଇଛନ୍ତି । ସେପଟେ ଏହି ଅବ୍ୟବସ୍ଥାକୁ ନେଇ ବଲାଗିଂର ବିଧାୟକ ମଧ୍ୟ ପୌରପାଲିକାକୁ ତାଗିତ କରିଥିବା ବେଲେ ପୌରପାଲିକା ଶିଘ୍ର ଏହାର ସମାଧାନ କରିବ ବୋଲି କହିଛି । 
ଭି ଓ ୧
ବଲାଗିଂରରେ ଏଯାଏଁ ବର୍ଷା ପଡି ନାହିଁ ହେଲେ ତଳିଆ ଅଞ୍ଚଲରେ ଥିବା ଘର ମାନଙ୍କରେ ଏବେଠୁଁ ଅଣ୍ଠୁଏ ପାଣି ଜମିବାର ଦେଖିବାକୁ ମିଲିଛି । ତେବେ ବର୍ଷା ଯୋଗୁଁ ଏହା ହୋଇନ ଥିବା ବେଲେ ଏଥିପାଇଁ ଦାୟୀ ରହିଛି ସହରର ଅବ୍ୟବସ୍ଥିତ ନାଳ ନର୍ଦ୍ଦମା । ଯାହାର ପାଣି ସହର ବାହାରକୁ ନିଷ୍କାସନ ହୋଇନ ପାରି ତଳିଆ ଅଞ୍ଚଲରେ ଥିବା ଲୋକଙ୍କ ଘରକୁ ପଶୁଛି । ଏବଂ ସମସ୍ତଙ୍କ ଘରେ ଏହି ନାଳ ନର୍ଦ୍ଦମାର ଦୁଷିତ ପାଣି ଜମି ରହୁଥିବା ବେଲେ ଲୋକେ ଏଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ତେବେ ଏହି ନର୍ଦ୍ଦମା କାଦୁଅ ଓ ଅତି ଦୁଷିତ ପାଣି ରାସ୍ତା ଉପରେ ଚାଲିଥିବା ବେଲେ ଏହା ମଧ୍ୟରେ ନିତି ଦିନ ଲୋକେ ଯିବା ଆସିବା କରୁଛନ୍ତି । ଏବଂ ଏଥିଯୋଗୁଁ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବାର ମଧ୍ୟ ଭୟ ଥିବା ବେଲେ ଏମାନେ ଏହାର ସମାଧାନ ପାଇଁ ପ୍ରଶାସନ ପାଖକୁ ଦୌଡି ଦୌଡି ନାକେଦମ ହୋଇଥିଲେ ସୁଦ୍ଧା ଏଯାଏଁ କୌଣସି ସୁଫଲ ପାଇ ନାହାନ୍ତି ।
ବାଇଟ- ଜସବନ୍ତି ସାହୁ- ସ୍ଥାନୀୟ ବାସିନ୍ଦା 
ବାଇଟ- ସନ୍ତୋଷିନୀ ସାହୁ-ସ୍ଥାନୀୟ ବାସିନ୍ଦା 
ଭି ଓ ୨ 
ବଲାଗିଂରର ତଳିଆ ଅଞ୍ଚଲରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଲିଥିବା ବେଲେ ଲୋକେ ଏଠି ବର୍ଷ ବର୍ଷ ଧରି ଏହି ପରି ଜଳ ବନ୍ଧି ଅବସ୍ଥାରେ ରହୁଛନ୍ତି । ଯାହାର ଅନେକ ଥର ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇ ନଥିଲା । ତେବେ ଏହି ଅବ୍ୟବସ୍ଥା ଯୋଗୁଁ ସହରରେ ଏବେ ମଶା ମାଛିର ମଧ୍ୟ ପ୍ରାର୍ଦୁଭାବ ବଢିଥିବା ବେଲେ ଲୋକେ ଏହାର ପରିଣାମ ଭୋଗୁଛନ୍ତି । ସେପଟେ ଏହାକୁ ଗୁରୁତର ସହ ନେଇ ଛନ୍ତି ବଲାଗିଂର ବିଧାୟକ ନରସିଂହ ମିଶ୍ର ଏବଂ ପୌରପାଲିକାକୁ ଏବାବଦରେ ତାଗିଦ କରିବା ସହ ଶିଘ୍ର ସମାଧାନ କରିବାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୌର ପାଲିକା ମଧ୍ୟ ବର୍ଷା ପୁର୍ବରୁ ଏହାର ସମାଧାନ ପାଇଁ ଅଣ୍ଟା ଭିଡିଥିବାର କହିଛି । ଏବଂ ଯୁଦ୍ଧ ଗତିରେ ବିଭିନ୍ନ ମେସିନ ମାଧ୍ୟମରେ ନାଳ ନର୍ଦ୍ଧମା ସଫା କରିବା ସହ ସବୁ ବ୍ୟବସ୍ଥା ଠିକ କରା ଯାଉଥିବାର ଆମକୁ କହିଛନ୍ତି । 
ବାଇଟ- ନରସିଂହ ମିଶ୍ର - ବଲାଗିଂର ବିଧାୟକ
ବାଇଟ-ବିପିନ ଦୀପ  -କାର୍ଯ୍ୟନର୍ବାହୀ ଅଧିକାରୀ ବଲାଗିଂର ପୌରପାଲିକା 
ଏଫ ଭି ଓ 
ବର୍ଷା ପୁର୍ବରୁ ବଲାଗିଂରରେ ଥିବା ଏହି ଅବ୍ୟବସ୍ଥିତ ନାଳ ନର୍ଦ୍ଧମାର ସଠିକ ବ୍ୟବସ୍ଥା କରା ନଗଲେ ଆଗକୁ ପରସ୍ଥିତି ଆହୁରି ଖରାଫ ହେବ ବୋଲି ଜଣା ପଡିଛି ।
visual by mojo
Last Updated : Jun 23, 2019, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.