ETV Bharat / state

କୋଇଲା ରାକେଟର ପର୍ଦ୍ଦାଫାଶ କଲା ରେଢ଼ାଖୋଲ ପୋଲିସ - ରେଢ଼ାଖୋଲ ପୋଲିସ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଠାବ କରିଛି ପୋଲିସ୍ । ରେଢାଖୋଲ ପୋଲିସ ୫ଟି କୋଇଲା ବୋଝେଇ ଟ୍ରେଲର ଜବତ କରିଛନ୍ତି। ଅଧିକ ପଢନ୍ତୁ...

କୋଇଲା ରାକେଟର ଫର୍ଦ୍ଧାଫାଶ କଲା  ରେଢ଼ାଖୋଲ ପୋଲିସ

author img

By

Published : Mar 13, 2021, 5:12 PM IST

ସମ୍ବଲପୁର: ରେଢ଼ାଖୋଲ ପୋଲିସକୁ ମିଳିଛି ବଡ ସଫଳତା । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଠାବ କରିଛି ପୋଲିସ୍ । ରେଢାଖୋଲ ପୋଲିସ ୫ଟି କୋଇଲା ବୋଝେଇ ଟ୍ରେଲର ଜବତ କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରେଢାଖୋଲ ଥାନା ଅନ୍ତର୍ଗତ ସାଧୁମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ରେଢାଖୋଲ ପୋଲିସ ଚଢ଼ାଉ କରି ଏହି ରାକେଟର ଫର୍ଦ୍ଦାଫାଶ କରିଛି । ବିଭିନ୍ନ ଗାଡ଼ିରୁ କୋଇଲା ଚୋରି କରାଯାଇ ଏଠାରେ ରଖାଯାଇଥବା ଜଣାପଡିଛି ।

କୋଇଲା ରାକେଟର ଫର୍ଦ୍ଧାଫାଶ କଲା ରେଢ଼ାଖୋଲ ପୋଲିସ

ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲା ଟ୍ରେଲର ଡ୍ରାଇଭର। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସବୁଠୁ ବଡ଼ କଥା ହେଲା ବହୁ ଦିନରୁ ଏହି କୋଇଲା କାରବାର ହେଉଥିବା ବେଳେ ସେଠାରେ ଏକ ଅସ୍ଥାୟୀ ଗୋଦାମ ଘର ମଧ୍ୟ ରହିଛି।

ଘର ଭିତରେ ଖାଇବା, ଶୋଇବା, ରହିବାର ବ୍ୟବସ୍ଥା କରାଯାଇଛି । ତେଣୁ ବହୁ ଦିନରୁ ଏହି ଚୋରା ରାକେଟ ଚାଲିଥିବା ଅନୁମାନ କରାଯାଉଛି। ପ୍ରତି ଗାଡିରୁ ୨ ରୁ ୩ କୁଇଣ୍ଟାଲ କୋଇଲା ବାହାର କରାଯାଏ ବୋଲି ଅଟକ ଥିବା ବ୍ୟକ୍ତି କହିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.